IAS ସ୍ତରରେ ବଡ଼ ଅଦଳବଦଳ: ବଦଳିଲେ ପୁରୀ ଜିଲାପାଳ, ୪୮ ଜଣ IASଙ୍କୁ ଅଦଳବଦଳ

ଭୁବନେଶ୍ୱର,୨୨।୭: IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ଏହି ଅଦଳବଦଳରେ ସଚିବଙ୍କ ସହ କିଛି ଜିଲାର ଜିଲାପାଳ ମଧ୍ୟ ବଦଳି ହୋଇଛନ୍ତି। ରାତି ଅଧରେ ଆସିଲା ବଡ଼ ଖବର । IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ୪୮ ଜଣ IASଙ୍କୁ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସବୁଠୁ ବଡ଼ କଥା ହେଉଛି ପୁରୀ ଜିଲ୍ଲାପାଳଙ୍କୁ ବଦଳାଇଛନ୍ତି ରାଜ୍ୟ ସରକାର । ଚଞ୍ଚଳ ରାଣାଙ୍କୁ BMC କମିଶନର ଭାବେ ନିଯୁକ୍ତି ମିଳିଛି । ରଥଯାତ୍ରା ଅଘଟଣ ପରେ ସେ ପୁରୀ ଜିଲାପାଳ ଭାବେ ଦାୟିତ୍ବ ନେଇଥିଲେ । ବର୍ତ୍ତମାନ ତାଙ୍କର ବଦଳି କରାଯାଇଛି ।

ସେହିପରି ରୁପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ। ସଚିନ ରାମଚନ୍ଦ୍ର ଯାଦବ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ନିଯୁକ୍ତ। ସେହିପରି ଭୁପେନ୍ଦ୍ର ସିଂ ପୁନିଆ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ନିଯୁକ୍ତ। ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ RDC ଭାବେ ଅତିରିକ୍ତ ଦାୟିତ୍ୱ। ସଞ୍ଜୀବ କୁମାର ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ନିଯୁକ୍ତ। ହେମନ୍ତ ଶର୍ମା ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ। ହେମନ୍ତ ଶର୍ମା ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଭାସ୍କରଜ୍ୟୋତି ଶର୍ମା ହେଲେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ। ସଂଗ୍ରାମ କେଶରୀ ମହାପାତ୍ର ଦକ୍ଷିଣାଞ୍ଚଳ RDC ଭାବେ ନିଯୁକ୍ତ। ବିଜୟ କୁମାର ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ।

ଅମ୍ରିତ ଋତୁରାଜ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତ। କନ୍ଧମାଳ ଜିଲ୍ଲାପାଳ ଥିଲେ ଅମ୍ରିତ ଋତୁରାଜ। ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀ ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାପାଳ ଥିଲେ ୨୦୧୬ ବ୍ୟାଚ୍‌ର ଦିବ୍ୟଜ୍ୟୋତି ପରିଡ଼ା। ସୋମେଶ କୁମାର ଉପାଧ୍ୟାୟ ହେଲେ ମାଲକାନଗିରି ଜିଲ୍ଲାପାଳ। ଶୁଭଙ୍କର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ। ଆଶିଷ ଈଶ୍ବର ପାଟିଲ୍ ଢେଙ୍କାନାଳ ଜିଲ୍ଲାପାଳ। କୀର୍ତ୍ତି ଭାସନ ଭି- ଗଞ୍ଜାମ ଜିଲ୍ଲାପାଳ। ମନୋଜ ସତ୍ୟବାନ ମହାଜନ କୋରାପୁଟ୍ ଜିଲ୍ଲାପାଳ। ବେଦଭୂଷଣ କନ୍ଧମାଳ ଜିଲ୍ଲାପାଳ। କୁଲକର୍ଣ୍ଣି ଆଶୁତୋଷ ସି ରାୟଗଡ଼ା ଜିଲ୍ଲାପାଳ। ମଧୁସ୍ମିତା- ଗଜପତି ଜିଲ୍ଲାପାଳ। ଚୌହାନ କୁନାଲ୍ ମୋତିରାମ- ଝାରସୁଗୁଡ଼ା ଜିଲ୍ଲାପାଳ। ବିଭୂତି ଭୂଷଣ ନାୟକ ବୌଦ୍ଧ ଜିଲ୍ଲାପାଳ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

ସହକର୍ମୀଙ୍କୁ ବଳାତ୍କାର ଅଭିଯୋଗ: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

ଭୁବନେଶ୍ୱର,୧୯ା୯(ତ୍ରିନାଥ ମହାନ୍ତି): ମହିଳା ସହକର୍ମୀଙ୍କୁ ବଳାତ୍କାର କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର…

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?