Posted inଫୁରସତ

ପ୍ରଥମ ଉପାର୍ଜନ ବୋଉକୁ ଦେଇଥିଲି: ଗାଳ୍ପିକା, ପ୍ରାବନ୍ଧିକା ସବିତା ମହାପାତ୍ର

ରୌପ୍ୟ ନଗରୀ କଟକର ମେରିଆ ବଜାରରେ ମୋର ଜନ୍ମ। ପାଠପଢା ବି ସେଇଠି। ପ୍ୟାରିମୋହନ ଏକାଡେମୀରୁ ଏକାଦଶ ପାସ୍‌ କରି ଶୈଳବାଳା ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନରେ ସ୍ନାତକୋତ୍ତର ଶେଷ କରିଥିଲି। ୧୯୮୩ ମସିହାରେ ମୁଁ ଉକ୍ତ କଲେଜରେ ସ୍ନାତକ ପରୀକ୍ଷାରେ ଭଲ ମାର୍କ ରଖି ବେଷ୍ଟ ଗ୍ରାଜୁଏଟ୍‌ ହେବାର ସୌଭାଗ୍ୟ ଅର୍ଜନ କଲି। ସ୍ମୃତିର ଗନ୍ତାଘରେ ଏବେ ବି ସାଇତା ହୋଇ ରହିଛି ସେଦିନର ସେଇ ରୋମାଞ୍ଚଭରା ଅନୁଭୂତି, ଯେତେବେଳେ ମୁଁ ସମ୍ମାନିତ ହେଲି ମହାବିଦ୍ୟାଳୟର ଜଣେ ନବୋଦିତ ଛାତ୍ରୀ ଭାବରେ। ସେଦିନ କଲେଜ ତରଫରୁ ମୋତେ ଉଚ୍ଛ୍ବସିତ ଭାବେ ସମ୍ବର୍ଦ୍ଧିତ କରାଗଲା ଆଉ ବେଷ୍ଟ ଗ୍ରାଜୁଏଟ୍‌ ହୋଇଥିବାରୁ ନିରୁପମା ମହାପାତ୍ର ମେମୋରିଆଲ୍‌ ଆୱାର୍ଡର ପ୍ରମାଣପତ୍ର ସହିତ ୧୧୦୦ ଟଙ୍କା ପୁରସ୍କାର ଦିଆଯାଇଥିଲା; ଯାହାକି ଥିଲା ମୋ ଜୀବନର ସର୍ବପ୍ରଥମ ଉପାର୍ଜନ। ସେହି ଟଙ୍କାରୁ ୩୦୦ ଟଙ୍କା ନିଜ ଇଚ୍ଛାରେ ଖର୍ଚ୍ଚ କରିବା ପାଇଁ ବୋଉ ମୋତେ ଅନୁମତି ଦେବାରୁ, ମୁଁ ଜଣେ ବାନ୍ଧବୀଙ୍କ ସହ ବଜାର ଯାଇ ବୋଉ ପାଇଁ ୧୫୦ ଟଙ୍କାର ଗୋଟିଏ ଶାଢି ଏବଂ ମୋ ପାଇଁ ବି ଗୋଟିଏ ଶାଢି କିଣିଥିଲି। ବାକି ପଇସା ବୋଉ ମୋ ପାଇଁ ସଞ୍ଚତ୍ ରଖିଥିଲା। ଆଜି ବି ସେକଥା ମନେପଡିଲେ ଆଖିରେ ଲୁହ ଜକେଇ ଆସେ। ତେବେ ମୋର ଗୋଟେ ସ୍ବପ୍ନ ଥିଲା ଅଧ୍ୟାପିକା ହେବାକୁ। ଶିକ୍ଷାଦାନ କରିବାର ଅଦମ୍ୟ ଇଚ୍ଛା ମୋତେ ବୋଧହୁଏ ଆଜି ଟାଣି ଆଣିଛି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରକୁ। ଦିନେ ସ୍ବପ୍ନ ଥିଲା ପିଲାମାନେ ମ୍ୟାଡାମ୍‌ ଡାକିବେ। ଆଜି କିନ୍ତୁ କୁନି ପିଲାଙ୍କ ‘ଗୁରୁମା’ ଡାକ ମନରେ ଅଧିକ ସରାଗ ବୋଳି ଦେଉଛି। ଶିକ୍ଷାଦାନ ବ୍ୟତିତ ମୁଁ ଅନେକ ଲେଖାଲେଖି ବି କରେ। ବିଜ୍ଞାନ ଦିଗନ୍ତ, ସରଳା, ହୋମ୍‌ ସାଇନ୍ସ ଭଳି ପତ୍ରିକାରେ ମୋର ଅନେକ ଲେଖା ପ୍ରକାଶିତ ହୋଇଛି। ଜଣେ ବିଜ୍ଞାନ ଲେଖିକା ଭାବରେ ପରିଚୟ ବି ପାଇଛି। କେବଳ ସେତିକି ନୁହେଁ ଗାଳ୍ପିକା, ପ୍ରାବନ୍ଧିକା ଭାବରେ ମଧ୍ୟ ମୋର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଛି। ମୋ ଲିଖିତ ଅନେକ ଗପ, କବିତା, ପ୍ରବନ୍ଧ ଆଦି ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକାଦୃତ ମଧ୍ୟ ହୋଇପାରିଛି। ସମ୍ପ୍ରତି ଭୁବନେଶ୍ୱରର ଡୁମୁଡୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ମୁଁ କାର୍ଯ୍ୟରତା। ଈଶ୍ୱରଙ୍କ କୃପାରୁ ସଂଘର୍ଷ କରି ଜିଇଁବା ଭିତରେ ମୋ ଆଗରେ ଆଜି ଏକ ପରିପୂର୍ଣ୍ଣ ଓ ସାର୍ଥକ ଜୀବନର ସ୍ବର୍ଣିମ ସରଣୀଟିଏ ଆହୁରି ଆଗକୁ ମାଡିଯିବା ପାଇଁ ମୋତେ ପ୍ରେରଣା ଦେଉଥିବାର ମୁଁ ଲକ୍ଷ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri