Posted inଫୁରସତ

ପ୍ରଥମ ପାରିଶ୍ରମିକ ଟଙ୍କାରେ ଚଣ୍ଡୀ ମନ୍ଦିରରେ ଭୋଗ କରିଥିଲି: କବି ଅଶୋକ କୁମାର ମଲ୍ଲ

ନୟାଗଡ଼ ଟାଉନ୍‌ଠାରୁ ପ୍ରାୟ ୭ କି.ମି ଦୂର ବେଗୁନିଆପାଟଣା ଗାଁରେ ମୋ ଜନ୍ମ। ଆଙ୍କୁଲାଇ ଉଚ୍ଚ ବିଦ୍ୟାଳୟରୁ ୧୯୮୭ରେ ମାଟ୍ରିକ୍‌ ପାସ୍‌ କରିବା ପରେ ନୟାଗଡ଼ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି (ଇତିହାସ ସମ୍ମାନ) ପଢ଼ିଥିଲି। ତା’ପରେ ରେଭେନ୍ସା କଲେଜରେ ପି.ଜି. କଲି। ଏହି ସମୟରେ ‘ପରିତ୍ୟକ୍ତ ଉପତ୍ୟକାର ମଣିଷଟିଏ’ ଶୀର୍ଷକ ଗପ ଆକାଶବାଣୀକୁ ପଠାଇଥିଲି। ଗପଟି ଚୟନ ହେବାରୁ ଯେଉଁଦିନ ଯାଇ ଆକାଶବାଣୀରେ ଗପଟି ପଢ଼ିଲି, ସେଦିନ ମୋତେ ୨୨୦ ଟଙ୍କା ପାରିଶ୍ରମିକ ମିଳିଥିଲା; ଯାହାକି ଥିଲା ମୋ ଜୀବନର ପ୍ରଥମ ଉପାର୍ଜିତ ଧନ। ଖୁସିରେ କଟକ ଚଣ୍ଡୀ ମନ୍ଦିରକୁ ଯାଇ ଭୋଗ କଲି ଆଉ ସେହି ଭୋଗକୁ ନେଇ ସିଧା ଗାଁରେ ପହଞ୍ଚତ୍ଲି। ଘରେ ସବୁ କଥା ଜଣାଇବାରୁ ସମସ୍ତେ ବହୁତ ଖୁସି ହେଲେ। ତା’ପରଦିନ ସେହି ପଇସାରୁ କିଛି ନେଇ ବୋଉ ଗାଁ ମନ୍ଦିରରେ ବି ଭୋଗ କରି ସମସ୍ତଙ୍କୁ ବାଣ୍ଟିଥିଲା। ତେବେ ପିଜି ପଢ଼ା ସରିବାର ବେଶ୍‌ କିଛିଦିନ ପର୍ଯ୍ୟନ୍ତ ଅଧ୍ୟାପକ ଚାକିରି ପାଇଁ କୌଣସି ପୋଷ୍ଟ ନ ବାହାରିବାରୁ ବାଧ୍ୟ ହୋଇ ଗାଁ ପାଖରେ ଥିବା ଏକ ଘରୋଇ ଇଂଲିଶ୍‌ ମିଡିୟମ୍‌ ସ୍କୁଲ୍‌ରେ ଶିକ୍ଷକତା କରିବାକୁ ଲାଗିଲି। ୨୦୦୫ରୁ ୨୦୧୨ ଯାଏଁ ଏହି ସ୍କୁଲ୍‌ରେ ରହିଲି। ଆଉ ତା’ରି ଭିତରେ ବି.ଇଡି. ପଢ଼ା ସାରିଦେଲି। ୨୦୧୨ରେ ସରକାରଙ୍କ ତରଫରୁ ଶିକ୍ଷା ସହାୟକ ପୋଷ୍ଟ ପାଇଁ ବିଜ୍ଞାପନ ବାହାରିବାରୁ ସେଥିରେ ଆପ୍ଲାଏ କଲି। ସିଲେକ୍ଟ ହେବାରୁ ୨୦୧୨ ନଭେମ୍ବର ୩୦ରେ ନୟାଗଡ଼ ଟାଉନ୍‌ଠାରୁ ପ୍ରାୟ୧୦ କି.