Posted inଜାତୀୟ

ଖୁସି ଖବର: କରୋନା ଚିକିତ୍ସାର ନୂଆ ପଦ୍ଧତି ଖୋଜି ପାଇଲା ଆଇସିଏମ୍‌ଆର୍‌

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏହା ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଛି। ତେବେ ଏହାରି ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି।
ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ହାଇଦ୍ରାବାଦର ଏକ ଫାର୍ମା କମ୍ପାନୀ ବାୟୋଲୋଜିକାଲ ଇ ଲିମିଟେଡ ସହ ମିଶି କରୋନା ଚିକିତ୍ସାର ଏକ ନୂଆ ପଦ୍ଧତି ଖୋଜି ପାଇଛି । କରୋନା ଚିକିତ୍ସା ପାଇଁ ପ୍ୟୁରିଫାଇଡ୍‌ ଆଣ୍ଟିସେରା ବିକଶିତ କରାଯାଇଛି। ଏଥିରେ ପଶୁଙ୍କାଠାରୁ ନିଆଯାଇଥିବା ରକ୍ତ ସେରମ୍‌ ଥାଏ। ଏହା ଦ୍ୱାରା କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଇପାରିବ।
ଏ ନେଇ ଆଇସିଏମ୍‌ଆର୍‌ ଟୁଇଟ୍‌କରି ଜଣାଇଛି ଯେ, କରୋନା ପୀଡିତ ରୋଗୀଙ୍କଠାରୁ ପ୍ଲାଜ୍‌ମା ନିଆଯାଇପାରେ, କିନ୍ତୁ ସେମାନଙ୍କ ଆଣ୍ଟିବଡ଼ି, ସେମାନଙ୍କର ପ୍ରଭାବ ଜଣେ ରୋଗୀଠାରୁ ଅନ୍ୟ ଜଣଙ୍କର ଭିନ୍ନ ହୋଇଥାଏ। ତେଣୁ କରୋନା ରୋଗଙ୍କ ଚିକତ୍ସା ପାଇଁ ଏହା ଏକ ଅଦ୍ଭୁତ ଉପାୟ। ଆଣ୍ଟିସେରା ଚିକିତ୍ସା ପଦ୍ଧତିରେ କରୋନା ରୋଗୀଙ୍କ ଚିକିତ୍ସା କରାଯାଇପାରିବ ବୋଲି ଆଇସିଏମ୍‌ଆର୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ଦେଇ କଶ୍ମୀରକୁ ଅସ୍ତ୍ର ଚୋରାଚାଲାଣ କରୁଛି ପାକ୍‌

ନୂଆଦିଲ୍ଲୀ,୧୩ା୨(ଆଇଏଏନ୍‌ଏସ୍‌): ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ପାକିସ୍ତାନ ସରକାରଙ୍କ ଉପରେ ଚାପ ପକାଉଥିବାବେଳେ ଏବେ ସେଠାରୁ...

ଆତଙ୍କବାଦ ପ୍ରସଙ୍ଗରେ ଇମ୍ରାନ୍‌ଙ୍କୁ ରାଜନାଥଙ୍କ ପ୍ରସ୍ତାବ: ପାକିସ୍ତାନକୁ ସେନା ପଠାଇବୁ

କର୍ନାଲ,୧୪ା୧୦: ପାକିସ୍ତାନ ଯଦି ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ପାଇଁ ଗମ୍ଭୀର ତେବେ ଆମେ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ। ଭାରତୀୟ ସେନାକୁ ପାକିସ୍ତାନ ପଠାଇପାରିବୁ...

ବାୟୁ ସେନାକୁ ବଡ଼ ସଫଳତା

ନୂଆଦିଲ୍ଲୀ,୨୯।୧୦: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ବୋମା (ଏଲ୍‌ଆର୍‌)କୁ ସଫଳତାର ସହ ପରୀକ୍ଷା କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ...

ମୁଣ୍ଡ ନୂଆଁଇଲା ଇଂଲଣ୍ଡ

ନୂଆଦିଲ୍ଲୀ,୭।୧୦: ଭାରତ ଆଗରେ ମୁଣ୍ଡ ନୂଆଁଇଛି ଇଂଲଣ୍ଡ। ଉଭୟ ଡୋଜ୍‌ ନେଇଥିବା ଭାରତୀୟଙ୍କୁ ଆଉ ଇଂଲଣ୍ଡରେ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡିବ ନାହିଁ। ଏହି ନିୟମ ଅକ୍ଟୋବର...

ମୁଲାୟମ୍‌ଙ୍କ ମର୍ସିଡିଜ୍‌ ଗାଡ଼ି ଯୋଗୀ ସରକାର ନେବେ ଫେରାଇ

ଲକ୍ଷ୍ନୌ,୨୨।୯: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ସମାଜବାଦୀ ପାର୍ଟି ନେତା ମୁଲାୟମ୍‌ ସିଂ ଯାଦବଙ୍କ ସରକାରୀ ଏସ୍‌ୟୁଭି ମର୍ସିଡିଜ୍‌ ଗାଡ଼ିକୁ ଏବେ ଫେରାଇ ନିଆଯିବ। ମୁଖ୍ୟମନ୍ତ୍ରୀ ଯୋଗୀ...

୨୦୨୨ ସୁଦ୍ଧା ସବୁ ପରିବାରକୁ ପକ୍କାଘର

ନୂଆଦିଲ୍ଲୀ, ୪ା୨(ପି.ଟି.): ସବୁ ଗରିବ ପରିବାରକୁ ୨୦୨୨ ସୁଦ୍ଧା ପକ୍କାଘର ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କର୍‌କର୍‌ଦୁମାରେ ଏକ...

ରାଏବରେଲି ଏବଂ ଆମେଠି ସିଟ ନିଜ ପାଖରେ ରଖିବେ ଗାନ୍ଧୀ ପରିବାର…

ନୂଆଦିଲ୍ଲୀ,୧୩।୩ : ଉତ୍ତରପ୍ରଦେଶରେ ଗାନ୍ଧୀ-ନେହେରୁ ପରିବାରର ବୋଲି ବିବେଚନା କରାଯାଉଥିବା ରାଏବରେଲି ଏବଂ ଆମେଠି ଲୋକସଭା ଆସନକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା ଚାଲିଛି। ରାଏ...

ଅଶାନ୍ତ ପଶ୍ଚିମବଙ୍ଗ: ଦଳୀୟ ପତାକା ପାଇଁ କର୍ମୀଙ୍କ ଜୀବନ ଗଲା

କୋଲକତା, ୯।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ଧରୁନି। ଉତ୍ତର ୨୪ ପ୍ରଗଣା ଜିଲାରେ ଦଳୀୟ ପତାକାକୁ କେନ୍ଦ୍ର କରି ୪ ଜଣ ଭାଜପା...

Advertisement
Archives

Model This Week