Posted inଜାତୀୟ

‘କଶ୍ମୀର ସହ ମୋର ରହିଛି ରକ୍ତ ସମ୍ପର୍କ’

ଜମ୍ମୁ/ଶ୍ରୀନଗର,୨୩ା୮:ଜମ୍ମୁ-କଶ୍ମୀରବାସୀଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରକ୍ତ ସମ୍ପର୍କ ରହିଛି। ରାହୁଲ କଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ଏହି ବିଷୟ କହିବା ସହ ଉପତ୍ୟକାକୁ ରାଜ୍ୟ ମାନ୍ୟତା ଫେରସ୍ତ ଏବଂ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିବା ଉପରେ ଜୋର୍‌ ଦେଇଛନ୍ତି।
୨୦୧୯ ଅଗଷ୍ଟ ୫ରେ କେନ୍ଦ୍ରର ମୋଦି ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଧାରା ୩୭୦କୁ ହଟାଇଦେଇଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲେ। ୨୦୧୪ ବିଧାନସଭା ନିର୍ବାଚନର ୧୦ ବର୍ଷ ପରେ କଶ୍ମୀରବାସୀ ନିଜ ପ୍ରତିନିଧି ବାଛିବାକୁ ଯାଉଥିବାବେଳେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଶ୍ରୀନଗରରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ରାଜ୍ୟ ମାନ୍ୟତା ଫେରିପାଇବା ନେଇ ଆମେ ଆଶା କରିଥିଲୁ। ଇତିମଧ୍ୟରେ ନିର୍ବାଚନ ଆସିଯାଇଛି। ଏହା ଉପରେ ଇଣ୍ଡିଆ ବ୍ଲକ୍‌ ଆଗକୁ ଲଢ଼େଇ ଜାରି ରଖିବ। ଜମ୍ମୁ-କଶ୍ମୀରବାସୀଙ୍କ ସହ ମୋ ସମ୍ପର୍କ ରାଜନୈତିକ ନୁହେଁ, ବରଂ ପ୍ରେମର। ମୋ ପାରିବାରିକ ମୂଳ ଜମ୍ମୁ-କଶ୍ମୀରରେ। ତେଣୁ ଆପଣମାନେ ସବୁବେଳେ ମୋତେ ଦିଲ୍ଲୀରେ ନିଜର ଜଣେ ସିପାହି ବୋଲି ମନେକରିବା ଉଚିତ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପାର ଦୁର୍ବଳ ପ୍ରଦର୍ଶନ ପରେ ମୋଦିଙ୍କ ହାବଭାବ ଓ ଆମତ୍ବିଶ୍ୱାସରେ ପରିବର୍ତ୍ତନ ଆସିଥିବା ରାହୁଲ କହିଛନ୍ତି।

ଜମ୍ମୁ-କଶ୍ମୀର ବିଧାନସଭାର ସମସ୍ତ ୯୦ ଆସନରେ କଂଗ୍ରେସ ଏବଂ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ସୂଚନା ଦେଇଛନ୍ତି। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏନ୍‌ସି ଅଧ୍ୟକ୍ଷ ଫାରୁକ୍‌ଙ୍କ ବାସଭବନରେ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି।
ଜମ୍ମୁ-କଶ୍ମୀର ବିଧାନସଭାର ୯୦ ଆସନ ପାଇଁ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ୩ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣତି ଅକ୍ଟୋବର ୪ରେ କରାଯିବ। ଏହା ପୂର୍ବରୁ ଖାର୍ଗେ ଓ ରାହୁଲ ମେଣ୍ଟ ଆଲୋଚନା ପାଇଁ ୨ ଦିନିଆ କଶ୍ମୀର ଗସ୍ତ କରିଛନ୍ତି। ସେମାନଙ୍କ ସହ ଗୁରୁବାର ଆଲୋଚନା ପରେ ବିରୋଧୀ ଇଣ୍ଡିଆ ମେଣ୍ଟର ଅନ୍ୟତମ ବରିଷ୍ଠ ନେତା ଫାରୁକ୍‌ ଗଣମାଧ୍ୟମକୁ କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବୈଠକ ଥିଲା। ମେଣ୍ଟ ହେବ ଓ ସୁରୁଖୁରୁରେ ଚାଲିବ। ବିଧାନସଭାର ସମସ୍ତ ୯୦ ଆସନ ପାଇଁ ମେଣ୍ଟ ଚୂଡ଼ାନ୍ତ ହୋଇଛି। ସିପିଆଇଏମ୍‌ର ଏମ୍‌ଓ୍ବାଇ ତାରିଗାମୀ ମଧ୍ୟ ଆମ ସହିତ ଅଛନ୍ତି। ଆଶା କରୁଛି, ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେମାନେ ଆମକୁ ବିପୁଳ ଭୋଟରେ ବିଜୟୀ କରାଇବେ। ଆମ ପାଇଁ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭାଜନବାଦୀ ଶକ୍ତି ବିରୋଧରେ ଲଢ଼େଇ କରିବା ଆମର ମିଳିତ କାର୍ଯ୍ୟସୂଚୀ। ତେବେ ପିଡିପି ସହ ମେଣ୍ଟ ସମ୍ଭାବନାକୁ ଫାରୁକ୍‌ ଅସ୍ବୀକାର କରିନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri