Posted inଖେଳ

ଆଇସିସି ଦିନିକିଆ ଟିମ ଅଫ ଦି ଇୟର ଘୋଷଣା: ଦଳରେ ସ୍ଥାନ ପାଇଲେ ୬ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୩।୧: ଆଇସିସି  ଦିନିକିଆ ଟିମ ଅଫ ଦି ଇୟର ଘୋଷଣା କରିଛି। ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି। ଏହି ସ୍ବତନ୍ତ୍ର ଦଳରେ ଭାରତର ୬ ଜଣ ଖେଳାଳି ନିଜ ସ୍ଥାନ ହାସଲ କରିବାରେ ସଫଳ ହୋଇଥିବାବେଳେ ୨ ଜଣ ଖେଳାଳି ଅଷ୍ଟ୍ରେଲିଆରୁ ଆସିଛନ୍ତି। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି ମଧ୍ୟ ବର୍ଷର ଦିନିକିଆ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଏହି ଦଳରେ ନ୍ୟୁଜିଲାଣ୍ଡର ଜଣେ ଖେଳାଳି ସ୍ଥାନ ପାଇଛନ୍ତି। ଆଇସିସି ରୋହିତଙ୍କୁ ଅଧିନାୟକ ତଥା ଓପନର୍‌ ଭାବରେ ଚୟନ କରିଥିବାବେଳେ ଶୁଭମନ ଗିଲ ମଧ୍ୟ ଓପନର୍‌ ଭାବରେ ଏହି ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଦିନିକିଆ ବିଶ୍ୱକପ ଫାଇନାଲରେ ଚମତ୍କାର ଶତକ ସ୍କୋର କରି ଅଷ୍ଟ୍ରେଲିଆକୁ ବିଶ୍ୱ ଚାମ୍ପିୟନ କରିଥିବା ଟ୍ରାଭିସ ହେଡ ମଧ୍ୟ ଏହି ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ବିରାଟ କୋହଲି ୪ ନମ୍ବରରେ ଥିବାବେଳେ ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ଏହି ଦଳରେ ୫ ନମ୍ବରରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ରେ କୋହଲି ନିଜର ଜବରଦସ୍ତ ପ୍ରଦର୍ଶନ ସହିତ ପ୍ଲେୟାର ଅଫ ସିରିଜ ଟାଇଟଲ ଜିତିବାରେ ସଫଳ ହୋଇଥିଲେ। ୨୦୨୩ ଦିନିକିଆ ବିଶ୍ୱକପରେ ଡାରିଲ ମିଚେଲଙ୍କ ପ୍ରଦର୍ଶନ ମଧ୍ୟ ଭଲ ଥିଲା।
ଏସବୁ ବ୍ୟତୀତ ଆଇସିସି ଦକ୍ଷିଣ ଆଫ୍ରିକାର ହେନରିଚ କ୍ଲାସେନଙ୍କୁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ଦଳରେ ସାମିଲ କରିଛି। ଏଥି ସହିତ ମାର୍କୋ ଜାନସେନ ମଧ୍ୟ ଦ୍ରୁତ ବୋଲର ଭାବରେ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଇସିସି ଆଡାମ ଜାମ୍ପା ଏବଂ କୁଲଦୀପ ଯାଦବଙ୍କୁ ଦିନିକିଆ ଟିମ ଅଫ ଦି ଇୟରରେ ସ୍ପିନର ଭାବେ ସାମିଲ କରିଛନ୍ତି । ଏଥି ସହିତ ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମି ମଧ୍ୟ ଏହି ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।
ଦିନିକିଆ ଟିମ ଅଫ ଦି ଇୟର
ରୋହିତ ଶର୍ମା (କ୍ୟାପଟେନ) ଭାରତ, ଶୁବମାନ ଗିଲ (ଭାରତ), ଟ୍ରାଭିସ ହେଡ (ଅଷ୍ଟ୍ରେଲିଆ), ବିରାଟ କୋହଲି (ଭାରତ), ଡାରିଲ ମିଚେଲ (ନ୍ୟୁଜିଲାଣ୍ଡ), ହେନ୍ରିଚ କ୍ଲାସେନ (ଦକ୍ଷିଣ ଆଫ୍ରିକା), ମାର୍କୋ ଜନସେନ (ଦକ୍ଷିଣ ଆଫ୍ରିକା), ଆଡାମ ଜାମ୍ପା (ଅଷ୍ଟ୍ରେଲିଆ) ), ମହମ୍ମଦ ସିରାଜ (ଭାରତ), କୁଲଦୀପ ଯାଦବ, (ଭାରତ), ମହମ୍ମଦ ଶାମି (ଭାରତ)


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri