Posted inଖେଳ

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼ ଉପହାର ମିଳିଛି। ମାତ୍ର ୧୫ ବର୍ଷ ୭୧ ଦିନ ବୟସରେ ବୈଭବଙ୍କୁ ଭାରତୀୟ କ୍ରିକେଟ ଦଳରେ ସାମିଲ କରାଯାଇଛି। ତାଙ୍କୁ ଇଂଲଣ୍ଡ ଏବଂ ଆୟରଲ୍ୟାଣ୍ଡ ଗସ୍ତ ସହିତ ଏସିଆନ୍‌ ଗେମ୍ସ ଦଳରେ ମଧ୍ୟ ସ୍ଥାନ ମିଳିଛି। ଏହି ସଫଳତାର ଠିକ୍‌ ଗୋଟିଏ ଦିନ ପରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ବୈଭବ ନିଜର ଆଗାମୀ ଯୋଜନା ବିଷୟରେ ଆଲୋଚନା କରିଛନ୍ତି।

ଭିଡିଓରେ ବୈଭବ ରାଜସ୍ଥାନ ରୟାଲ୍ସର ଟିମ ମ୍ୟାନେଜର ରୋମି ଭିନ୍ଦରଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ବୈଭବ କହିଛନ୍ତି, ମୋର ଲକ୍ଷ୍ୟ କେବଳ କ୍ରିକେଟ ଖେଳିବା ନୁହେଁ। ଭଗବାନ ମୋତେ ଯେତେଦିନ ପର୍ଯ୍ୟନ୍ତ ଖେଳିବାର ସୁଯୋଗ ଦେବେ, ମୁଁ କ୍ରିକେଟ ଜଗତରେ ଆଧିପତ୍ୟ ଜମାଇବାକୁ କରିବାକୁ ଚାହେଁ। ମୁଁ ମୋ ଦଳ କିମ୍ବା ଫ୍ରାଞ୍ଚାଇଜ ପାଇଁ ଏଭଳି କ୍ରିକେଟ ଖେଳିବାକୁ ଚାହେଁ ଯାହା ଏକାକୀ ମ୍ୟାଚ ଜିତାଇ ପାରିବ। ଏଥିପାଇଁ ମୁଁ ଦିନରାତି କଠିନ ପରିଶ୍ରମ କରୁଛି।”

ରେଡ ବଲ କ୍ରିକେଟ ଖେଳିବା ନେଇ ସେ କହିଛନ୍ତି, ଅନେକ ଲୋକ ଜାଣିବାକୁ ଚାହାନ୍ତି ଯେ ମୁଁ ରେଡ ବଲ କ୍ରିକେଟ ଖେଳିବାକୁ ଚାହେଁ କି ନାହିଁ। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ମୁଁ ରେଡ ବଲ୍‌ରେ ପ୍ରଚୁର ଅଭ୍ୟାସ କରିଛି। ମୁଁ ମୋ ରାଜ୍ୟ ପାଇଁ ମଧ୍ୟ ଅନେକ ରେଡ୍‌ ବଲ କ୍ରିକେଟ ଖେଳିଛି ଏବଂ ମୁଁ କ୍ରିକେଟ୍‌ର ତିନୋଟି ଯାକ ଫର୍ମାଟ୍‌(ଟେଷ୍ଟ, ଦିନିକିଆ ଓ ଟି-୨୦) ଖେଳିବାକୁ ଚାହେଁ।

ସୂଚନାଯୋଗ୍ୟ, ଆଇପିଏଲ ୨୦୨୬ରେ ବୈଭବ ୧୬ଟି ମ୍ୟାଚ୍‌ରେ ୨୩୭.୩୧ର ଅଦ୍ଭୁତ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରି ଟି-୨୦ କ୍ରିକେଟ ଖେଳିବାର ପରିଭାଷା ବଦଳାଇ ଦେଇଛନ୍ତି। ନିଜର ଏହି ଧୂଆଁଧାର ଶୈଳୀ ସମ୍ପର୍କରେ ସେ କହିଛନ୍ତି ଯେ, ଏହି ଫର୍ମାଟ୍‌ର ଚାହିଦା ଅନୁଯାୟୀ ସେ ଏଭଳି ବ୍ୟାଟିଂ କରିଛନ୍ତି। ତେବେ ପରିସ୍ଥିତି ଅନୁସାରେ ସେ ରେଡ୍‌ ବଲ ଏବଂ ଦିନିକିଆ (ODI) କ୍ରିକେଟ ପାଇଁ ମଧ୍ୟ ନିଜ ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

ଶାଗୁଆନ କାଠ ବୋଝେଇ ପିକ୍ଅପ ଭ୍ୟାନ ଜବତ: ମାମଲା ରୁଜୁ କଲା ବନ ବିଭାଗ               

ଦିଗପହଣ୍ଡି/ମୋହନା,୧୧|୯(ଅଶେଷ ନାଥ ମିଶ୍ର/ ମନ୍ମଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ବନ ବିଭାଗ ଚନ୍ଦ୍ରଗିରି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଗଜପତି…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ୧୪ ତମ  ବନ ସହିଦ୍ ଦିବସ ପାଳିତ: ବଳିଦାନ ଦେଇଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ …

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ୧୪ ତମ ବନ ସହିଦ୍ ଦିବସ ପାଳିତ ; * ବଳିଦାନ କରିଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ କରାଗଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?