ଠିଆ ଖିଆ, ମାଗି ଖିଆ

ମଣିଷ ଯେଉଁ ଦିନରୁ ସାମାଜିକ ପ୍ରାଣୀ ଭାବରେ ଗଣା ହେଲା, ସେହିଦିନଠାରୁ ତା’ର ଏକ ନିର୍ଦ୍ଦିଷ୍ଟ ପ୍ରଥା, ପରମ୍ପରା ଓ ଚଳଣି ସୃଷ୍ଟି ହେଲା। ଗୋଟିଏ ପରିବାରର ସମସ୍ତ ସଦସ୍ୟ ଏକତ୍ର ବସି ଏକ ନିର୍ଦ୍ଦିଷ୍ଟ ସମୟରେ ଭୋଜନ କରିବା ଧାରା ଆରମ୍ଭ ହେଲା। ତାହା ପୁଣି ଦଳଗତ ଭାବରେ। ପରିବାରର ପୁରୁଷମାନେ ପ୍ରଥମେ ଭୋଜନ କରିବେ, ତା’ପରେ ସ୍ତ୍ରୀମାନେ ଏକତ୍ର ଭୋଜନ କରିବାର ପରମ୍ପରା ଆରମ୍ଭ ହେଲା। ଏବେ ମଧ୍ୟ ଏହି ପରମ୍ପରା କେତେକ ପରିବାରରେ ପ୍ରଚଳିତ ଅଛି। ବଡ଼ ପରିବାରମାନଙ୍କରେ ଏକତ୍ର ବସି ଖଲିପତ୍ରରେ ଭୋଜନ କରିବାର ଆନନ୍ଦ କହିଲେ ନ ସରେ।
ଆସନରେ ବସି ଖାଦ୍ୟ ଖାଇବା ବଦଳରେ ଏବେ ଆରମ୍ଭ ହେଲାଣି ଠିଆ ଖିଆ। ସବୁ ଜାଗାରେ ଲୋକମାନେ ଠିଆରେ ଖାଦ୍ୟ ଖାଇଲେଣି। ଭୋଜିଭାତଠୁ ଆରମ୍ଭ କରି ହୋଟେଲରେ ଖାଇବା ମଧ୍ୟ ଠିଆରେ ହେଲାଣି। ରାସ୍ତା ପାର୍ଶ୍ୱ ଉଠା ଦୋକାନଗୁଡ଼ିକରେ ଅନେକ ଲୋକ ଠିଆରେ ଜଳଖିଆ ଖାଇବାକୁ ପସନ୍ଦ କରୁଛନ୍ତି। କୌଣସି ହୋଟେଲରେ ବସି ଖାଇବାକୁ ବେଶି ଲୋକ ପସନ୍ଦ କରୁନାହାନ୍ତି। କାହାରି ପାଖରେ ସମୟ ନାହିଁ। ହୋଟେଲରେ ବସି ଅଧିକ ସମୟ ଦେବାକୁ । ଠିଆରେ ଖାଦ୍ୟ ଖାଇବାର କୁପ୍ରଭାବ କଥା କେହି ଚିନ୍ତା କରନ୍ତି ନାହିଁ। ଏହା ଆମର ରେଚନ କ୍ରିୟାରେ ବାଧା ସୃଷ୍ଟି କରିଥାଏ। ଠିଆ ହୋଇ ଖାଦ୍ୟ ଖାଇବା କିମ୍ବା ପାଣି ପିଇବା ଦ୍ୱାରା ଆମର କିଡ୍‌ନୀ ଉପରେ ପ୍ରଭାବ ପକାଏ। ଠିଆରେ ଖାଦ୍ୟ ଖାଇଲେ ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଦ୍ୱାରା ରେଚନ କ୍ରିୟା ବାଧା ପାଏ। ଏବେ ଅନେକ ଜାଗାରେ ଖାଦ୍ୟ ବିକ୍ରି କରାଯାଉଛି କିନ୍ତୁ ବସିବା ପାଇଁ କୌଣସି ବ୍ୟବସ୍ଥା ନ ଥାଏ। ଫଳରେ ଅନେକ ଲୋକ ଠିଆ ହୋଇ ଖାଦ୍ୟ ଖାଇଥାଆନ୍ତି। କେହି ବସିବା ଜାଗା ଖୋଜନ୍ତି ନାହିଁ। କାରଣ ସମସ୍ତେ ଅଭ୍ୟସ୍ତ ହୋଇଗଲେଣି ଠିଆ ଖିଆରେ।
ବାହାଘର, ବ୍ରତଘର କିମ୍ବା ଜନ୍ମଦିନ ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମରେ ଯେଉଁ ଭୋଜିର ଆୟୋଜନ ହୋଇଥାଏ, ସେଗୁଡ଼ିକ ସବୁ ବଫେ। ଲମ୍ବା ଲାଇନରେ ଠିଆ ହୋଇ ଖଲି ଧରି ଖାଦ୍ୟ ମାଗି କରି ଠିଆରେ ହିଁ ଖାଇବାକୁ ପଡ଼ିଥାଏ। ଖାଦ୍ୟର ପସରା ମେଲା ହୋଇଥାଏ। ନିଜର ପସନ୍ଦ ଅନୁସାରେ ଖାଦ୍ୟ ମାଗି ଠିଆରେ ଖାଇବାକୁ ହୁଏ। ଖାଦ୍ୟ ସରିଗଲେ ଆଉଥରେ ଲାଇନରେ ଯାଇ ଖାଦ୍ୟ ମାଗିବାକୁ ପଡ଼ିଥାଏ। ସବୁ ଲୋକ ଏହି ଠିଆ ଖିଆ, ମାଗି ଖିଆକୁ ପସନ୍ଦ କରନ୍ତି ନାହିଁ। ଅନେକ ଲୋକ ଖାଦ୍ୟ ମାଗି ଆଣି ଜାଗାଦେଖି ବସି ପଡ଼ନ୍ତି ଓ ଖାଦ୍ୟ ଖାଇଥାଆନ୍ତି। ଯେଉଁମାନଙ୍କର ଠିଆ ଖାଇବାର ଅଭ୍ୟାସ ନ ଥାଏ ସେମାନେ କୌଣସି ମତେ ବସି ଖାଇବାକୁ ଚେଷ୍ଟା କରନ୍ତି। ଆଜିକାଲି ସହରମାନଙ୍କରେ ଆଉ ବସି ଖାଇବାର ବ୍ୟବସ୍ଥା କରା ଯାଉନାହିଁ। ସବୁ ଜାଗାରେ ଠିଆ ଖିଆ, ମାଗି ଖିଆ। କିନ୍ତୁ ନାହିଁ ଗାଁ ଗହଳରେ କିଛି ପରିମାଣରେ ଭୋଜି ଭାତ ହେଲେ ଟେବୁଲ, ଚୌକିର ବ୍ୟବସ୍ଥା କରାଯାଉଛି। ଯଦିଓ ଟିକିଏ ଅପେକ୍ଷା କରିବାକୁ ପଡ଼ିଥାଏ, ତଥାପି ବସି ଖାଇବାର ସୁଯୋଗ ମିଳିଥାଏ। ଗାଁ ଗହଳରେ ଥିବା ବୁଢ଼ୀବୁଢ଼ାମାନଙ୍କୁ ଏହି ବ୍ୟବସ୍ଥା ସୁହାଇଥାଏ। ସେମାନେ ଅନ୍ତତଃ ଭୋଜି ଖାଇବାର ସୁଯୋଗ ପାଇଥାଆନ୍ତି।
୨୦୦୦ ମସିହା ପରଠାରୁ ଠିଆ ଖିଆ ସଂସ୍କୃତି ଆରମ୍ଭ ହୋଇଛି। ତା’ ପୂର୍ବରୁ ସବୁ ବସି ଖାଇବା ସଂସ୍କୃତି ଥିଲା। ଆଗରୁ ତଳେ ବସି ଭୋଜି ଖିଆ ଯାଉଥିଲା। ତା’ପରେ ଟେବୁଲ ,ଚୌକି ବ୍ୟବସ୍ଥା କରାଗଲା। ଟେବୁଲ, ଚୌକିରେ ଥରକରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଲୋକ ଖାଦ୍ୟ ଖାଇପାରିଲେ। କିନ୍ତୁ ତଳେ ଖାଇଲେ ଏକକାଳୀନ ଅନେକ ଲୋକ ଖାଦ୍ୟ ଖାଇ ପାରୁଥିଲେ। କାହାରିକୁ ଅପେକ୍ଷା କରିବାକୁ ପଡୁ ନ ଥିଲା। ଯିଏ ଯେତେବେଳେ ଆସିଲେ ଯେକୌଣସି ଜାଗାରେ ବସି ଖାଦ୍ୟ ଖାଇ ପାରୁଥିଲେ। ପରିମାଣର କୌଣସି ସୀମା ନ ଥାଏ। ଏଥିରେ ଖାଦ୍ୟ ନଷ୍ଟ ହୁଏ ନାହିଁ। ଯିଏ ଯାହା ଖାଏ ତାହା ତାଙ୍କୁ ପଚାରି ପଚାରି ଦିଆଯାଇଥାଏ। କିନ୍ତୁ ଠିଆ ଖିଆ ବା ବଫେରେ ଜଣେ ଯେତିକି ଖାଦ୍ୟ ମାଗି ଆଣି ଥାଆନ୍ତି ତାହା ଖାଇ ନ ପାରିଲେ ଫୋପାଡ଼ି ଚାଲିଯାଆନ୍ତି। କାରଣ ସମସ୍ତଙ୍କୁ ସମାନ ପରିମାଣର ଖାଦ୍ୟ ଦିଆ ଯାଉଥାଏ। ଆଉ ଯଦି କେହି ଦ୍ୱିତୀୟ ଥର ଖାଇବାର ଇଚ୍ଛା ଥାଏ ଗହଳି ଲାଇନ ଦେଖି ଆଉ ଯିବାକୁ ଇଚ୍ଛା କରେ ନାହିଁ। ଫଳରେ ତାଙ୍କୁ ସେହି ଥରକରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଥାଏ। ଏଠାରେ ଅଳ୍ପ ଖାଦ୍ୟ ବେଶି ଲୋକ ଖାଇପାରନ୍ତି। କାରଣ କମ୍‌ କମ୍‌ ଖାଦ୍ୟ ପରଷା ଯାଏ। ଯିଏ ଅଧିକ ଥର ମାଗି ଖାଇପାରେ ସେ ପେଟ ଭରି ଖାଇପାରେ। ଯିଏ ଥରକରେ ଆଉ ଧାଡ଼ିକୁ ଯାଏ ନାହିଁ ତା’ର ପେଟ ପୂରି ନ ଥାଏ। ଲାଜ କରୁଥିବା ଲୋକ ଏଠାରେ ଭୋକିଲା ରହିବାକୁ ପଡ଼େ। ନିଲଜିଆ ହୋଇ ବାରମ୍ବାର ଧାଡ଼ି ଧରିଲେ ପେଟପୂରା ଖାଇ ପାରିବ। ଏହି ଠିଆ ଖିଆକୁ ଆମ ସଂସ୍କୃତି ବୋଲି ଭାବିବାକୁ ପଡ଼ିବ।
ଏବେ ପରିବାରରେ ମଧ୍ୟ ଆଉ ବସି ଖାଇବାର ସୁଯୋଗ ନାହିଁ। କାରଣ ସବୁ ପରିବାରରେ ଡାଇନିଂ ଟେବୁଲ ସବୁ ଘରର ଶୋଭା ବଢ଼ାଉଛି। ଆଜିକାଲି ଘରେ ଦାମୀ ଡାଇନିଂ ଟେବୁଲ ରଖି ଘର ସଜାଇବାର ଏକ ଫେଶନରେ ପରିଣତ ହୋଇଗଲାଣି। ପଡ଼ୋଶୀ ଘର ସହ ପ୍ରତିଯୋଗିତାମୂଳକ ଭାବରେ ଡାଇନିଂ ଟେବୁଲ କିଣା ଯାଉଛି। ଏହି ଟେବୁଲରେ ବସି ଖାଇବା ଅଭ୍ୟାସ କରିବା ଫଳରେ ଅନେକ ଲୋକଙ୍କର ଆଣ୍ଠୁ ସମସ୍ୟା ଦେଖାଦେଉଛି। ଆଉ ତଳେ ଚକା ପକାଇ ବସିପାରୁ ନାହାନ୍ତି। ମନ୍ଦିରମାନଙ୍କୁ ପ୍ରସାଦ ସେବନ ପାଇଁ ଗଲେ ଆଉ ତଳେ ବସି ପ୍ରସାଦ ସେବନ କରିପାରୁ ନାହାନ୍ତି। ଏହି ସମସ୍ୟା ପାଇଁ ପୁଣି ଯୋଗର ସାହାରା ନେବାକୁ ପଡୁଛି।

ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ,
ମୋ:୯୯୩୮୭୫୮୩୫୩


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?