Posted inଖେଳ

ଉଚ୍ଛସ୍ବିତ ସମ୍ବର୍ଦ୍ଧନାରେ ଭାବବିହ୍ବଳ ହୋଇଥିଲି: ନଟରାଜନ

ନୂଆଦିଲ୍ଲୀ,୩।୨ (ପି.ଟି.): ଅଷ୍ଟ୍ରେଲିଆ ଗସ୍ତରେ ପ୍ରଭାବୀ ପ୍ରଦର୍ଶନ କରି ନିଜ ଘରୋଇ ସହର ଚିନ୍ନାପ୍ପମ୍ପପଟ୍ଟିକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଭାରତୀୟ ଯୁବ ଦ୍ରୁତ ବୋଲର ଥଙ୍ଗାରାସୁ ନଟରାଜନଙ୍କୁ ଉଚ୍ଛସ୍ବିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନିଜ ହୋମଟାଉନ୍‌ରେ ଏଭଳି ସ୍ବାଗତ ସମ୍ବର୍ଦ୍ଧନା ଦେଖି ଅଭିଭୂତ ହୋଇଥିଲି ଓ ଏଭଳି ଆତ୍ମିୟତା ମୋତେ ଆଶ୍ଚର୍ଯ୍ୟଚକିତ ହୋଇଥିଲି ବୋଲି ମଙ୍ଗଳବାର ନଟରାଜନ କହିଛନ୍ତି।
ନଟରାଜନଙ୍କ ସ୍ବାଗତ କରିବା ପାଇଁ ତାମିଲନାଡୁର ସାଲେମ ଜିଲାର ସିନାପ୍ପମ୍ପପଟି ଗ୍ରାମରେ ହଜାର ହଜାର ଲୋକ ରାସ୍ତା ଏକାଠି ହୋଇଥିଲେ। ରାସ୍ତା ମଝିରେ ଏକ ରଥସହ ଲୋକମାନେ ଠିଆ ହୋଇଥିଲେ। ଏହି ରଥକୁ ସୁସଜ୍ଜିତ ଘୋଡା ଟାଣିବାର ଦେଖାଯାଇଥିଲା। ଏକା ସମୟରେ ବାଣ ଫୁଟାଯାଇଥିଲା। ସେତେବେଳେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। କୋଭିଡ୍‌-୧୯ ପ୍ରୋଟୋକଲକୁ ବେଖାତିର କରି ବହୁ ସଂଖ୍ୟାରେ ଲୋକେ ଏକାଠି ହେବା ସହ ଧ୍ୱସ୍ଥାଧ୍ୱସ୍ତି ହୋଇଥିଲେ। ଏହା ମନମୁଗ୍ଧକର ଥିଲା ବୋଲି ନଟରାଜନ କହିଛନ୍ତି।
ଜଣେ ନେଟ୍‌ ବୋଲରଭାବେ ନଟରାଜନ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ। ୨୯ ବର୍ଷୀୟ ତାମିଲନାଡୁର ନଟରାଜନ ଭାରତର ପ୍ରଥମ ନେଟ ବୋଲର ଭାବେ ଗୋଟିଏ ଗସ୍ତରେ ୩ଟି ଯାକ ଫର୍ମାଟରେ ପଦାର୍ପଣ କରିଥିଲେ। ଇଞ୍ଜୁରି କାରଣରୁ ପ୍ରାୟ ଡଜନେ ଖେଳାଳି ବାଦ୍‌ ପଡିବା ପରେ ଅନ୍ତିମ ଏକାଦଶରେ ସାମିଲ ହେବା ପାଇଁ ନଟରାଜନଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ସେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଓ ଅନ୍ତିମ ଟେଷ୍ଟରେ ଖେଳିବାର ସୁଯୋଗ ହାସଲ କରିଥିଲେ। ଡିସେମ୍ବର ୨ରେ କାନବେରାରେର ତୃତୀୟ ଦିନିକିଆ ଖେଳି ସେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଏହି ମ୍ୟାଚ୍‌ରେ ଭାରତ ୧୩ ରନରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ୧୦ ଓଭର ବୋଲିଂ କରି ସେ ୭୦ ରନ ବ୍ୟୟ କରିଥିଲେ ମଧ୍ୟ ୨ ଉଇକେଟ ହାସଲ କରି ଭାରତ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଦିନିକିଆ ସିରିଜରେ ଭାରତ ୧-୨ରେ ପରାସ୍ତ ହୋଇଥିଲେ ମଧ୍ୟ ଟି୨୦ ସିରିଜରେ ୨-୧ରେ ବିଜୟୀ ହୋଇଥିଲା। ଟି୨୦ ସିରିଜରେ ସେ ୬ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri