‘ପିପିଲି ବିକାଶ କଥା ନିଜେ ବୁଝିବି’

ଭୁବନେଶ୍ୱର,୧୩।୪(ବ୍ୟୁରୋ): ମୁଁ ପିପିଲି-ଡେଲାଙ୍ଗ ଯାଇଥାଆନ୍ତି। ଆପଣମାନେ ମୋତେ ଆଶୀର୍ବାଦ କରିବାକୁ ବହୁସଂଖ୍ୟାରେ ଏକାଠି ହୋଇଥାନ୍ତେ। କୋଭିଡ୍‌ ସମୟରେ ଏହା ଠିକ୍‌ ହେବ ନାହିଁ। ମୋ ପାଇଁ କିଏ ବିପଦରେ ପଡୁ ଏହା ମୁଁ ଚାହେଁ ନାହିଁ। ସେଥିପାଇଁ ଭିଡିଓ କନ୍‌ଫରେନ୍ସରେ ଆପଣମାନଙ୍କୁ ଭେଟୁଛି। କରୋନା ଦୂର ହେବା ପରେ ମୁଁ ନିଜେ ପିପିଲି-ଡେଲାଙ୍ଗ ଯାଇ ଆପଣମାନଙ୍କୁ ଭେଟିବି। ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜେ ବୁଝିବି। ସୋମବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ନିଜ ଦଳର ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପିପିଲି ଉପନିର୍ବାଚନ ପ୍ରଚାର କରି ଏକଥା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପିପିଲି-ଡେଲାଙ୍ଗ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରେଷ୍ଠ ଭକ୍ତ ଦାସିଆଙ୍କ ପବିତ୍ରଭୂମି। ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରାର ସ୍ମୃତିରେ ପିପିଲି, ଡେଲାଙ୍ଗ ଧନ୍ୟହୋଇଛି। ଏହା କଳାର ଭୂମି। ପିପିଲି ଚାନ୍ଦୁଆ ଦେଶ ବିଦେଶରେ ଓଡ଼ିଶାର ସୁନାମ ଆଣିଛି। ଧନ୍ୟ ଏ ମାଟି, ଧନ୍ୟ ତା’ର ଇତିହାସ। ଏ ମାଟିକୁ ମୋର ପ୍ରଣାମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମଗ୍ର ରାଜ୍ୟ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେବର୍ଷ ପାଳନ କରୁଛି। ବେରବୋଇ ଆଶ୍ରମରେ ବାପୁ ୮ ଦିନ ରହିଥିଲେ। ଆଜି ପିପିଲି- ଡେଲାଙ୍ଗ ଯାଇଥିଲେ ମୁଁ ବହୁତ ଖୁସି ହୋଇଥାଆନ୍ତି। ଆପଣମାନଙ୍କର ମୋ ପ୍ରତି ବହୁତ ଭଲପାଇବା ରହିଛି।
ଆପଣଙ୍କ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଯୋଗୁ ଏ ଉପନିର୍ବାଚନ ହେଉଛି। ପିପିଲିର ଜନସାଧାରଣ ସବୁବେଳେ ବିଜୁ ଜନତା ଦଳ ସହିତ ରହି ଆସିଛନ୍ତି। ବିଜୁବାବୁଙ୍କ ପ୍ରତି ଓ ବିଜୁ ପରିବାର ପ୍ରତି ପିପିଲିବାସୀଙ୍କ ଭଲ ପାଇବା ରହିଛି। ଏପ୍ରିଲ ୧୭ରେ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ପାଳନ ହେବ। ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ଅମୂଲ୍ୟ ରତ୍ନ। ସେ ସବୁବେଳେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି। ଚାଷୀମାନଙ୍କର ବିକାଶ ହେଉ ଅବା ଗରିବ ଲୋକଙ୍କର କଲ୍ୟାଣ। ମା’ ମାନଙ୍କର ବିକାଶ ହେଉ ଅବା ଭିତ୍ତିଭୂମିର ବିକାଶ, ସବୁଥିରେ ଓଡ଼ିଶା ସାରା ଦେଶରେ ଆଗରେ ରହିଛି। ରାଜ୍ୟର ୭୦ ଲକ୍ଷ ମା’ମାନଙ୍କୁ ନେଇ ଗଠିତ ମିଶନ ଶକ୍ତି ବିକାଶର ସାରଥି ହୋଇଛି। ମା’ମାନଙ୍କ ସମୃଦ୍ଧି ହିଁ ପରିବାରର ସମୃଦ୍ଧି। ଆଜି ମା’ମାନେ ହେଉଛନ୍ତି ଗାଁ, ପଞ୍ଚାୟତ, ବ୍ଲକ ଆଦିରେ ଥିବା ସରକାରୀ ସମ୍ପତ୍ତିର ମାଲିକ। ମା’ମାନେ ବହୁ ସଂଖ୍ୟାରେ ଆସି ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। କରୋନାକୁ ରୋକିବାକୁ ଓଡ଼ିଶା ମଧ୍ୟ ବହୁତ ଭଲ କାମ କରିଛି। କରୋନାର ଦ୍ୱିତୀୟ ଲହର ଭୟ ଏବେ ଦେଖାଦେଇଛି। ଆମକୁ ସତର୍କ ରହିବାକୁ ପଡ଼ିବ। କୋଭିଡ୍‌ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଘରୁ ବାହାରିଲେ ଠିକ୍‌ ଭାବେ ମାସ୍କ ପିନ୍ଧି ଯାଆନ୍ତୁ ବୋଲି ସେ କହିଛନ୍ତି। ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନବୀନ ମତଦାତାଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁ ଗୋଡାଇବାରୁ ଡେଁଇଲେ ପୋଖରୀକୁ

