ଆଇସିଏସ୍‌ଇ ଦଶମ ପାସ୍‌ ହାର ୯୯.୯୭%: ଓଡ଼ିଶାର ୪ଜଣ ରାଜ୍ୟ ଟପ୍ପର

ଭୁବନେଶ୍ୱର,୧୮।୭(ବ୍ୟୁରୋ): କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ୯୯.୯୭% ରହିଛି। ଛାତ୍ରୀଙ୍କ ପାସ୍‌ ହାର ୯୯.୯୮% ଥିବାବେଳେ ଛାତ୍ରଙ୍କ ପାସ୍‌ ହାର ୯୯.୯୭%। ଦେଶ ତଥା ବାହାରୁ ମୋଟ ୨,୩୧,୦୬୩ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨,୩୧,୦୦୪ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୫୯ଜଣ ଫେଲ୍‌ ହୋଇଛନ୍ତି। ଏଥର ୪ଜଣ ଛାତ୍ରୀଛାତ୍ର ୯୯.୮୦% ମାର୍କ ରଖି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସେମାନେ ହେଲେ ପୁଣେର ହର୍‌ଗୁନ୍‌ କୌର୍‌ ମଠାରୁ, କାନପୁରର ଅନିକା ଗୁପ୍ତା ଓ କନିଷ୍କା ମିତ୍ତଲ ଏବଂ ଉତ୍ତରପ୍ରଦେଶ ବଳରାମପୁରର ପୁଷ୍କର ତ୍ରିପାଠୀ। ସେହିଭଳି ୩୪ଜଣ ଛାତ୍ରୀଛାତ୍ର ୯୯.୬୦% ସହ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୭୨ଜଣ ୯୯.୪୦% ସହ ତୃତୀୟ ସ୍ଥାନରେ ରହିଛନ୍ତି। ସେପଟେ ଓଡ଼ିଶା ମଧ୍ୟ ଆଇସିଏସ୍‌ଇ ଦଶମରେ ଭଲ ରେଜଲ୍ଟ କରିଥିବା ଦେଖାଯାଇଛି। ଓଡ଼ିଶାର ବି ୪ ଜଣ ଛାତ୍ରୀଛାତ୍ର ୯୯.୨୦% ସହ ରାଜ୍ୟ ଟପ୍ପର ହୋଇଛନ୍ତି। ସେମାନେ ହେଲେ କଟକ ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲର ଋଷି ସାଗର ଶତପଥୀ, ରାଉରକେଲା ଇସ୍ପାତ ଇଂଲିଶ ମିଡିୟମ ସ୍କୁଲର ସାଇ କ୍ରିଷ୍ଣା ପଣ୍ଡା, ଭୁବନେଶ୍ୱର ସେଣ୍ଟ ଯୋସେଫ ହାଇସ୍କୁଲର ଶ୍ରୀଧାରା ବାରିକ ଏବଂ କେନ୍ଦୁଝରର
ନିର୍ମଳା କନ୍‌ଭେଣ୍ଟ ସ୍କୁଲର ଆଶୁତୋଷ ଦେବପ୍ରିୟମ ନାୟକ। ସେହିଭଳି ୮ଜଣ ଛାତ୍ରୀଛାତ୍ର ୯୯% ସହ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ୯ଜଣ ୯୮.୮୦% ସହ ତୃତୀୟ ସ୍ଥାନରେ ରହିଛନ୍ତି।
୩୦ଟି ଭାଷାରେ ପରୀକ୍ଷା ହୋଇଥିଲା। ୨୦ଟି ଭାରତୀୟ ଭାଷା, ୯ଟି ବିଦେଶୀ ଏବଂ ଗୋଟିଏ କ୍ଲାସିକାଲ ଭାଷା ରହିଥିଲା। ୨,୫୩୫ ସ୍କୁଲରୁ ପାସ୍‌ ହୋଇଥିବା ମୋଟ ୨,୩୧,୦୦୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧,୦୫,୩୬୯ଜଣ ଛାତ୍ରୀ ଓ ୧,୨୫,୬୩୫ଜଣ ଛାତ୍ର ଅଛନ୍ତି। ୧୨,୯୮୦ଜଣ ଏସ୍‌ସି, ୭,୯୭୫ଜଣ ଏସ୍‌ଟି ଏବଂ ୪୯,୭୩୧ଜଣ ପଛୁଆବର୍ଗର ପିଲା ରହିଛନ୍ତି। ୭୧୨ଜଣ ସ୍ବତନ୍ତ୍ର ପିଲା ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଦକ୍ଷିଣ ଓ ପଶ୍ଚିମ ରିଜିଅନରୁ ସର୍ବାଧିକ ୯୯.୯୯% ରେଜଲ୍ଟ ହୋଇଛି। ସେହିଭଳି ଉତ୍ତର ରିଜିଅନରେ ୯୯.୯୮%, ପୂର୍ବ ରିଜିଅନରେ ୯୯.୯୬% ଏବଂ ଫରେନ୍‌ରେ ୯୯.୫୦% ପାସ୍‌ହାର ରହିଛି।
ଚଳିତବର୍ଷ ସିଆଇଏସ୍‌ସିଇ ପକ୍ଷରୁ ଆଇସିଏସ୍‌ଇ ଦଶମର ଦୁଇଟି ସେମିଷ୍ଟର ପରୀକ୍ଷା ହୋଇଥିଲା। ନଭେମ୍ବର-ଡିସେମ୍ବରରେ ସେମିଷ୍ଟର-୧ ଏବଂ ଏପ୍ରିଲ-ମେ’ରେ ସେମିଷ୍ଟର-୨ ଅନୁଷ୍ଠିତ ହୋଇଥିଲା। ଦୁଇଟି ସେମିଷ୍ଟରର ରେଜଲ୍ଟ ଏବଂ ପ୍ରୋଜେକ୍ଟ(ଇଣ୍ଟରନାଲ ଆସେସମେଣ୍ଟ)କୁ ଆଧାର କରି ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଦୁଇଟି ଯାକ ସେମିଷ୍ଟର ଦେଇଥିବା ଛାତ୍ରୀଛାତ୍ରଙ୍କ ଫଳାଫଳ ପ୍ରକାଶ ପାଇଛି। ଯେଉଁମାନେ ସେମିଷ୍ଟର-୧ କିମ୍ବା ୨ ଦେଇ ନ ଥିଲେ, ସେମାନଙ୍କର ରେଜଲ୍ଟ ବାହାରି ନାହିଁ। ଛାତ୍ରୀଛାତ୍ରମାନେ ସିଆଇଏସ୍‌ସିଇ ଓ୍ବେବ୍‌ସାଇଟ୍‌ www.cisce.orgକୁ ଯାଇ କିମ୍ବା ନଂ.୦୯୨୪୮୦୮୨୮୮୩କୁ ଏସ୍‌ଏମ୍‌ଏସ୍‌ କରି ରେଜଲ୍ଟ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରୀଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

ବର୍ଷା ପାଇଁ ଯଦି ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ବାତିଲ ହୋଇଯାଏ, ତେବେ କିଏ ସ୍ବର୍ଣ୍ଣ ପଦକ ପାଇବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଉତ୍ସାହର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?