ନ୍ୟୁୟର୍କ ଏଭଳି ବର୍ଷା କେବେ ଦେଖି ନ ଥିଲା

ନ୍ୟୁୟର୍କ, ୪।୯: ସାମୁଦ୍ରିକ ଝଡ଼ ଇଦା ପ୍ରଭାବରେ ଆମେରିକାର ୬ଟି ରାଜ୍ୟ କ୍ଷତିଗ୍ରସ୍ତ ହେବା ସହ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାରୁ କନେକ୍ଟିକଟ, ମେରିଲାଣ୍ଡ, ନ୍ୟୁଜର୍ସି, ନ୍ୟୁୟର୍କ, ପେନ୍‌ସିଲ୍‌ଭାନିଆ ଏବଂ ଭର୍ଜିନିଆର ରାଜ୍ୟର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ନ୍ୟୁୟର୍କରେ ଏଭଳି ବର୍ଷା କେବେ ହୋଇ ନ ଥିଲା। ବର୍ଷାରେ ବହୁ ଆପାର୍ଟମେଣ୍ଟର ତଳମହଲା ବୁଡ଼ିଯାଇଛି ଏବଂ ସହରରେ ନଦୀର ଭ୍ରମ ସୃଷ୍ଟି ହୋଇଛି। ଅନେକ କାର ପାଣିରେ ବୁଡ଼ିଯାଇଥିବା ଦେଖାଯାଇଛି। ନ୍ୟୁଜର୍ସିରେ ସର୍ବାଧିକ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷାପାଣିରେ ଗାଡ଼ି ବୁଡ଼ିଯିବା ଯୋଗୁ ଅଧିକାଂଶଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଅନେକ ଲୋକ ନିଖୋଜ ଥିବା ଜଣେ ଅଧିକାରୀ କହିଛନ୍ତି। ନ୍ୟୁୟର୍କରେ ଜରୁରୀ ସ୍ଥିତି ଘୋଷଣା କରାଯାଇଛି। ଫିଲାଡେଲ୍‌ଫିଆରେ ରାସ୍ତା ପାଣିରେ ବୁଡ଼ି ରହିଥିବାରୁ ଟ୍ରେନ୍‌ ଓ ବସ୍‌ ସେବା ବିଳମ୍ବିତ ହୋଇଛି। ବିଭିନ୍ନ ସ୍ଥାନରେ ଯାତ୍ରୀମାନେ ଅଟକି ରହି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କର୍ମଚାରୀମାନଙ୍କୁ ଘରୁ କାମ କରିବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାଇମ୍‌ବ୍ରାଞ୍ଚ ସ୍କାନର୍‌ରେ ଗଙ୍ଗଓ୍ବାର

ଭୁବନେଶ୍ୱର, ୮ା୬ (ତ୍ରିନାଥ ମହାନ୍ତି) ବାଲିଅନ୍ତା ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମ୍‌ ବ୍ରାଞ୍ଚ(ସିବି) ସ୍କାନରକୁ ଆସିଛନ୍ତି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଦୟାଲ ଗଙ୍ଗଓ୍ବାର। ତାଙ୍କ ଘରେ…

୧,୪୦୦ କି.ମି. ଯାଇ ଦିଲ୍ଲୀ ପ୍ରଫେସରଙ୍କୁ ହତ୍ୟା କରିଥିଲେ ପଶ୍ଚିମବଙ୍ଗ ଦମ୍ପତି

ନୂଆଦିଲ୍ଲୀ,୮ା୬: ଦିଲ୍ଲୀ ୟୁନିଭର୍ସିଟିର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ଗତ ବୁଧବାର ପୂର୍ବ ଦିଲ୍ଲୀର ବସୁନ୍ଧରା ଏନ୍‌କ୍ଲେଭସ୍ଥିତ ସତ୍ୟମ ଆପାର୍ଟମେଣ୍ଟରେ…

ବକୁଳବନ ଢାଞ୍ଚାରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର/ଖୋର୍ଦ୍ଧା, ୮।୬ (ରବିନାରାୟଣ ଜେନା/ ପ୍ରଭାତ ପାଣିଗ୍ରାହୀ) ରାଜ୍ୟରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଏବଂ ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇ ଦେବାପାଇଁ ରାଜ୍ୟ ସରକାର…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ଏମିତି ପ୍ରଶ୍ନ ପଚାରିଲେ ନ୍ୟୁଜ ଆଙ୍କର, ରାଗରେ ନାଲି ପଡ଼ିଗଲେ ଡୋନାଲ୍ଡ ଟ୍ରମ୍ପ, ସାକ୍ଷାତକର ମଝିରୁ ଚାଲିଯିବ ସହ କହିଲେ…

ଓ୍ବାଶିଂଟନ,୮।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାର ସମୟରେ ଏତେ କ୍ରୋଧିତ ହୋଇଗଲେ ଯେ ସେ ସାମ୍ବାଦିକଙ୍କୁ ‘ବେଇମାନ ଏବଂ ମୂର୍ଖ’ ବୋଲି କହି ମଝିରୁ…

ଭୟଙ୍କର ଭୂକମ୍ପ, ଘଣ୍ଟାକ ଭିତରେ ୩ ଥର ଥରି ଉଠିଲା, ଜାରି ହେଲା ସୁନାମୀ ସତର୍କତା

ମାନିଲା,୮।୬: ସୋମବାର (ଜୁନ ୮) ସକାଳେ ଫିଲିପାଇନ୍ସରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଗୋଟିଏ ଘଣ୍ଟା ମଧ୍ୟରେ ଭୂମି ତିନିଥର ଥରି ଉଠିଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର…

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri