Posted inଫୁରସତ

ଏକଦା ସାଇକେଲ ପଙ୍କଚର ମାରୁଥିବା ବରୁଣ ଏବେ ଆଇଏଏସ୍‌ ଅଫିସର, ୟୁପିଏସ୍‌ସିରେ ମିଳିଲା ୩୨ ର଼୍ୟାଙ୍କ…

କଠିନ ପରିଶ୍ରମ ସଫଳତାର ଚାବିକାଠି। ଏହି ଧାଡିଟି ଆଇଏଏସ୍‌ ବରୁଣା ବରନଓ୍ବାଲଙ୍କ ଉପରେ ପ୍ରଯୁଜ୍ୟ ବୋଲି କହିପାରିବା। କାରଣ ପିଲାଦିନେ ସେ ନିଜ ବାପାଙ୍କୁ ହରାଇଥିଲେ। ପରିବାରର ବୋଝ ଉପରେ ପଡ଼ିବା ପରେ ସେ ବାପାଙ୍କ ସାଇକେଲ ପଙ୍କଚର ମାରିବା ଦୋକାନରେ କାମ କରିଥିଲେ। ହେଲେ ପାଠପଢ଼ା ଛାଡ଼ି ନ ଥିଲେ। ଶେଷରେ ସେ ଅଫିସର ହେବାକୁ ଦେଖିଥିବା ସ୍ବପ୍ନ ସାକାର ହୋଇଛି।

ମହାରାଷ୍ଟ୍ରର ବାଇସୋର ସହରରେ ରହୁଥିବା ବରୁଣ ଏବେ ପ୍ରତିଟି କଠିନ ପରିସ୍ଥିତିରେ ସ୍ବପ୍ନ ଦେଖୁଥିବା ପ୍ରତିଟି ଯୁବକ ଲାଗି ପ୍ରେରଣା ପାଲଟିଛନ୍ତି। ପରିସ୍ଥିତି ପ୍ରତିକୂଳ ଥିଲେ ହେଁ ସେ ଦେଶର ସବୁଠାରୁ କଠିନ ପରୀକ୍ଷା ପାସ୍‌ କରିଛନ୍ତି। ବରୁଣ ଛାତ୍ର ଜୀବନରୁ ଆଇଏଏସ୍‌ ହେବାର ଯାତ୍ରା ମଧ୍ୟରେ ଅନେକ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ପଙ୍କଚର ମାରି ପରିବାରକୁ ଚଳାଇବା ସହ ସେ ୟୁପିଏସ୍‌ସି ଲାଗି ପ୍ରସ୍ତୁତ ହେଉଥିଲେ। ୮ ବର୍ଷର କଠିନ ପରିଶ୍ରମ ପରେ ସିଭିଲ ସେବା ପରୀକ୍ଷାରେ ସେ ସମଗ୍ର ଦେଶରେ ୩୨ ର଼୍ୟାଙ୍କ ପାଇବାରେ ସଫଳ ହୋଇଛନ୍ତି।

ଟଙ୍କାପଇସାର ଅଭାବକୁ ନେଇ ବରୁଣ ପାଠପଢ଼ା ଛାଡ଼ିଥିଲେ। ପରେ ତାଙ୍କୁ ଜଣେ ଚିହ୍ନା ଡାକ୍ତର ପଢ଼ା ପୁଣିଥରେ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି କଲେଜରେ ତାଙ୍କ ଆଡମିଶନ କରାଇଦେଇଥିଲେ। ଦ୍ୱାଦଶ ପରେ ବରୁଣ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ନିଜର ଖର୍ଚ୍ଚ ବାହାର କରିବାକୁ ସେ ସାଇକେଲ ଦୋକାନ ଚଳାଇବା ସହ ଟ୍ୟୁଶନ ମଧ୍ୟ ପଢ଼ାଉଥିଲେ। ପ୍ରଥମ ସେମିଷ୍ଟରରେ ଟପ୍‌ କରିବା ପରେ କଲେଜରୁ ତାଙ୍କୁ ସ୍କଲାରସିପ୍‌ ମିଳିଥିଲା। ସେ ପାଠପଢ଼ା ସହ ସମାଜସେବା କାମରେ ମଧ୍ୟ ସାମିଲ ରହୁଥିଲେ। ଶେଷରେ ପଙ୍କଚର ଠିକ୍‌ କରୁଥିବା ବରୁଣ ଏବେ ନିଜ ପରିଶ୍ରମ ଯୋଗୁ ଆଇଏଏସ୍‌ ଅଫିସର ହେବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri