Posted inଖେଳ

ରାହୁଲ ଦ୍ରାବିଡ କୋଚ୍‌ ହେବା ନେଇ ମୁହଁ ଖୋଲିଲେ କୋହଲି: କହିଲେ,ଏସବୁ କ’ଣ ଚାଲିଛି…

ଦୁବାଇ,୧୭।୧୦: ‘ଦ ଓ୍ବାଲ୍‌’ ଭାବରେ ଜଣାଶୁଣା ରାହୁଲ ଦ୍ରାବିଡଙ୍କୁ ବିସିସିଆଇ ଟି -୨୦ ବିଶ୍ୱକପ ୨୦୨୧ ର ପରବର୍ତ୍ତୀ କୋଚ ହେବା ନେଇ ଚର୍ଚ୍ଚା ଚାଲିଛି। ବର୍ତ୍ତମାନର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଆସୁଛି। ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି, ଟି -୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବାର ସମ୍ଭାବନା ବିଷୟରେ ତାଙ୍କର କୌଣସି ଧାରଣା ନାହିଁ। ଏସବୁ କ’ଣ ଚାଲିଛି ମୋତେ ଜଣା ନାହିଁ ବୋଲି ସେ କହିଛନ୍ତି।
ଟିମ ଇଣ୍ଡିଆର ମହାନ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ଏହି ଦାୟିତ୍ୱପାଇଁ ପୂର୍ବରୁ ପ୍ରସ୍ତୁତ ନ ଥିଲେ କିନ୍ତୁ ବିସିସିଆଇର ଜିଦ ପରେ ସେ ଏଥିରେ ରାଜି ହୋଇଥିଲେ। ବିରାଟ କୋହଲିଙ୍କୁ ରାହୁଲ ଦ୍ରାବିଡଙ୍କ କୋଚ ହେବା ବିଷୟରେ ପଚରାଯାଇଥିଲା। ସେ କହିଥିଲେ ଯେ, ସେ ଦିଗରେ କଣ ଚାଲିଛି ମୋର କୌଣସି ଧାରଣା ନାହିଁ ବୋଲି ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ୍‌ର ଉଦଘାଟନୀ ପର୍ଯ୍ୟାୟର ମ୍ୟାଚ ପୂର୍ବରୁ କହିଛନ୍ତି। ୟୁଏଇ ଏବଂ ଓମାନରେ ବିଶ୍ୱକପ୍‌ ଆସନ୍ତା ଅକ୍ଟୋବର ୧୭ରୁ ଆରମ୍ଭ ହେବ।
ଭାରତର ଅନ୍ୟତମ ଶ୍ରେଷ୍ଠ ଖେଳାଳି, ୪୮ ବର୍ଷୀୟ ରାହୁଲ ଦ୍ରାବିଡ ଗତ ୬ ବର୍ଷ ଧରି ଭାରତୀୟ ‘ଏ’ ଏବଂ ଅଣ୍ଡର -୧୯ ଦଳର ଦାୟିତ୍ୱରେ ଅଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ରିଷଭ ପନ୍ତ, ଆବେଶ ଖାନ, ପୃଥ୍ବୀ ଶ’, ହନୁମା ବିହାରୀ ଏବଂ ଶୁଭମାନ ଗିଲଙ୍କ ଭଳି ଖେଳାଳି ଜୁନିଅର ସ୍ତରରୁ ଜାତୀୟ ଦଳ କିମ୍ବା ସିନିୟର ସ୍ତରକୁ ଯାତ୍ରା କରିଛନ୍ତି। ରାହୁଲ ଦ୍ରାବିଡ ବର୍ତ୍ତମାନ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ)ର ମୁଖ୍ୟ ଅଟନ୍ତି। ଭାରତୀୟ ଦଳର ଦାୟିତ୍ୱ ସହିତ ଜଡିତ ବିସ୍ତୃତ ଆଲୋଚନା ପାଇଁ ସେ ନିକଟରେ ଆଇପିଏଲ ୨୦୨୧ ସମୟରେ ଦୁବାଇରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri