Posted inଖେଳ

ଅନ୍ୟ ଅଲରାଉଣ୍ଡରଙ୍କ ତୁଳନାରେ ଭଲ ଆଥଲେଟ୍‌ ଥିଲି: କପିଳ ଦେବ

ନୂଆଦିଲ୍ଲୀ,୩୧।୭: ବିଶ୍ୱ କ୍ରିକେଟରେ ଏମିତି ଏକ ସମୟ ଥିଲା ଯେତେବେଳେ ୪ ଜଣ ଅଲରାଉଣ୍ଡରଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା। ସେମାନେ ହେଲେ ଇଂଲଣ୍ଡର ଇଆନ ବୋଥାମ, ନ୍ୟୁଜିଲାଣ୍ଡର ରିଚାର୍ଡ ହାର୍ଡଲି, ପାକିସ୍ତାନର ଇମ୍ରାନ ଖାନ୍‌ ଓ ଭାରତର କପିଳ ଦେବ। ଏହି ଜଣ ଅଲରାଉଣ୍ଡର ସେତେବେଳେ ବିଶ୍ୱ କ୍ରିକେଟରେ ପ୍ରଭାବ ବିସ୍ତାର କରିଥିଲେ। ସମେସ୍ତ ବ୍ୟାକ୍ତିଗତ ଭାବେ ବେଶ୍‌ ସଫଳ ହେବା ସହ ନିଜ ପାଇଁ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏମାନଙ୍କ ମଧ୍ୟରେ ତୁଳନା ମଧ୍ୟ କରାଯାଉଥିଲା।  ଭାରତୀୟ ବିଶ୍ୱକପ୍‌ ବିଜୟୀ ଅଧିନାୟକ କପିଲ ଦେବ ଏବେ ଏକ ଭିନ୍ନ ପ୍ରକାର ମନ୍ତବ୍ୟ ଦେଇଛନ୍ତି। ବାକି ୩ଜଣ ଅଲରାଉଣ୍ଡରଙ୍କ ତୁଳନାରେ ସେ ଅପେକ୍ଷାକୃତ ଭଲ ଆଥଲେଟ ଥିଲେ ବୋଲି କପିଳ କହିଛନ୍ତି। ପରିସଂଖ୍ୟାନ ଓ ପ୍ରଦର୍ଶନ ଦୃଷ୍ଟିକୋଣରୁ କପିଳ ଏମାନଙ୍କଠାରୁ ଯଥେଷ୍ଟ ଆଗରେ ଥିଲେ। ୧୯୭୦ରୁ ୮୦ ମଧ୍ୟରେ ଏମାନଙ୍କର ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା। ବାକି ୩ ଅଲରାଉଣ୍ଡରଙ୍କୁ କପିଳ ବହୁତ ପ୍ରଶଂସା କରିଥିଲେ। ଜଣେ ଶ୍ରେଷ୍ଠ ଆଥଲେଟ ନ ଥିଲେ ମଧ୍ୟ ଏହି ୩ଜଣଙ୍କଠାରୁ ଭଲ ଥିଲି ବୋଲି ସେ କହିଛନ୍ତି। ହାଡଲି ଶ୍ରେଷ୍ଠ ବୋଲର ଥିଲେ ଓ ଇମ୍ରାନ ଖୁବ୍‌ ପରିଶ୍ରମୀ ଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିବାରାତ୍ର ଓ୍ବାର୍ମଅପ୍‌ ମ୍ୟାଚ: ହନୁମା, ପନ୍ତଙ୍କ ଶତକ

ସିଡ୍‌ନୀ, ୧୩।୧୨- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଶତକ ହାସଲ କରି ନିଜ ଦାବିକୁ ମଜଭୁତ କରିଛନ୍ତି ଭାରତର ହନୁମା ବିହାରୀ ଓ ରିଷଭ...

କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ

ମୁମ୍ବାଇ,୧୬।୨: ମୁମ୍ବାଇ ବିମାନ ବନ୍ଦର ନିକଟ ଏକ ତାରକା ହୋଟେଲ ସମ୍ମୁଖରେ ଟିମ୍‌ ଇଣ୍ଡିଆ କ୍ରିକେଟର ପୃଥ୍ବୀ ଶ’ଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।...

ଟିମ୍‌ ଇଣ୍ଡିଆର୍‌ ନୂଆ କୋଚ୍‌ ହେବେ ରାହୁଲ ଦ୍ରାବିଡ ! ବିସିସିଆଇର ପ୍ରଚେଷ୍ଟା ଯୋଗୁ….

ନୂଆଦିଲ୍ଲୀ,୧୬।୧୦: ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ୍‌ ଟିମ୍‌ ଇଣ୍ଡିଆର୍‌ ନୂତନ ମୁଖ୍ୟ ପ୍ରଶିକ୍ଷକ ହେବା ପ୍ରାୟ ନିଶ୍ଚିତ। ଦ୍ରାବିଡ ଏହା ପୂର୍ବରୁ ଅନେକ ଥର...

‘ବିଶ୍ୱରେ ୪୦୦୦ ବାଘ ଥିବେ, କିନ୍ତୁ ରାହୁଲ ଦ୍ରାବିଡ ଗୋଟିଏ’

ନୂଆଦିଲ୍ଲୀ,୧୪।୮: ନ୍ୟୁଜିଲାଣ୍ଡର ପୂର୍ବତନ ଖେଳାଳି ରସ ଟେଲର ଏବେ ନିଜ ଆତ୍ମଜୀବନୀ ‘ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ପୁସ୍ତକରେ ସେ ନିଜ...

ମନ୍ଥର ବୋଲିଂ: ସ୍ମିଥ୍‌ଙ୍କୁ ୧୨ ଲକ୍ଷ ଜରିମାନା

ଆବୁଧାବି,୮।୧୦(ପି.ଟି.): ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଇଣ୍ଡିଆନ ପ୍ରିମିୟର...

ଓ୍ବାଲର୍‌ଡ ଜାଏଣ୍ଟ୍ସକୁ ହରାଇଲା ଇଣ୍ଡିଆ ମହାରାଜାସ

କୋଲକାତା, ୧୭।୯(ପି.ଟି.): ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟ ପୂର୍ବରୁ ଶୁକ୍ରବାର ଏଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଚ୍ୟାରିଟି ମ୍ୟାଚରେ ଇଣ୍ଡିଆ ମହାରାଜାସ ୬ ଉଇକେଟରେ ଓ୍ବାଲର୍‌ଡ...

ମହିଳା ହକି ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ନୂଆଦିଲ୍ଳୀ,୧୮ା୫: ଗୁରୁବାର ଅନୁଷ୍ଠିତ ପ୍ରଥମ ହକି ଟେଷ୍ଟରେ ଭାରତୀୟ ମହିଳା ହକି ଦଳ ୪-୨ଗୋଲରେ ପରାଜିତ ହୋଇ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିଛି। ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ...

ଲାବୁସେନଙ୍କ ଶତକ: ଅଷ୍ଟ୍ରେଲିଆ ୨୮୩/୩

ସିଡନୀ,୩।୧(ଏଏଫ୍‌ପି): ଇନ୍‌ଫର୍ମ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନଙ୍କ ଅପରାଜିତ ଶତକ ଓ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷ...

Advertisement
Archives

Model This Week