ପ୍ରଥମ ଦରମାରେ ଭାଇ ସହ ରେଷ୍ଟୁରାଣ୍ଟରେ ଖାଇଥିଲି

ବାଲେଶ୍ୱର ଜିଲା ସୋରୋ ତହସିଲ ଅନ୍ତର୍ଗତ କେଦାରପୁରରେ ଆମ ଗାଁ ହୋଇଥିଲେ ହେଁ, ଗୋପାଳପୁରରେ ଆମେ ରହୁଥିଲୁ। କାରଣ ବାପା ସେଠାରେ ଜାଗା କିଣି ଘର କରିଥିଲେ। ଆଉ ମୋ ମାମୁ ଘର ଥିଲା ରାଇରଙ୍ଗପୁରରେ। ଅଧିକାଂଶ ସମୟ ମାମୁ ଘରେ ମୋର କଟେ। ଏମିତି କି ପାଠ ବି ସେଇଠି ପଢ଼ିଛି। ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ରେଭେନ୍ସା କଲେଜରେ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ଇଂଲିଶରେ ପି.ଜି. କରିଥିଲି। ପି.ଜି. ପରୀକ୍ଷା ସରିଥାଏ ହେଲେ ରେଜଲ୍ଟ ବାହାରି ନ ଥାଏ। ତା’ରି ଭିତରେ ମୋତେ ଗୋପାଳପୁରରେ ନୂଆ କରି ଖୋଲିଥିବା ‘ଜାତୀୟ ଶିକ୍ଷା ମହାବିଦ୍ୟାଳୟରେ’ ଇଂଲିଶ ଅଧ୍ୟାପିକା ଭାବେ ଚାକିରି ମିଳିଲା। ଏହା ଥିଲା ୧୯୯୫ ମସିହାର କଥା। ସେତେବେଳେ ମାତ୍ର ୧୦୦୦ ଟଙ୍କା ଦରମା ଆକାରରେ ମିଳୁଥିଲା। ପ୍ରଥମ ମାସ ଦରମା ପାଇଲା ପରେ ସାନ ଭାଇ ସାଙ୍ଗେ ରେଷ୍ଟୁରାଣ୍ଟ ଯାଇ ମନ ଖୁସିରେ ଖାଇଥିଲି। ସେଠାରେ ମାତ୍ର ଦୁଇ ବର୍ଷ କାମ କରିବା ପରେ ମୋ ବାହାଘର ହୋଇଗଲା। ଶାଶୁଘର ରାଇରଙ୍ଗପୁରରେ ହୋଇଥିବାରୁ ବାଧ୍ୟ ହୋଇ ଚାକିରି ଛାଡ଼ିବାକୁ ପଡିଲା। ତା’ପରଠୁ ସାଂସାରିକ ଜଞ୍ଜାଳ ଭିତରେ ଏମିତି ବାନ୍ଧି ହୋଇଗଲି ଯେ, ଆଉ କେଉଁଠି ଚାକିରି କରିବାକୁ ସମୟ ବାହାର କରିପାରିଲିନି। ଚାକିରି ସିନା କରିପାରିଲିନି ହେଲେ ଗୀତ ଗାଇବା ଛାଡ଼ିନି କି ଛାଡ଼ି ପାରିବିନି। କାରଣ ଏହା ମୋର ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ। କହିବାକୁ ଗଲେ ମୋର ଆଉ ଏକ ପରିଚୟ ହେଲା ସୁନାମଧନ୍ୟା କଣ୍ଠଶିଳ୍ପୀ ସ୍ବରୂପା ଚକ୍ରବର୍ତ୍ତୀଙ୍କର ମୁଁ ହେଲି ଝିଅ। ତେଣୁ ଗୀତ କ୍ଷେତ୍ରରେ ମୋର ପ୍ରଥମ ଗୁରୁ ହେଲେ ମୋ ମା’। ତା’ପରେ କ୍ରମେ ଗୁରୁ କମଲ୍‌ ବରନ୍‌ ଚେଲ୍‌, ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀ, ଗୁରୁ ହରମୋହନ ଖୁଣ୍ଟିଆ ଆଦିଙ୍କଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିଖିଥିଲି। ଏପରି କି ଶାସ୍ତ୍ରୀୟ ସଙ୍ଗୀତରେ ମୁଁ ବିଶାରଦ ମଧ୍ୟ କରିଛି। କିନ୍ତୁ
ସଙ୍ଗୀତ ଜଗତର ସ୍ରଷ୍ଟା ଶ୍ରୀଯୁକ୍ତ କୃଷ୍ଣ ଗୋସ୍ବାମୀ ହେଲେ ମୋ ସଙ୍ଗୀତ ଦୁନିଆର ପ୍ରକୃତ ପିତାମାତା। ସଙ୍ଗୀତ କ୍ଷେତ୍ରରେ ଆଗକୁ ବଢିବା ପାଇଁ ତାଙ୍କଠାରୁ ବହୁତ କିଛି ଶିଖିଛି ଆଉ ବହୁ ପ୍ରେରଣା ବି ପାଇଛି। ତେଣୁ ପି.ଜି. ପଢ଼ା ପରେ ଅଡିସନ୍‌ ଦେଇ ଆକାଶବାଣୀରେ ଅନେକ ଗୀତ ଗାଇଛି। ଏପରି କି ମୁଁ ହେଉଛି ଆକାଶବାଣୀର ସ୍ବୀକୃତିପ୍ରାପ୍ତ ବି-ଗ୍ରେଡ୍‌ କଣ୍ଠଶିଳ୍ପୀ। କେବଳ ଆକାଶବାଣୀରେ ଗୀତ ଗାଉଥିଲି ତାହା ନୁହେଁ, ଛୋଟବେଳୁ ମା’ଙ୍କ ସାଙ୍ଗରେ ବିଭିନ୍ନ ଷ୍ଟେଜ୍‌ ପ୍ରୋଗ୍ରାମକୁ ଯାଇ ବି ଗୀତ ଗାଇଛି। ସ୍କୁଲ ଓ କଲେଜ ଫଙ୍କ୍‌ସନ୍‌ରେ ଗୀତ ଗାଇ ଅନେକ ପୁରସ୍କାର ମଧ୍ୟ ପାଇଛି। ହେଲେ ବାହାଘର ପରେ ଆଉ ବେଶି କିଛି ପ୍ରୋଗ୍ରାମ୍‌ କରିପାରିନି। ଘର, ପିଲାମାନଙ୍କୁ ସମୟ ଦେଇ ଅନେକ ବଡ଼ ବଡ଼ ସୁଯୋଗକୁ ହାତଛଡ଼ା କରି କେବଳ ଆକାଶବାଣୀ ସହ ଜଡ଼ିତ ହୋଇ ରହିଯାଇଛି। ତେବେ କେଉଁ ପୁଣ୍ୟବଳେ ଭାଇ ହେଲୁ ନାଉରୀ, ଜଗତର ନାଥ ତୋର ନାବେ ସବାରି (ଭଜନ), ତୁମେ ସତ୍ୟ ତୁମେ ଶିବ ତୁମେ ସୁନ୍ଦର (ଭଜନ), ଆ ମେଘ ବରଷି ଯା’ ମେଘ ବରଷି (ଆଧୁନିକ), ତୋ ବିନା ଚାନ୍ଦିନୀ ହେବନି (ଆଧୁନିକ) ଆଦି ହେଉଛି ମୁଁ ଗାଇଥିବା କେତୋଟି ଲୋକପ୍ରିୟ ଗୀତ; ଯାହା ଶ୍ରୋତାଙ୍କୁ ଆଜି ବି ଖୁବ୍‌ ଆନ୍ଦୋଳିତ କରିଥାଏ। ବାସ୍‌ ଏତିକି ତ ଜଣେ କଣ୍ଠଶିଳ୍ପୀ ପାଇଁ ଦରକାର; ତେଣୁ ମୁଁ ବହୁତ ଖୁସି ଅଛି।

ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri