ଆଜି ୬ ନଭେମ୍ବର ୨୦୨୬, କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି। ସକାଳ ୧୦ଟା ୩୦ ମିନିଟରେ ଦ୍ୱାଦଶୀ ତିଥିର ସମାପ୍ତି ହୋଇ ତ୍ରୟୋଦଶୀ ତିଥି ଆରମ୍ଭ ହେବ। ତେଣୁ ଆଜି ପାଳନ ହେଉଛି ଧନତ୍ରୟୋଦଶୀ ବା ଧନତେରସ। ଆଜି ହସ୍ତ ଓ ଚିତ୍ରା ନକ୍ଷତ୍ର ରହିବ। ଏଥିସହ ବିଷ୍କମ୍ଭ ଓ ପ୍ରୀତି ଯୋଗ ଏବଂ ତୈତିଳ, ଗର ଓ ବଣିଜ କରଣର ସଂଯୋଗ ରହିଛି।
ଗ୍ରହନକ୍ଷତ୍ରର ସ୍ଥିତି ଅନୁସାରେ ଆଜି ବିଭିନ୍ନ ରାଶିର ଜାତକଙ୍କ ଦିନ କିପରି କଟିବ? କାହାକୁ ମିଳିବ ଧନଲାଭ, କାହା ପାଇଁ ରହିଛି ସତର୍କ ରହିବାର ଆବଶ୍ୟକତା? ଆସନ୍ତୁ ଜାଣିବା…
ତୁଳା ରାଶି:
ଆଜି ଆପଣଙ୍କ କାର୍ଯ୍ୟଦକ୍ଷତାରେ ବୃଦ୍ଧି ହେବ। ତେବେ ମନରେ ଭୟ, ଚିନ୍ତା ଓ ଚାପ ରହିପାରେ। ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରୁ ଲାଭ ମିଳିବ। ଉନ୍ନତିର ନୂଆ ରାସ୍ତା ଖୋଲିବ। ଧନଲାଭର ଯୋଗ ରହିଛି। ସନ୍ତାନଙ୍କ ଚାକିରି ହେବା ଖବର ଆପଣଙ୍କୁ ଖୁସି ଦେବ।
ବିଛା ରାଶି:
ଆଜି କାହାରି କଥା ଶୁଣି ଅନ୍ୟକୁ ଭୁଲ ବୁଝନ୍ତୁ ନାହିଁ। ବନ୍ଧୁମାନଙ୍କ ସହ ମନୋମାଳିନ୍ୟ ହୋଇପାରେ। ଛାତ୍ରୀଛାତ୍ରଙ୍କ ପାଇଁ ଦିନଟି ଶୁଭ ରହିବ ଏବଂ ସଫଳତା ମିଳିବ। ପାର୍ଟି ଓ ପିକନିକର ମଜା ନେବେ। ଦୀର୍ଘଦିନରୁ ଅଟକି ରହିଥିବା କାମରେ ଗତି ଆସିବ।
ମକର ରାଶି:
ଅତ୍ୟଧିକ ଚାଲାକି ବେଳେବେଳେ କ୍ଷତିର କାରଣ ହୋଇଥାଏ। ତେଣୁ ଆଜି ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ କୌଣସି ଅଧିକାରୀଙ୍କ ସହ ସମ୍ପର୍କ ଅଧିକ ମଜବୁତ ହେବ। ବିବାହ ପାଇଁ କରୁଥିବା ଉଦ୍ୟମ ସଫଳ ହେବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ।
କୁମ୍ଭ ରାଶି:
ଆଜି ପରିବାର ସଦସ୍ୟଙ୍କଠାରୁ ଶୁଭ ଖବର ମିଳିବ। ଆତ୍ମସମ୍ମାନ ବୃଦ୍ଧି ପାଇବ ଏବଂ ଶତ୍ରୁ ପରାସ୍ତ ହେବେ। ତେବେ ନିଜ ଲୋକମାନେ ହିଁ ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର କରିପାରନ୍ତି। ତେଣୁ ବିବାଦଠାରୁ ଦୂରେଇ ରୁହନ୍ତୁ। ସନ୍ତାନଙ୍କ ବିବାହକୁ ନେଇ ଚିନ୍ତା ରହିପାରେ।

