Posted inଖେଳ

ଟ୍ରଫି ଟୁର୍‌ ଲଞ୍ଚ କଲା ଆଇସିସି

ଦୁବାଇ, ୨୭ା୬(ପି.ଟି.): ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ର ଟ୍ରଫି ଲଞ୍ଚ କରିଛି ଆଇସିସି। ସୋମବାର ଆଇସିସି ପକ୍ଷରୁ ପୃଥିବୀ ପୃଷ୍ଠର ୧ ଲକ୍ଷ ୨୦ ହଜାର ଫୁଟ ଉପରେ ଟ୍ରଫି ଲଞ୍ଚ କରାଯାଇଥିଲା। ଏହା ପରେ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଟ୍ରଫି ଲ୍ୟାଣ୍ଡ କରିଥିଲା। ଏକ ବେସ୍ପୋକ ବେଲୁନ୍‌ରେ ଟ୍ରଫିକୁ ବନ୍ଧା ଯାଇ ଟ୍ରଫିକୁ ଛଡା ଯାଇଥିବା ବେଳେ ୪କେ କ୍ୟାମେରାରେ ଏହାର ଶୁଟିଂ କରାଯାଇଥିଲା। ଜୁନ୍‌ ୨୭ ତାରିଖରୁ ଯାତ୍ରା ଆରମ୍ଭ କରିବ ବିଶ୍ୱକପ ଟ୍ରଫି। କୁଏଟ୍‌, ବାହାରିନ୍‌, ମାଲେସିଆ, ଆମେରିକା, ନାଇଜେରିଆ, ଉଗାଣ୍ଡା, ଫ୍ରାନ୍ସ ଏବଂ ଇଟାଲୀ ପରି ୧୮ଟିଦେଶ ଭ୍ରମଣ କରିବା ପରେ ଆୟୋଜକ ଦେଶ ଭାରତରେ ଟ୍ରଫି ପହଞ୍ଚିବ।
ବିଭିନ୍ନ ଦେଶ ମଧ୍ୟରେ ଟ୍ରଫି ଯାତ୍ରା କରିବାକୁ ଥିବା ବେଳେ ଲକ୍ଷ ଲକ୍ଷ ଫ୍ୟାନ୍‌ ଏହାର ଦର୍ଶନ କରିବେ। ସମଗ୍ର ବିଶ୍ୱରେ କ୍ରିକେଟର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଆଇସିସି ଇତିହାସର ବୃହତ ଇଭେଣ୍ଟ କରିବା ପାଇଁ ଆମେ ପ୍ରସ୍ତୁତ ବୋଲି ଆଇସିସି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଜିଓଫ୍‌ ଆଲାର୍ଡାଇସ୍‌ ପ୍ରକାଶ କରିଛନ୍ତି।
ଭାରତୀୟଙ୍କୁ କ୍ରିକେଟ ସର୍ବଦା ଏକତ୍ରିତ କରିଥାଏ। ୧୪୦ କୋଟି ଦେଶବାସୀଙ୍କ ମଧ୍ୟରେ ଏହା ଏକ ଅଫୁରନ୍ତ ଉତ୍ସାହ ସୃଷ୍ଟି କରୁଥିବା ବେଳେ ବିଶ୍ୱର ଶ୍ରେଷ୍ଠ ୧୦ ଦଳ ଏଥିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ୬ ସପ୍ତାହର ନନ୍‌ ଷ୍ଟପ୍‌ କ୍ରିକେଟ ପାଇଁ ଭାରତ ବାସୀ ପ୍ରସ୍ତୁତ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ଜୁନ୍‌ ୨୭ରୁ ଆରମ୍ଭ ହେବାକୁ ଥିବା ଟ୍ରଫି ଟୁର୍‌ ୧୮ ଦେଶ ଭ୍ରମଣ କରିବା ପରେ ସେପ୍ଟେମ୍ବର ୪ ତାରିଖରେ ଭାରତରେ ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?