କ୍ଲୋନିଂର ଜନକ ଆୟାନ ଉଇଲମଟ୍‌

ଗୋଟିଏ ସ୍ତନ୍ୟପାୟୀ ପ୍ରାଣୀର କ୍ଲୋନିଂ କରି ଇତିହାସ ରଚନା କରିଥିବା ଇଂଲଣ୍ଡର ଜୀବ ବିଜ୍ଞାନୀ ଆୟାନ ଉଇଲମଟ୍‌ ୭୯ ବର୍ଷ ବୟସରେ ଏହି ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଇହଲୀଳା ସମ୍ବରଣ କରିଛନ୍ତି। ସେ ଓ ତାଙ୍କର ସହକର୍ମୀମାନେ କ୍ଲୋନିଂ ଉପାୟରେ ଡଲି ନାମକ ଏକ ମେଣ୍ଢା ଛୁଆକୁ ୧୯୯୬ ମସିହା ଜୁଲାଇ ମାସରେ ଜନ୍ମ କରାଇଥିଲେ। ସେ ଏହି ଖବରକୁ ୧୯୯୭ ମସିହା ଫେବୃୟାରୀରେ ଘୋଷଣା କରିବା ପରେ ପୃଥିବୀରେ ଏହା ଚାଞ୍ଚଲ୍ୟ ଖେଳିଯାଇଥିଲା। ଅନେକ ବ୍ୟକ୍ତି ବିଜ୍ଞାନର ଏହି ଚମତ୍କାରିତାକୁ ସ୍ବାଗତ କରିଥିବା ବେଳେ ଅନ୍ୟ କେତେକ ଏହାର ତୀବ୍ର ସମାଲୋଚନା କରିଥିଲେ। କାରଣ ଏହି ଉପାୟରେ ମନ୍ୟୁଷର କ୍ଲୋନିଂ ହେବାର ସମ୍ଭାବନା ଦେଖାଦେଇଥିଲା ଏବଂ ନୈତିକତା ବିରୋଧୀ ମନେ କରାଯାଉଥିଲା।
ଡଲି ଜନ୍ମ ହେବା ପୂର୍ବରୁ କ୍ଲୋନିଂ ପଦ୍ଧତିରେ ଯାହା କରାଯାଉଥିଲା, ତାହା ଭ୍ରୂଣ କୋଷକୁ ନେଇ ହୋଇଥିଲା। ମାତ୍ର ଉଇଲମଟ୍‌ ଗୋଟିଏ ପରିପକ୍ୱ ଜୀବକୋଷ ଭିତରେ ଥିବା ସୁପ୍ତ ଆନୁବଂଶିକ ଜିନ୍‌କୁ ସକ୍ରିୟ କରାଇ ସେ ଏଥିରେ ସଫଳ ହୋଇଥିଲେ। ଏହି ପଦ୍ଧତି ଆରମ୍ଭ କରିବା ପୂର୍ବରୁ ସେ ଜୀବକୋଷ ବିଭାଜନ ପ୍ରକ୍ରିୟାକୁ ନିଷ୍କ୍ରିୟ କରିବାର କୌଶଳ ବାହାର କରିଥିଲେ।
ଉଇଲମଟ୍‌ ଗୋଟିଏ ଛଅ ବର୍ଷର ମାଈ ଗର୍ଭବତୀ ମେଣ୍ଢାର ପହ୍ନାରୁ ଜୀବକୋଷ ସଂଗ୍ରହ କଲେ ଏବଂ ଏହାର ବିଭାଜନକୁ ବନ୍ଦ କରିବା ପାଇଁ ଏହାକୁ ନିଷ୍କ୍ରିୟ କଲେ। ସେ ଅନ୍ୟ ଏକ ମାଈ ମେଣ୍ଢାର ଡିମ୍ବାଶୟରୁ ଗର୍ଭଧାନ ହୋଇ ନ ଥିବା ଗୋଟିଏ ଡିମ୍ବାଣୁ ସଂଗ୍ରହ କଲେ ଏବଂ ଏହାର କୋଷ ଭିତରକୁ ନାଭିକକୁ ବାହାର କରିଦେଲେ। ଫଳରେ ନାଭିକ ସହ ଏହା ଭିତରେ ଥିବା ବଂଶାନୁକ୍ରମ ଲକ୍ଷଣଧାରୀ ଗୁଣସୂତ୍ରଗୁଡିଏ ମଧ୍ୟ ବାହାରିଲା। ଡିମ୍ବାଣୁ କୋଷ ଭିତରେ କେବଳ କୋଷରସ (ସାଇଟୋପ୍ଲାଜମ୍‌) ଏବଂ ବିଭିନ୍ନ କୋଷୀୟ କଣିକା ରହିଲା। ସେ ଏହାପରେ ସୁସୁପ୍ତି ଅବସ୍ଥାରେ ଥିବା ପହ୍ନାକୋଷ ଓ ନାଭିବିହୀନ ଡିମ୍ବାଣୁ କୋଷକୁ ଏକତ୍ର ରଖି ମୃଦୁ ବିଦ୍ୟୁତ ଆଘାତ କରିବାରୁ ଭ୍ରୂଣ କୋଷ ସୃଷ୍ଟି ହେଲା। ଏକ ସପ୍ତାହ ପରେ ସେ ଏହାକୁ ଅନ୍ୟ ଏକ ମାଈ ମେଣ୍ଢାର ଗର୍ଭାଶୟରେ ସ୍ଥାପନ କଲେ। ଏହିପରି ଭାବେ ତିନୋଟି ମାଈ ମେଣ୍ଢା ସାହାଯ୍ୟରେ ଡଲି ଜନ୍ମ ନେଲା। ଏହି କାର୍ଯ୍ୟ ସହଜ ନ ଥିଲା। ତିନି ଶହ ଥର ଚେଷ୍ଟା ପରେ ସେ ଏଥିରେ ସଫଳ ହୋଇଥିଲେ।
ଡଲି ମେଣ୍ଢା ଭଳି ବଞ୍ଚତ୍ଥିଲା ଏବଂ ଅନେକ ଛୁଆ ଜନ୍ମ କରିଥିଲା। ଶେଷରେ ୨୦୦୩ ଫେବୃୟାରୀ ୧୪ ତାରିଖରେ ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲା। କ୍ଲୋନିଂ ସହିତ ଏହି ରୋଗର କୌଣସି ସମ୍ପର୍କ ନ ଥିଲା। ବିବିସି ନ୍ୟୁଜ ଏବଂ ସାଇଣ୍ଟିଫିକ୍‌ ଆମେରିକାନ୍‌ ଏହାକୁ ପୃଥିବୀ ସବୁଠାରୁ ବିଖ୍ୟାତ ମେଣ୍ଢା ଭାବେ ଅଭିହିତ କରିଥିଲେ। ଏହାର ମୃତ ଶରୀରକୁ ସ୍କଟଲାଣ୍ଡର ଜାତୀୟ ସଂଗ୍ରହାଳୟରେ ରଖାଯାଇଛି। ତା’ ମୃତ୍ୟୁ ପରେ ଉଇଲମଟ୍‌ କହିଥିଲେ, ‘ଡଲି ଅତି ଗୁରୁତ୍ୱପୂର୍ଣ୍ଣ ପ୍ରାଣୀ ଥିଲା, ଯିଏ ଗୋଟିଏ ବଡ଼ ବିଜ୍ଞାନ ଆବିଷ୍କାରର ଅଂଶ ଥିଲା।’
ଆୟାନ୍‌ ଉଇଲମଟ୍‌ ୧୯୪୪ ମସିହା ଜୁଲାଇ ୭ ତାରିଖରେ ଇଂଲଣ୍ଡର ହାମ୍ପିଟନ୍‌ ଲୁସି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପିତା ଲିନୋର୍ଡ ଉଇଲମଟ୍‌ ଏବଂ ମାତା ଏଇଲିନ୍‌ ଉଇଲମଟ୍‌ ଉଭୟେ ଥିଲେ ଶିକ୍ଷକ। ସେ ନଟିଙ୍ଗହାମ୍‌ ବିଶ୍ୱବିଦ୍ୟାଳୟରୁ ୧୯୬୭ ମସିହାରେ ପ୍ରାଣୀ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କଲେ। ସେଠାରୁ ସେ ୧୯୭୧ରେ ଭୂଣ ବିଜ୍ଞାନରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଏଡିନବର୍ଗଠାରେ ଥିବା ‘ପ୍ରାଣୀ ପ୍ରଜନନ ଗବେଷଣା କେନ୍ଦ୍ର’ରେ ଯୋଗ ଦେଇ ଭ୍ରୂଣ ବିଜ୍ଞାନରେ ଅଧିକ ଗବେଷଣା କଲେ। ପରବର୍ତ୍ତୀ ସମୟରେ ୧୯୯୩ରେ ଏହି କେନ୍ଦ୍ର ‘ରୋଜଲିନ୍‌ ଇନଷ୍ଟିଚ୍ୟୁଟ୍‌’ ନାମରେ ନାମିତ ହେଲା। ଉଇଲମଟ୍‌ ଓ ତାଙ୍କର ସାଥୀମାନେ ୧୯୭୩ରେ ଗୋଟିଏ ଘନୀଭୂତ ଭ୍ରୂଣରୁ ଗୋଟିଏ ବାଛୁରି ଜନ୍ମ କରାଇ ପଶୁ ସମ୍ପଦ ବିଭାଗରେ ବିପ୍ଳବ ଆଣିଥିଲେ।
ଉଇଲମଟ୍‌ ୧୯୮୦ ଦଶକ ବେଳକୁ ତାଙ୍କର କାର୍ଯ୍ୟକୁ ବ୍ୟବସାୟିକ ଦିଗରେ ନ କରି ସ୍ବାସ୍ଥ୍ୟ ବିଜ୍ଞାନ ପ୍ରତି ଆଗ୍ରହୀ ହେଲେ। ସେ ଏବଂ ତାଙ୍କର ସହଯୋଗୀ କ୍ୟାମ୍ପବେଲ୍‌ କ୍ଲୋନିଂ ଗବେଷଣା ପାଇଁ ମେଣ୍ଢାକୁ ବାଛିଲେ କାରଣ, ସ୍କଟ୍‌ଲାଣ୍ଡରେ ଏହି ପ୍ରାଣୀ ଅଧିକ ଅଛନ୍ତି ଏବଂ ଏହାର ଦାମ୍‌ ମଧ୍ୟ କମ୍‌। ପ୍ରୋଟିନଯୁକ୍ତ ଦୁଗ୍ଧ ଉତ୍ପାଦନ କରି ମନୁଷ୍ୟର ରୋଗ ଉପଶମ କରିବା ଏବଂ ଷ୍ଟେମ୍‌ କୋଷ ତିଆରି କରି ପୁନଃଜନନ ଔଷଧରେ ବ୍ୟବହାର କରିବା ସେମାନଙ୍କର ମୂଳ ଲକ୍ଷ୍ୟ ଥିଲା। ୨୦୦୫ରେ ସେ ମନୁଷ୍ୟ ଭ୍ରୂଣ କ୍ଲୋନ୍‌ କରିବା ପାଇଁ ବ୍ରିଟିଶ ସରକାରଙ୍କଠାରୁ ଲାଇସେନ୍ସ ପାଇଲେ। କିନ୍ତୁ ଜାପାନର କେତେ ଜଣ ଗବେଷକ ଭ୍ରୂଣ ବ୍ୟବହାର ନ କରି ଷ୍ଟେମ୍‌ କୋଷର ବିକାଶ ଉପାୟ ବାହାର କରିବା ପରେ ଉଇଲମଟ୍‌ ମନୁଷ୍ୟ ଭ୍ରୂଣ ଗବେଷଣା ବନ୍ଦ କରିଦେଲେ। ସେ ୨୦୦୫ରେ ଏଡିନବର୍ଗ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇ ସେଠାରୁ ୨୦୧୨ରେ ଅବସର ଗ୍ରହଣ କରିଥିଲେ। ୧୯୬୭ରେ ତାଙ୍କର ଭିଭିଏନ୍‌ କ୍ରେଭନ୍‌ଙ୍କ ସହ ବିବାହ ହୋଇଥିଲା। କିନ୍ତୁ ୨୦୧୫ରେ ତାଙ୍କର ମୃତ୍ୟୁ ହେବାରୁ ସେ ସାରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ପୁତ୍ର ଡିନ୍‌, ଦୁଇ କନ୍ୟା ନାଓମି ଓ ହେଲେନ ଏବଂ ପାଞ୍ଚ ଜଣ ନାତି ନାତୁଣୀ ଅଛନ୍ତି।
ଉଇଲମଟ୍‌ ୨୦୦୨ରେ ରୟାଲ ସୋସାଇଟିର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କୁ ବ୍ରିଟିଶ ସରକାର ୨୦୦୮ରେ ‘ନାଇଟ୍‌’ ଉପାଧି ପ୍ରଦାନ କରିଥିଲେ।

ଇଂ ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?