ଭିଜିଲାନ୍ସ ଜାଲରେ ଇଡ୍‌କୋ ସିଜିଏମ୍‌

ଭୁବନେଶ୍ୱର,୨୭।୧୨ (ସତ୍ୟଜିତ୍‌ ରାଉତ): ରାଜ୍ୟ ସରକାରଙ୍କ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଡେଭଲପ୍‌ମେଣ୍ଟ୍‌ କର୍ପୋରେଶନ୍‌(ଇଡ୍‌କୋ)ର ଚିଫ୍‌ ଜେନେରାଲ୍‌ ମ୍ୟାନେଜର୍‌ (ପି ଏଣ୍ଡ୍‌ ଏ) ସରୋଜ କାନ୍ତ ମହାନ୍ତି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ସରୋଜଙ୍କ ଘର ସମେତ ଭୁବନେଶ୍ୱର, କଟକ ଓ ଯାଜପୁର ଜିଲାର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ ଯାଞ୍ଚ ଚାଲିଛି। ଏହି ସ୍ଥାନଗୁଡିକ ମଧ୍ୟରେ ସରୋଜଙ୍କ ଭୁବନେଶ୍ୱର ଇଡ୍‌କୋ ଟାୱାର୍‌ସ୍ଥିତ ଅଫିସ ଚାମ୍ବର, ନୟାପଲ୍ଲୀ ଆଇଆର୍‌ସି ଭିଲେଜ୍‌ସ୍ଥିତ ସମ୍ପର୍କୀୟଙ୍କ ଘର, ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦାସ୍ଥିତ ପୈତୃକ ଘର ଆଦି ରହିଛି। ତେବେ ଯାଞ୍ଚରୁ ବିପୁଳ ସମ୍ପତ୍ତି ଭିଜିଲାନ୍ସ ପାଇଥିବା ସୂଚନା ମିଳିଛି। ତାଙ୍କ ଘରୁ ପୁଳାପୁଳା ସୁନା, ରୁପା ଅଳଙ୍କାର ମିଳିଥିବାବେଳେ ୨ କୋଠା, ୨ ଫ୍ଲାଟ୍‌, ୧୦ ପ୍ଲଟ୍‌, ବ୍ୟାଙ୍କ ଓ ବୀମା ଜମା ଆଦି ବହୁ କୋଟିର ସମ୍ପତ୍ତି ଠୁଳ କରିଥିବା ଜଣାପଡିଛି। ରିପୋର୍ଟ ଲେଖାହେବା ବେଳକୁ ସରୋଜଙ୍କ କଟକ ନୟାବଜାର ମହାନଦୀ ବିହାରସ୍ଥିତ ୬୨୦୦ ବର୍ଗଫୁଟରେ ଏକ ୩ ମହଲା କୋଠା, ଧର୍ମଶାଳା ବ୍ରହ୍ମବରଦାରେ ଏକ ଦୁଇ ମହଲା କୋଠା, ଭୁବନେଶ୍ୱର ଶୈଳଶ୍ରୀବିହାରସ୍ଥିତ ଅମ୍ରିତା ଆଳୟମ୍‌ ଆପାର୍ଟମେଣ୍ଟରେ ଏକ ୩ ବିଏଚ୍‌କେ ଫ୍ଲାଟ୍‌, କଟକ ବାରଙ୍ଗ ପାଟପୁରସ୍ଥିତ ମେଟ୍ରୋ ଗ୍ରୀନ୍‌ ଉଡ୍‌ସ ଆପାର୍ଟମେଣ୍ଟ୍‌ରେ ଏକ ୩ ବିଏଚ୍‌କେ ଫ୍ଲାଟ ଠାବ ହୋଇଛି। ସେହିପରି କଟକ, ଭୁବନେଶ୍ୱର ମୁଖ୍ୟ ଅଞ୍ଚଳରେ ୭ ପ୍ଲଟ୍‌ ସମେତ ମୋଟ ୧୦ଟି ପ୍ଲଟ୍‌ ଥିବା ଭିଜିଲାନ୍ସ ଟିମ୍‌ ଜାଣିବାକୁ ପାଇଛି। ପ୍ଲଟ୍‌, କୋଠା ଓ ଫ୍ଲାଟ୍‌ଗୁଡ଼ିକର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଟିମ୍‌ ଯାଞ୍ଚ ଜାରି ରଖିଛି। ସେହିପରି ସରୋଜଙ୍କ ଘରୁ ସୁନା ଅଳଙ୍କାର ୭୦୩.୩୮ ଗ୍ରାମ, ୮୬୯ ଗ୍ରାମର ରୁପା ଅଳଙ୍କାର, ବ୍ୟାଙ୍କ, ଜୀବନବୀମା ଓ ପୋଷ୍ଟାଲ ଜମା ୭୦.୫୫ ଲକ୍ଷ ଏବଂ ୨୦.୮୮ ଲକ୍ଷର ଗୋଟିଏ ଚାରି ଚକିଆ ଯାନ ଓ ଦୁଇଟି ଦୁଇ ଚକିଆ ଯାନ ଏବଂ ନଗଦ ଟଙ୍କା ଠାବ ହୋଇଛି। ସରୋଜଙ୍କୁ ଏ ସଂକ୍ରାନ୍ତରେ ଅଧିକ ପଚରାଉଚରା କରାଯାଉଛି। ଚଢ଼ାଉ ଓ ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମିଳିଥିବା ସମ୍ପତ୍ତିରୁ କେତେ ଆୟବହିର୍ଭୂତ ବା ସରୋଜ ସରକାରୀ କ୍ଷମତାର ଦୁରୁପଯୋଗ କରି ବେଆଇନ ଭାବେ ଠୁଳ କରିଛନ୍ତି, ତାହା ହିସାବ ପରେ ଜଣାପଡିବ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ହେଉଥିବା ଏହି ଚଢ଼ାଉରେ ଭିଜିଲାନ୍ସର ୭ଟି ଟିମ୍‌ରେ ୧୦ଜଣ ଡିଏସ୍‌ପି, ୬ ଇନ୍ସପେକ୍ଟରଙ୍କ ସମେତ ବହୁ କର୍ମଚାରୀ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?