ମି ଦୂର ସାନପଣ୍ଡୁସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଯୋଗଦେଲି। ସେତେବେଳେ ମାତ୍ର ୪୦୦୦ଟଙ୍କା ଦରମା ଥିଲା। ଯେହେତୁ ସ୍କୁଲ୍‌ ପାଖରେ ଘରଭଡ଼ା ନେଇ ରହୁଥିଲି, ତେଣୁ ଏତେ କମ୍‌ ଟଙ୍କାରେ ଚଳିବାକୁ କାଳେ ଅସୁବିଧା ହେବ ସେଥିପାଇଁ ବାପା ମୋତେ ଘରକୁ ଟଙ୍କା ନ ପଠାଇବାକୁ ଜୋର୍‌ କରି ମନା କରିଥିଲେ। ତଥାପି ମଝିରେ ମଝିରେ ପରିବା ହେଉ କି ମାଛ ମାଂସ କିଣି ଘରକୁ ପଠାଇ ଦେଉଥିଲି। ତା’ସହିତ ସମସ୍ତଙ୍କ ଅଗୋଚରରେ ପ୍ରତିମାସ ବୋଉ ନାଁରେ ମହିଳା ବ୍ୟାଙ୍କ୍‌ରେ ୨୦୦ ଟଙ୍କା ରଖୁଥିଲି। ତାହା ମାଚ୍ୟୁରିଟି ହୋଇଯିବାରୁ ବୋଉଠାରୁ ସାଇନ୍‌ ନେଇ ସେ ଟଙ୍କା ଉଠାଇବାରୁ ୪୦୦୦ଟଙ୍କା ମିଳିଲା। ବୋଉ ପାଇଁ ସୁନା କାନଫୁଲ କିଣିବାକୁ ଚିନ୍ତା କରି ଦୋକାନକୁ ଗଲି। ସେଠି ଯେଉଁ କାନଫୁଲଟି ମୋର ପସନ୍ଦ ହେଲା, ତାହାର ମୂଲ୍ୟ ୬,୫୦୦ଟଙ୍କା ଥିଲା। ଦୋକାନୀ ଚିହ୍ନା ହୋଇଥିବାରୁ ବାକି ଟଙ୍କା ପରେ ସୁବିଧା ଦେଖି ଶୁଝିଦେବ କହି ମୋତେ ବାଧ୍ୟ କରି କାନଫୁଲଟି ଧରେଇଦେଲେ। ଘରକୁ ଯାଇ ବୋଉକୁ ଯେତେବେଳେ କାନଫୁଲଟି ଦେଲି ଖୁସିରେ ତା’ ଆଖିରେ ଲୁହ ଜକେଇ ଆସିଲା। ୟା’ ଭିତରେ ଅନେକ ବର୍ଷ ବିତିଗଲାଣି। ଏବେ ବି ମୁଁ ସେହି ସ୍କୁଲ୍‌ରେ ଶିକ୍ଷକତା କରୁଛି, ୨୦୧୮ରୁ ଚାକିରି ରେଗୁଲାର୍‌ ହୋଇ ଠିକ୍‌ଠାକ୍‌ ଦରମା ବି ପାଉଛି। ହେଲେ ମୋର ସେହି ମମତାମୟୀ ବୋଉ ଆଉ ନାହିଁ। ବାପାଙ୍କୁ ବି ବୟସ ଅଧିକ ହୋଇଗଲାଣି। ତେଣୁ ଦିନେ ଛାଡ଼ି ଦିନେ ଗାଁକୁ ଯାଇ ବାପାଙ୍କୁ ଦେଖିଆସିଲେ ବାପା ବହୁତ ଖୁସି ହୋଇଯା’ନ୍ତି ଆଉ ମୋତେ ବି ବେଶ୍‌ ଶାନ୍ତି ଲାଗେ। ତା’ସହିତ ସମୟ ବାହାର କରି ମଝିରେ ମଝିରେ ଗପ, କବିତା ମଧ୍ୟ ଲେଖେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?