ଦାଦନ ରୋକିବାକୁ ପ୍ରୟାସ କରିବି: ଗୋକୁଳାନନ୍ଦ

ବ୍ରହ୍ମପୁର,୧୭ା୫(ଅଶୋକ କୁମାର ସାହୁ):: ଆସିକା ସଂସଦୀୟ କ୍ଷେତ୍ର ଅଧୀନ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯ଜଣ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଓ ଭାଜପା ପୁରୁଣା ଗତଥରର ପ୍ରାର୍ଥୀଙ୍କୁ ରିପିଟ କରିଥିବା ବେଳେ କଂଗ୍ରେସ ନୂଆ ମୁହଁ ଉପରେ ଭରସା କରିଛି। ଧରିତ୍ରୀ ପକ୍ଷରୁ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହିତ ସ୍ବଳ୍ପ ଆଳାପ।
ଆପଣଙ୍କ ନିର୍ବାଚନୀ ପ୍ରସଙ୍ଗ କ’ଣ ରହିଛି?
ଉ: ଗତ ୨୫ ବର୍ଷ ଏହି ନିର୍ବାଚନ ମଣ୍ଡଳୀରେ ବିକାଶ ନାଁରେ ଦୁର୍ନୀତି ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ଯୋଜନାର ପ୍ରକୃତ ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ଏଠାରେ ରୋଜଗାର ନ ମିଳିବାରୁ ବହୁ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ଦାଦନ ରୋକିବା ଉପରେ ପ୍ରୟାସ କରାଯିବ। ଜଳସେଚନ, ଶିକ୍ଷା, ପାନୀୟ ଜଳ ଓ ସ୍ବାସ୍ଥ୍ୟର ବିକାଶ ଏବଂ ଏହା କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଶୀତଳ ଭଣ୍ଡାର ନିର୍ମାଣକୁ ପ୍ରସଙ୍ଗ କରିଛି।
ଭୋଟରଙ୍କୁ ନିଜ ସପକ୍ଷରେ କ’ଣ କହିବେ?
ଉ: ମହିଳାଙ୍କୁ ସମ୍ମାନ, ମହିଳା ସଶକ୍ତୀକରଣ, ଯୁବପିଢ଼ିଙ୍କୁ ସଶକ୍ତ କରିବା ମୋର ଉଦ୍ଦେଶ୍ୟ। ଏ ନେଇ ପ୍ରଧାନମନ୍ତ୍ରୀ ବହୁ ଯୋଜନା କରିଛନ୍ତି। ତାହାର ସଫଳ ରୁପାୟନକୁ ଗୁରୁତ୍ୱ ଦିଆଯିବ। ଦାଦନ ଖଟିବାକୁ ଯେଉଁମାନେ ଯାଉଛନ୍ତି ସେମାନଙ୍କୁ ଏଠାରେ ସଶକ୍ତ କରିବାକୁ ପୂର୍ବରୁ ପ୍ରୟାସ ଜାରି ରହିଥିଲା। ଏବେ ତାହା ନିଶ୍ଚିତ ଭାବେ କାର୍ଯ୍ୟକାରୀ କରାଯିବ। ଏହା ଦ୍ୱାରା ଅଞ୍ଚଳର ଅର୍ଥନୀତି କିଭଳି ସୁଦୃଢ଼ ହେବ ତାହା ଉପରେ ବିଶେଷ ଧ୍ୟାନ ଦିଆଯିବ। ଜନସାଧାରଣଙ୍କ ଉଦ୍ଦେଶ୍ୟକୁ ସଫଳ କରାଯିବ।
ମତଦାତାଙ୍କୁ କ’ଣ ପ୍ରତିଶ୍ରୁତି ଦେବେ?
ଉ: ମୋର ଭୋଟରଙ୍କୁ ସେଭଳି କିଛି ପ୍ରତିଶ୍ରୁତି ନାହିଁ। କେବଳ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଯାହା ତାକୁ ଏଠାରେ କାର୍ଯ୍ୟକାରୀ କରିବା ମୋ କାମ। ଜଣେ ଲୋକ ପ୍ରତିନିଧି ହିସାବରେ ଲୋକଙ୍କୁ ନେଇ କାମ କରିବି। ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଦେବାକୁ ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ଦେଇଛନ୍ତି। ଏଥି ସହିତ ବୃଦ୍ଧାବୃଦ୍ଧଙ୍କୁ ମାସିକ ୩୦୦୦ ଟଙ୍କା, ଉତ୍ପାଦିତ ଦ୍ରବ୍ୟର ବଜାରୀକରଣ ପାଇଁ ସୁବିଧା, ଗ୍ରାମ୍ୟ କମିଟି ମାଧ୍ୟମରେ ସରକାରୀ କାର୍ଯ୍ୟ କରିବା ସହିତ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରାଯିବ। ଅଞ୍ଚଳରେ ଆଇନଶୃଙ୍ଖଳା ଓ ମଦମୁକ୍ତ ସମାଜ ଗଠନ ମୋର ପ୍ରତିଶ୍ରୁତି।
ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ ବୋଲି ଭାବୁଛନ୍ତି?
ଉ: ଦେଖନ୍ତୁ! ଦୀର୍ଘ ୨୫ ବର୍ଷ ହେଲା ଉକ୍ତ ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଛି। ତାହା ଏଯାଏଁ ସମାଧାନ ହୋଇପାରିନାହଁ। ମୁଁ କେବଳ ଜନତାଙ୍କ ପ୍ରତିନିଧି। ଗତଥର ବି ଜନସାଧାରଣଙ୍କ ସାଥିରେ ଥିଲି। ସୁଖଦୁଃଖର ସାଥୀ ହୋଇଥିଲି। ତାହା ଲୋକେ ଭଲ ଭାବେ ଅବଗତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ଗ୍ୟାରେଣ୍ଟି ଉପରେ ସମସ୍ତଙ୍କ ବିଶ୍ୱାସ ରହିଛି। ଏବେ ଭୋଟରଙ୍କ ମୁହଁରେ ପରିବର୍ତ୍ତନର ନାରା ଶୁଭୁଛି। ତେଣୁ ମୋ ପ୍ରତି ବି ଏଥର ଭୋଟରଙ୍କ ସମର୍ଥନ ରହିବ ବୋଲି ଭାବୁଛି।
ଆପଣଙ୍କ ସହିତ କାହାର ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ଭାବୁଛନ୍ତି?
ଉ: ଏହା ମୋ ନିର୍ବାଚନ ନୁହେଁ। ଏହା ଜନସାଧାରଣଙ୍କ ନିର୍ବାଚନ, ଜନତା ଲଢ଼ୁଛନ୍ତି। ମୋର କେହି ବିରୋଧୀ ନାହାନ୍ତି। ତେଣୁ ଏଠି ପ୍ରତିଦ୍ୱନ୍ଦ୍ୱୀ ଶବ୍ଦ ଆସିଲା କେଉଁଠୁ? ସାଧାରଣ ଜନତା ସେମାନଙ୍କ ମୌଳିକ ଅଧିକାର ପାଇଁ ମୋ ସହିତ ଠିଆ ହୋଇଛନ୍ତି। ପୋଲସରାର ବିକାଶ ବହୁ ଦୂରକୁ ଚାଲିଯାଇଛି। ତେଣୁ ଏ ନିର୍ବାଚନ ମୋର ନୁହେଁ, ଲୋକଙ୍କର।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?