Posted inଜାତୀୟ

IAS ଅଫିସର ଏବେ ରାଜନୀତି ମୁହାଁ, ଲଢିବେ ନିର୍ବାଚନ, ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୩।୩: ଭାରତୀୟ ଜନତା ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ତାଲିକାରେ ବହୁ ନୂଆ ଚେହେରାଙ୍କୁ ସୁଯୋଗ ମିଳିଥିବାବେଳେ କେତେକ ପୁରୁଖା ନେତାଙ୍କ ଟିକେଟ୍‌ କଟିଛି। ତେବେ ଏହାରି ଭିତରେ ଜଣେ IAS ଅଫିସର ରାନନୀତିରେ ଏଣ୍ଟ୍ରି ମାରିବେ ବୋଲି ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଛି। ତେବେ ଏହି ନେତାଙ୍କୁ ଭାଜପା ତା’ର ଅନ୍ୟତମ ଗଡ ଉତ୍ତର ପ୍ରଦେଶରେ ସିଟ୍‌ ଦେଇପାରେ ବୋଲି ଅନୁମାନ କରାଯାଉଛି।
ଏହି ଆଇଏଏସ ଅଫିସର ଜଣକ ହେଲେ Former IAS Abhishek Singh। ୨୦୧୧ ବ୍ୟାଚ୍‌ର ଏହି ଆଇଏଏସ ଜଣକ ୨୦୨୩ ଅକ୍ଟୋବରରେ ଚାକିରିରୁ ଇସ୍ତଫା ଦେଇଥିଲେ। ତେବେ ସେବେଠାରୁ ସେ ରାଜନୀତିକୁ ଓହ୍ଲାଇବା ନେଇ ପ୍ରସ୍ତୁତି କରୁଥିଲେ। ୟୁପିର ଏହି ଅଫିସରଙ୍କର ଗତ ଫେବୃଆରୀରେ ଇସ୍ତଫା ମଞ୍ଜୁର ହୋଇଛି। କୁହାଯାଉଥିଲା କି, ବର୍ତ୍ତମାନ ସେ ୟୁପିର ଜନପୁର ଆସନରୁ ନିର୍ବାଚନ ଲଢିବେ। ଏନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ଲାଗି ରହିଥିଲା। କିନ୍ତୁ ପାର୍ଟି ଜନପୁରରୁ କୃପା ଶଙ୍କରଙ୍କୁ ଟିକେଟ୍‌ ଦେଇଛି। ତେବେ ଏକ୍ଷେତ୍ରରେ ଅଭିଷେକ ପୁଣି ଚାକିରିକୁ ଫେରିଯିବେ କି ରାଜନୀତିରେ ପାଦ ଥାପିବେ ଏନେଇ ଚର୍ଚ୍ଚା ଲାଗି ରହିଛି।

କେତେବେଳେ ନିଜ ପଦରୁ ହଟିବା ନେଇ ତ ଆଉ କେତେବେଳେ ସନି ଲିଓନିଙ୍କ ସହ ମ୍ୟୁଜିକ ଭିଡିଓ ଆଉ ବର୍ତ୍ତମାନ ରାଜନୀତିରେ ଏଣ୍ଟ୍ରିକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଭିଷେକ। ୨୦୧୫ରେ ୩ ବର୍ଷ ପାଇଁ ତାଙ୍କୁ ଦିଲ୍ଲୀ ପଠାଯାଇଥିଲା । ଏହାପରେ ଏହି ଅବଧିକୁ ଆଉ ୨ ବର୍ଷ ପାଇଁ ବୃଦ୍ଧି କରା ଯାଇଥିଲା । ଏହାପରେ ଦିଲ୍ଲୀ ସରକାର ଅଭିଷେକଙ୍କୁ ତାଙ୍କ ମୂଳ କ୍ୟାଡର ୟୁପିକୁ ପଠାଇଥିଲେ । କିନ୍ତୁ ବହୁତ ସମୟ ଧରି ଚାକିରିରେ ଯୋଗ ଦେଇ ନ ଥିଲେ ଅଭିଷେକ । ୨୦୨୨ରେ ସେ ପୁନଃ ଚାକିରିରେ ଯୋଗ ଦେଇଥିଲେ । ୨୦୨୨ରେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଅଭିଷେକଙ୍କୁ ପର୍ଯ୍ୟବେକ୍ଷକ ଭାବରେ ପଠାଯାଇଥିଲା ।
ଏହି ସମୟରେ ସରକାରୀ ଗାଡି ସାମ୍ନାରେ ଠିଆ ହୋଇ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାପରେ ବଢିଯାଇଥିଲା ବିବାଦ । ନିର୍ବାଚନ ଆୟୋଗ ଏହାକୁ ଅନୈତିକ ଘୋଷଣା କରିଥିଲେ। ଯାହାପରେ ସେ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri