ଜେରା ପାଇଁ ଭୁବନେଶ୍ୱରରେ ଆଇବି ଟିମ୍‌

ଭୁବନେଶ୍ୱର,୨୦।୧୨(ସତ୍ୟଜିତ୍‌ ରାଉତ): ସନ୍ଦିଗ୍ଧ ଆତଙ୍କବାଦୀ ତଥା କଶ୍ମୀର ପୋଲିସର ଓ୍ବାଣ୍ଟେଡ୍‌ ଥିବା ସୟଦ ଇଶାନ ବୁଖାରୀଙ୍କ ୫ଦିନିଆ ରିମାଣ୍ଡ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଟିମ୍‌ ପୂର୍ବାହ୍ନରେ ଯାଜପୁର ଜିଲାର ରଗଡ଼ି ସବ୍‌ଜେଲରୁ ବୁଖାରୀଙ୍କୁ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟକୁ ଆଣି ଆତଙ୍କବାଦୀ ଲିଙ୍କ୍‌ ସହ ତାଙ୍କ ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବାକୁ ମାରାଥନ ଜେରା କରୁଛି। ଏଥିସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ଇଣ୍ଟେଲିଜେନ୍‌ସ ବ୍ୟୁରୋ (ଆଇବି)’ ଟିମ୍‌ ମଧ୍ୟ ଭୁବନେଶ୍ୱରରେ ପହଞ୍ଚତ୍ଛି। ଏସ୍‌ଟିଏଫ୍‌ ଓ ଆଇବି ଅଧିକାରୀଙ୍କ ଏକ ମିଳିତ ଟିମ୍‌ ବୁଖାରୀଙ୍କୁ ପର୍ଯ୍ୟାୟକ୍ରମେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚାରି ଜେରା କରୁଥିବା ଜଣାପଡ଼ିଛି। ବୁଖାରୀ କେତେଜଣ ପାକିସ୍ତାନୀଙ୍କ ସହ ନିୟମିତ ଯୋଗାଯୋଗରେ ଥିବାବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ବହୁ ସନ୍ଦେହଜନକ ଆର୍ଥିକ କାରବାର ହୋଇଛି। ତେବେ ସେ ତାଙ୍କ ଚାଟ୍‌ ହିଷ୍ଟ୍ରିକୁ ଡିଲିଟ୍‌ କରିଦେଇଥିବାରୁ ତାଙ୍କ ଉପରେ ତଦନ୍ତ ସଂସ୍ଥାର ଅଧିକ ସନ୍ଦେହ ହେଉଛି। ଏପରିକି ଉକ୍ତ ଚାଟ୍‌ରେ ଥିବା ବ୍ୟକ୍ତିମାନେ ଆଇଏସ୍‌ଆଇ ଏଜେଣ୍ଟ ହୋଇଥାଇପାରନ୍ତି ବୋଲି ଏସ୍‌ଟିଏଫ୍‌ ଆଶଙ୍କା କରୁଛି। ରିମାଣ୍ଡବେଳେ ଏସବୁ ଦିଗକୁ ନେଇ ଆଇବି ଓ ଏସ୍‌ଟିଏଫ୍‌ ଅଧିକାରୀମାନେ ଅଧିକ ପଚରାଉଚରା କରି ତଥ୍ୟ ଯୋଗାଡ଼ କରିବାକୁ ଲାଗି ପଡିଛନ୍ତି। ଅନ୍ୟପକ୍ଷରେ ବୁଖାରୀଙ୍କ ବ୍ୟାଙ୍କ ଆକାଉଣ୍ଟର ଆର୍ଥିକ କାରବାର ସଂକ୍ରାନ୍ତ ତଥ୍ୟ ଦେବାକୁ ଅର୍ଥ ମନ୍ତ୍ରଣାଳୟର ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌(ଏଫ୍‌ଆଇୟୁ)କୁ ଚିଠି ଲେଖାଯାଇଥିବାବେଳେ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌)କୁ ମଧ୍ୟ ଏସ୍‌ଟିଏଫ୍‌ ଅପେକ୍ଷା କରିଛି। ଏସବୁ ଆସିବା ପରେ ଜେରାବେଳେ ବୁଖାରୀଙ୍କ ଅପରାଧ ଗୁମର ଅଧିକ ଫିଟିବ। ତେବେ ଏହି ୫ଦିନ ଭିତରେ କିମ୍ବା ପରେ ନ୍ୟାଶନାଲ୍‌ ଇନ୍‌ଭେଷ୍ଟିଗେଶନ ଏଜେନ୍‌ସି (ଏନ୍‌ଆଇଏ) ଓ କଶ୍ମୀର ପୋଲିସ ମଧ୍ୟ ଆସି ବୁଖାରୀଙ୍କୁ ଜେରା କରିବ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି।
ଚର୍ଚ୍ଚାରେ ବୁଖାରୀ-ପୋଲିସ ସମ୍ପର୍କ, ସାମ୍ବାଦିକଙ୍କ ମୃତ୍ୟୁ
ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀଙ୍କୁ ଧର୍ମଶାଳା ଅଞ୍ଚଳରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିବା ପରେ ସ୍ଥାନୀୟ ପୋଲିସ ଚର୍ଚ୍ଚାକୁ ଆସିଛି। ବୁଖାରୀ-ପୋଲିସ ସମ୍ପର୍କରୁ ଧର୍ମଶାଳା ଅଞ୍ଚଳର ଜଣେ ସାମ୍ବାଦିକ ସେଖ୍‌ ଦିଲ୍‌ଦାରଙ୍କ ଜୀବନ ଯାଇଥିବା ଅଭିଯୋଗ ଉଠିଛି। ୨୦୧୮ରୁ ବୁଖାରୀଙ୍କ ଜୀବନଶୈଳୀ ଉପରେ ସେଖ୍‌ ଦିଲ୍‌ଦାରଙ୍କ ସନ୍ଦେହ ହୋଇଥିଲା। ତେଣୁ ସେ ବୁଖାରୀଙ୍କ ବିରୋଧରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ହେଲେ ବୁଖାରୀଙ୍କ ସ୍ତ୍ରୀଙ୍କ ପାଲଟା ଏତଲା ପରେ ସାମ୍ବାଦିକ ଦିଲ୍‌ଦାରଙ୍କୁ ପୋଲିସ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ଏପରିକି ଦୁଃଖଦ ଘଟଣାକ୍ରମରେ ଦିଲ୍‌ଦାରଙ୍କ ଗତ ୩ ମାସ ତଳେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ପୋଲିସ ସେହି ସମୟରେ ଠିକ୍‌ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିଥିଲେ ଏବେ ଏଭଳି ପରିସ୍ଥିତି ଉପୁଜି ନ ଥାନ୍ତା ବୋଲି ସ୍ବର୍ଗତ ଦିଲ୍‌ଦାର୍‌ଙ୍କ ସ୍ତ୍ରୀ ସଗୁପ୍ତା ୟାସମିନ୍‌ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି ପ୍ରସଙ୍ଗକୁ ତଦନ୍ତ ପରିସରଭୁକ୍ତ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?