Posted inଖେଳ

ଓ୍ବାଙ୍ଖଡେର ମାହୋଲ ଲୋମଟାଙ୍କୁରା ମୂହୂର୍ତ୍ତ ଥିଲା: ଡେଭିଡ୍‌ ବେକ୍‌ହାମ

ମୁମ୍ବାଇ,୧୬ା୧୧: ଇଂଲଣ୍ଡ ଫୁଟବଲ ତାରକା ଡେଭିଡ୍‌ ବେକ୍‌ହାମ ପ୍ରଥମ ଥର ଭାରତ ଗସ୍ତରେ ରହିଥିବା ବେଳେ ୨୦୨୩ ଦିନିକିଆ କ୍ରିକେଟ୍‌ ବିଶ୍ୱକପର ପ୍ରଥମ ସେମି ଫାଇନାଲ ଦେଖିଥିଲେ। ଏହାର ଗୋଟିଏ ଦିନ ପରେ ବିସିସିଆଇ ପକ୍ଷରୁ ବେକ୍‌ହାମଙ୍କ ଏକ ଭିଡିଓ ରିଲିଜ୍‌ କରାଯାଇଛି।

ଭିଡିଓରେ ସେ ଓ୍ବାଙ୍ଖଡେ ଷ୍ଟାଡିୟମର ଦର୍ଶକଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି। ଓ୍ବାଙ୍ଖଡେର ଦର୍ଶକୀୟ ଅନୁଭୂତିକୁ ସେ ଅନନ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ଏହି ମ୍ୟାଚ ଦେଖିବା ପୂର୍ବରୁ କେବଳ ଫୁଟବଲରେ ଦର୍ଶକଙ୍କ ଏଭଳି ରୂପ ଦେଖିଥିଲି। ତେବେ ଏହି ମ୍ୟାଚ ଦେଖିବା ପରେ ମୁଁ ବର୍ତ୍ତମାନ ଦ୍ୱନ୍ଦ୍ୱରେ ରହିଛି ବୋଲି ବେକହାମ ଭିଡିଓରେ କହିଛନ୍ତି। ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ସହିତ ଗ୍ରାଉଣ୍ଡରେ ପ୍ରବେଶ କରିବା ସମୟରେ ଦର୍ଶକ ଯେଉଁଭଳି ଚିୟର କରୁଥିଲେ ତାହା ଫୁଟବଲ ମ୍ୟାଚକୁ ମଧ୍ୟ ପଛରେ ଛାଡିଦେବା ଭଳି ମନେ ହେଉଥିଲା। ଓ୍ବାଙ୍ଖଡେର ମାହୋଲ ତାଙ୍କ ପାଇଁ ଲୋମଟାଙ୍କୁରା ମୂହୂର୍ତ୍ତ ଥିଲା ବୋଲି ମାଞ୍ଚେଷ୍ଟର ୟୁନାଇଟେଡ ଓ ରିୟଲ ମାଡ୍ରିଡ୍‌ର ପୂର୍ବତନ ତାରକା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri