ନଗଡ଼ା ଶିଶୁ ମୃତ୍ୟୁ ଘଟଣା: ତଥ୍ୟ ନ ଦେବାରୁ ୨୫ ହଜାର ଜରିମାନା

ଯାଜପୁର ଅଫିସ,୧୮ା୭: ଯାଜପୁର ଜିଲା ସୁକିନ୍ଦା ବ୍ଲକ ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣା ପରେ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ତଥାପି ନଗଡ଼ାରେ ବାଲ୍ୟ ବିବାହ ସାଙ୍ଗକୁ ପୁଷ୍ଟିହୀନତା ଶତପ୍ରତିଶତ ହ୍ରାସ ପାଇନାହିଁ। ଏହିକ୍ରମରେ ପ୍ରଦୀପ ପ୍ରଧାନ ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅନୁଯାୟୀ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ମାଗିଥିଲେ। ଏହି ତଥ୍ୟ ଦେବାରେ ପ୍ରଶାସନ ବିଫଳ ହେବାରୁ ଆବେଦନକାରୀଙ୍କ ପକ୍ଷରୁ ଅପିଲ କରାଯିବା ପରେ ରାଜ୍ୟ ସୂଚନା କମିଶନର ଦିଲୀପ କୁମାର ବିଶୋୟୀ ତତ୍କାଳୀନ ଯାଜପୁର ଡିଆରଡିଏ ପିଡି ଇନ୍ଦ୍ରମଣି ନାୟକଙ୍କଠାରୁ ୨୦ ହଜାର ଏବଂ ପିଆଇଓ ସଞ୍ଜୟ କୁମାର ପଣ୍ଡାଙ୍କଠାରୁ ୫ ହଜାର ମୋଟ ୨୫ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ଡିଆରଡିଏ ପିଡିଙ୍କୁ ଉପରୋକ୍ତ ଅର୍ଥ ଉଭୟ ଅଧିକାରୀଙ୍କ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସର ଦରମା/ପେନସନ୍‌ରୁ କାଟିବାକୁ ଦାୟିତ୍ୱ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଅବମାନନା କରାଗଲେ ଉକ୍ତ ଅର୍ଥ ଦାୟିତ୍ୱ ଦିଆଯାଇଥିବା ପିଡିଙ୍କଠାରୁ ଆଦାୟ କରାଯିବ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି। ପିଡି ନାୟକ ବର୍ତ୍ତମାନ ଭଦ୍ରକ ଡିଆରଡିଏ ପିଡି ଭାବେ କାର୍ଯ୍ୟ କରୁଥିବାବେଳେ ପିଆଇଓ ପଣ୍ଡା ଅବସର ନେଇ ସାରିଛନ୍ତି।
ସୂଚନା ଅନୁସାରେ, ୨୦୧୬ ଜୁନ ଶେଷବେଳକୁ ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସିଥିଲା। ଏହାପରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ନଗଡ଼ାରେ ବିଭିନ୍ନ ସରକାରୀ ଯୋଜନା ଆରମ୍ଭ କରାଯାଇଥିଲା। ବଣଜଙ୍ଗଲ ଘେରା ପାହାଡ଼ ଅତିକ୍ରମ କରି ନଗଡାକୁ ରାସ୍ତା ତିଆରି ହୋଇଥିଲା। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ବଳ୍ପ ଓ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ସମୟରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ନଗଡ଼ାର ମହିଳା ଏବଂ ଶିଶୁଙ୍କ ଜୀବନ ଓ ପୁଷ୍ଟିହୀନତାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ତଥ୍ୟ ମାଗିଥିଲେ। ତେବେ ଏନେଇ ପ୍ରଶାସନ ବିଫଳ ହେବାରୁ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ୩୦୦/୨୦୧୭ରେ ଅଭିଯୋଗ ଦାଖଲ କରିଥିଲେ। ଏନେଇ ତତ୍କାଳୀନ ପିଡି ନାୟକ ଏବଂ ପିଆଇଓ ପଣ୍ଡାଙ୍କୁ ସୂଚନା କମିଶନର କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ହେଲେ ପଣ୍ଡା ତାଙ୍କ ଉତ୍ତରରେ ତଥ୍ୟ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟତା ନ ଥିବା ଦର୍ଶାଇ ପୁଣି ଥରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ ବୋଲି ଦର୍ଶାଇଥିଲେ। କିନ୍ତୁ ଏହି ପରାମର୍ଶ ପତ୍ର ଆବେଦନକାରୀ ପାଇ ନଥିଲେ ବୋଲି କମିଶନରଙ୍କୁ ଜଣାଇଥିଲେ। ଏପରିକି ପିଆଇଓ ପଣ୍ଡା ଉକ୍ତ ପତ୍ର ପ୍ରେରଣ କରିଥିବା ସମ୍ପର୍କରେ କୌଣସି ପ୍ରମାଣ ଦାଖଲ କରି ପାରି ନ ଥିଲେ। ଏ ସଂକ୍ରାନ୍ତରେ ତକତ୍ାଳୀନ ପିଡି ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ସମୟ ଅଛି। ଆଗାମୀ ଦିନରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?