Posted inଫୁରସତ

ପ୍ରଥମ ଉପାର୍ଜିତ ଅର୍ଥରେ ମିଠା କିଣିଥିଲି: ଶିକ୍ଷାବିତ୍‌ ଡ. ସୁଦର୍ଶନ ବାରିକ

ଭଦ୍ରକ ଜିଲ୍ଲାର ବଳାଜିତପଡା ଗାଁରେ ମୋ ଜନ୍ମ। ଅର୍ଣ୍ଣପାଳସ୍ଥ ଓକରା ହାଇସ୍କୁଲରେ ମାଟ୍ରିକ ଯାଏଁ ପଢିଥିଲି। ଆମ ସ୍କୁଲରେ ପ୍ରତିବର୍ଷ ଡ୍ରାମା ହୁଏ। ଏହି ଡ୍ରାମା ହିଁ ମୋ କଳାକାର ଜୀବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ସେଇଦିନୁ ସଙ୍ଗୀତ ଓ ନାଟକ ପ୍ରତି ଆକୃଷ୍ଟ ହୋଇ ଏଯାବତ ପ୍ରାୟ ତିରିଶିଟି ମଞ୍ଚ ନାଟକରେ ଅଭିନୟ କରିସାରିଲିଣି। ଏପରିକି ଆକାଶବାଣୀ ତରଫରୁ କେତୋଟି ନାଟକ ସହିତ ଦୂରଦର୍ଶନର କେତୋଟି ଟେଲି ସିରିୟଲ୍‌ରେ ବି ଅଭିନୟ କରିଛି। ଅଭିନୟ ସାଙ୍ଗକୁ ଜଣେ ଅଧ୍ୟାପକ ହୋଇ ଜୀବନରେ ଅନେକ ଅର୍ଥ ଉପାର୍ଜନ କରିଥିଲେ ହେଁ ପ୍ରଥମ ଉପାର୍ଜନର ଅନୁଭୂତି ଥିଲା ସ୍ବତନ୍ତ୍ର। ଏହା ଥିଲା ୧୯୭୧ ମସିହାର କଥା। ମାଟ୍ରିକ ପରୀକ୍ଷା ପରେ ପକେଟ୍‌ ଖର୍ଚ୍ଚରୁ ସଞ୍ଚତ୍ତ ଅର୍ଥରେ ବେଞ୍ଜୁଟିଏ କିଣି ବଜେଇବା ଅଭ୍ୟାସ କଲି। ଆଗରୁ ହାର୍‌ମୋନିୟମ ଶିଖିଥିବାରୁ, ବେଞ୍ଜୁ ବଜେଇବା ମୋ ପାଇଁ ସହଜ ହୋଇଥିଲା। ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଗୀତର ସ୍ବରକୁ ନିର୍ଭୁଲ ଭାବରେ ବଜାଇ ପାରୁଥିଲି। ଥରେ ଆମ ଗାଁଠାରୁ ୧୫ କି.ମି ଦୂରରେ ଡ୍ରାମା ହେଉଥିଲା। ସେଇ ଡ୍ରାମାର ଆୟୋଜକମାନେ ତାଙ୍କ ଡ୍ରାମାରେ ବେଞ୍ଜୁ ବଜାଇବାକୁ ମୋତେ କହିଲେ। ମୁଁ କହିଲି, ମା’ବାପା କେବେବି ରାଜି ହେବେନି ରାତି ଅନିଦ୍ରା ହୋଇ ବେଞ୍ଜୁ ବଜାଇବାକୁ। ତେଣୁ ସେମାନେ ମା’ଙ୍କୁ କହିଲେ, ମା’ ରାଜି ନ ହେବାରୁ ବାପାଙ୍କୁ ଅନୁରୋଧ କଲେ। ବାପା ଯେହେତୁ ଜଣେ କଳାକାର ଥିଲେ, ସେମାନଙ୍କ ବ୍ୟାକୁଳତା ଦେଖି ଗୋଟିଏ ସର୍ତ୍ତ ରଖି ରାଜିହେଲେ। ସର୍ତ୍ତଟି ଥିଲା, ସେମାନେ ମୋତେ ଘରୁ ନେବେ ଓ ପୁଣି ଆଣି ଛାଡ଼ିବେ। ସର୍ତ୍ତରେ ରାଜି ହୋଇ ନିର୍ଦ୍ଧିଷ୍ଟ ଦିନରେ ସେମାନେ ଆସି ମୋତେ ନେଇଗଲେ। ଡ୍ରାମା ସରିଲା ପରେ ୫୦ ଟଙ୍କା ମୋ ହାତରେ ଗୁଞ୍ଜି ଦେଇ ମୋତେ ଛାଡିବାକୁ ଆସିଲେ। ଫେରିବା ବାଟଯାକ ସେହି ନୋଟଟିକୁ ଏପଟସେପଟ କରି ଦେଖୁଥାଏ। କେତେବେଳେ ଉତ୍‌ଫୁଲ୍ଲିତ ହେଉଥାଏ ତ ପୁଣି କେତେବେଳେ ଚିନ୍ତାମଗ୍ନ ହେଉଥାଏ। ଉତ୍‌ଫୁଲ୍ଲିତ ଏଇଥିପାଇଁ କାରଣ ଜୀବନର ପ୍ରଥମ ଉପାର୍ଜନକୁ ହାତରେ ଧରିଥାଏ। ହେଲେ ସେହି ଟଙ୍କାକୁ ନେଇ କ’ଣ କରିବି ସେଥିପାଇଁ ଚିନ୍ତା ବି କରୁଥାଏ। ଏମିତି ଭାବନାର ବୁଢିଆଣୀ ଜାଲ ଭିତରେ ଛନ୍ଦି ହୋଇଥିଲାବେଳେ, ଆମ ଗାଁଛକ ମିଠା ଦୋକାନ ପଡ଼ିଥିଲା। ସେଠୁ ୫୦ ଟଙ୍କାର ମିଠା କିଣି ସିଧା ଘରକୁ ଯାଇ ମା’କୁ ଧରେଇଦେଲି। ବାପା ଆସିଲା ପରେ ମା’ ସେହି ମିଠାକୁ ନେଇ ବାପାଙ୍କୁ ଧରେଇ ଦେଇ କହିଲା, ନିଅ ତୁମ ପୁଅର ପ୍ରଥମ ରୋଜଗାର। ବାପା ଏକଥା ଶୁଣି ବହୁତ ଖୁସି ହେଲେ ଆଉ ଘରର ସମସ୍ତଙ୍କୁ ମିଠା ବାଣ୍ଟିଥିଲେ। ଆଜି ବି ପଚାଶ ଟଙ୍କିଆ ନୋଟ୍‌ଟିଏ ଦେଖିଲେ, ସେଦିନର ଘଟଣାସବୁ ପୁଣିଥରେ ଆଖିଆଗରେ ନାଚିଉଠେ। ତେବେ ଏହି ଟିକକ ଖୁସି ମୋତେ ଅନେକ ପ୍ରେରଣା ଦେଇଛି ଜୀବନ ପଥରେ ଆଗେଇ ଯିବାକୁ। ସେଥିପାଇଁ ଅଧ୍ୟାପନା ସହିତ ଗପ, କବିତା, ନାଟକ ଲେଖିବା ସଙ୍ଗେସଙ୍ଗେ ଅନେକ ନାଟକରେ ନିର୍ଦ୍ଦେଶନା ମଧ୍ୟ ଦେଇଛି। ‘ଶେଷ ଦେଖା’ ହେଉଛି ମୋର ଏକ ଗଳ୍ପ ସଂକଳନ। ମୋ ଲିଖିତ ‘କାର୍ଗିଲ: କିଛି ସ୍ମୃତି କିଛି ଅନୁଭୂତି’ ନାଟକଟି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ତରଫରୁ ରବୀନ୍ଦ୍ରମଣ୍ଡପରେ ମଞ୍ଚସ୍ଥ ହୋଇ ଏକଦା ଦର୍ଶକଙ୍କର ବହୁ ପ୍ରଶଂସା ସାଉଁଟିଥିଲା। ସେହିପରି ମୋ ରଚନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ପଥପ୍ରାନ୍ତ ନାଟକ ‘ଆମେ ସବୁ ଅନ୍ଧ ଥିଲୁ’ ଭଦ୍ରକ ଜିଲାର ବିଭିନ୍ନ ପଞ୍ଚାୟତରେ ମଞ୍ଚସ୍ଥ ହୋଇ ସାକ୍ଷରତା ଅଭିଯାନ ଉପରେ ଅନେକ ସଚେତନତା ସୃଷ୍ଟି କରିଥିଲା। କେବଳ ସେତିକି ନୁହେଁ ଚାକିରି କରିବା ସମୟରେ ବୃକ୍ଷରୋପଣ, ନିଶାନିବାରଣ, ଯୌତୁକ ପ୍ରଥାର ଦୂରୀକରଣ, ପରିବେଶ ସୁରକ୍ଷା, ସାମ୍ପ୍ରଦାୟିକ ସଦ୍‌ଭାବ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ମଧ୍ୟ ଅନେକ ପଥପ୍ରାନ୍ତ ନାଟକ କରି ଜନ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲି ଆଉ ଏବେ ବି କରୁଛି। ତା’ଛଡ଼ା ଚାକିରିରୁ ଅବସର ନେବା ପରେ କିଛିଦିନ ଭଦ୍ରକ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବାର ସୂଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରିବା ସହ ଭଗବାନଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri