Posted inଜାତୀୟ

ସିବିଆଇ, ଇଡିର ଦୁରୁପଯୋଗ ପଛରେ ମୋଦିଙ୍କ ହାତ ଥିବା ବିଶ୍ୱାସ ହେଉନି: ମମତା

କୋଲକାତା,୨୦।୯: ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଦୁରୁପଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ ବୋଲି ସେ ବିଶ୍ୱାସ କରୁ ନ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି। ତେବେ କେତେଜଣ ଭାଜପା ନେତା ନିଜ ସ୍ବାର୍ଥକୁ ଚରିତାର୍ଥ କରିବା ଲାଗି ସିବିଆଇ, ଇଡି ଭଳି ସଂସ୍ଥାର ଅପବ୍ୟବହାର କରୁଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କ ଏଜେଣ୍ଡା ସହ ନିଜ ଦଳର ସ୍ବାର୍ଥ ଯେପରି ଯୋଡ଼ି ନ ହୁଏ, ତାହା ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କରାଇବାକୁ ମମତା ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ଇଡି ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ୪୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଥିବାବେଳେ ମମତାଙ୍କ ଏଭଳି ମନ୍ତବ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅତିରିକ୍ତ ବ୍ୟବହାର ଉପରେ ବିଧାନସଭାରେ ଅଣାଯାଇଥିବା ପ୍ରସ୍ତାବର ଆଲୋଚନା ବେଳେ ଟିଏମ୍‌ସି ନେତ୍ରୀ ଉପରୋକ୍ତ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଡୁପିରେ ସ୍କୁଲ, କଲେଜ ପାଖରେ ୧୪୪ ଧାରା

ବାଙ୍ଗାଲୋର ,୧୩।୨: ହିଜାବ-ସାଫ୍ରନକୁ ନେଇ ଚାଲିଥିବା ବିବାଦ ଯୋଗୁ ୪ ଦିନ ବନ୍ଦ ରହିବା ପରେ ସୋମବାରଠାରୁ କର୍ନାଟକରେ ଖୋଲିବାକୁ ଯାଉଛି ହାଇ ସ୍କୁଲ। ଏହାକୁ...

ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଏଏପିକୁ ଝଟକା

ଚଣ୍ଡିଗଡ଼,୯।୧: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିଜୟୀ ହୋଇଛି। ଭାଜପାର ମେୟର ପ୍ରାର୍ଥୀ ସରବଜିତ୍‌ କୌର ଆମ୍‌ ଆଦ୍‌ମୀ...

କୃଷକ ଆନ୍ଦୋଳନ: ସଂସଦ ଭବନର ସଡ଼କରୁ ଆକାଶପଥ ସବୁଠି କଡା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୨୦ ।୭:କୃଷକ ଆନ୍ଦୋଳନ ଓ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ସଂସଦ ଭବନର ସଡକ ପଥରୁ ଆକାଣ ମାର୍ଗ ପର୍ଯ୍ୟନ୍ତ ସବୁଠି କଡା ସୁରକ୍ଷା ବ୍ୟବସ୍ଥା...

ସୋମବାରଠାରୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥଳ: ମାର୍ଗଦର୍ଶିକା ଜାରି

ମୁମ୍ବାଇ,୧୫।୧୧: ସୋମବାର ଠାରୁ ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।  ୬୫ ବର୍ଷ ବୟସରୁ...

ନୁପୁର ଶର୍ମା. ସବା ନକଭି, ନବିନ ଜିନ୍ଦଲଙ୍କ ସମେତ ୯ ଜଣଙ୍କ ନାଁରେ ଏଫଆଇଆର୍‌

ନୂଆଦିଲ୍ଲୀ,୯ ।୬: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ପ୍ରବକ୍ତା ନୁପୁର ଶର୍ମାଙ୍କ ବିରୋଧରେ ମହମ୍ମଦଙ୍କ ସମ୍ପର୍କରେ ଏକ ଟେଲିଭିଜନ ଡିବେଟରେ ଆପତ୍ତିଜନକ ଟିପ୍ପଣି ଦେଇଥିବା ଅଭିଯୋଗରେ...

ଅମରନାଥ ଯାତ୍ରା: ଗୀତା ଉପହାର ଦେଇ ଶିବ ଭକ୍ତଙ୍କୁ ସ୍ୱାଗତ କରିବେ କଶ୍ମିରୀ ମୁସଲମାନ

ଜମ୍ମୁ,୨ ।୭: ବନାରସ କାଶି ଭଗବାନ ଶିବଙ୍କ ନଗରୀ ତ କଶ୍ମିର ଘାଟି ଭୋଳା ବାବାଙ୍କ ଘର ହିମାଳୟ । କଶ୍ମୀର ଘାଟିର ପ୍ରବେଶ ଦ୍ୱାର...

ବିରଳ ଦୁଇ ମୁଣ୍ଡିଆ ସାପ ଜବତ: ଜଣେ ଗିରଫ

ଲକ୍ଷ୍ନୌ,୧୪।୯-ବିରଳ ସାପ ଚୋରାଚାଲାଣ ଅଭିଯୋଗରେ ଉତ୍ତରପ୍ରଦେଶର ଖେରୀ ଜିଲା ମିତୋଲି ଥାନା ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ...

ମାସ୍କ୍‌ ପିନ୍ଧିବା ଜରୁରୀ, ବାହାରେ ଛେପ ପକାଇଲେ ଜରିମାନା ସହ ଜେଲଦଣ୍ଡ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଏହା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଲଢ଼େଇ ଲାଗି...

Advertisement
Archives

Model This Week