ସଜନାଗଡ଼,୭।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ସହରରେ ରବିବାର ଭାଲୁ ଆତଙ୍କ ଦେଖିବାକୁ ମିଳିଥିଲା। ପ୍ରାତଃ ଭ୍ରମଣରେ ଯାଉଥିବା ଜଣେ ଯୁବକଙ୍କୁ ଭାଲୁଟି ଗୋଡ଼ାଇବାରୁ ସେ ଜୀବନ...

ନାବାଳିକା ବଳାତ୍କାର ମାମଲା ଦୋଷୀଙ୍କୁ ୨୦ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୧୭।୧୨-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସୋମବାର ବାଲେଶ୍ୱର ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଗିରିଜା ମହାପାତ୍ର ଦୋଷୀଙ୍କୁ ୨୦ ବର୍ଷ ଜେଲ...

ଗଙ୍ଗାଧର ମେହେର ପ୍ରତିଷ୍ଠାନର ନୂଅଁ।ଖାଇ ଭେଟ୍‌ଘାଟ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଗଙ୍ଗାଧର ମେହେର ପ୍ରତିଷ୍ଠାନ ଓ ଇନ୍‌ଟାକର ମିଳିତ ଆନୁକୂଲ୍ୟରେ ବୁଧବାର ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ନୂଅଁାଖାଇ ଭେଟ୍‌ଘାଟ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଇନ୍‌ଟାକର...

ସଙ୍କୁଚିତ ହେଉଛି ପୁରୁଣାକଟକ-ସମ୍ବଲପୁର ରାସ୍ତା: ବଢୁଛି ଦୁର୍ଘଟଣା

ଭାପୁର, ୨୮।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାର ଅନ୍ୟତମ ବ୍ୟସ୍ତବହୁଳ ପୁରୁଣା କଟକ-ସମ୍ବଲପୁର ରାସ୍ତା ଦିନକୁ ଦିନ ସଙ୍କୁଚିତ ହୋଇପଡୁଛି। ରାସ୍ତାର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି।...

ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୩୮କୁ ବୃଦ୍ଧି

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି। ପ୍ରତିଦିନ କୌଣସି ନା କୌଣସି କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଶୁକ୍ରବାର ରାଜ୍ୟରୁ ଆଉ...

ପ୍ରଚାର ଆରମ୍ଭ କଲେ ଅଳକା

ବ୍ରଜରାଜନଗର,୧୫।୫(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀ/ପ୍ରାର୍ଥତ୍ନୀ ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି।...

ଟିକାକରଣରେ ରେକର୍ଡ

ଭୁବନେଶ୍ୱର, ୩।୪(ବ୍ୟୁରୋ): ରାଜ୍ୟରେ ଗତ ଜାନୁୟାରୀରୁ କରୋନା ଟିକାକରଣ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨୮,୬୬,୨୫୫ଜଣଙ୍କୁ ଟିକା ଦିଆଯାଇ ସାରିଲାଣି। ତେବେ ଶୁକ୍ରବାର ଟିକାକରଣରେ ରେକର୍ଡ...

ଆଜି ଆଉ ୧୧ ଜୀବନ ନେଲା କରୋନା, ୫୯୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଗୁରୁବାର ରାଜ୍ୟରୁ ଆଉ ୧୧ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୯୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

Advertisement
Archives

Model This Week