ପ୍ରଥମ ଦରମାରେ ଭାଇ ସହ ରେଷ୍ଟୁରାଣ୍ଟରେ ଖାଇଥିଲି

ବାଲେଶ୍ୱର ଜିଲା ସୋରୋ ତହସିଲ ଅନ୍ତର୍ଗତ କେଦାରପୁରରେ ଆମ ଗାଁ ହୋଇଥିଲେ ହେଁ, ଗୋପାଳପୁରରେ ଆମେ ରହୁଥିଲୁ। କାରଣ ବାପା ସେଠାରେ ଜାଗା କିଣି ଘର କରିଥିଲେ। ଆଉ ମୋ ମାମୁ ଘର ଥିଲା ରାଇରଙ୍ଗପୁରରେ। ଅଧିକାଂଶ ସମୟ ମାମୁ ଘରେ ମୋର କଟେ। ଏମିତି କି ପାଠ ବି ସେଇଠି ପଢ଼ିଛି। ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ରେଭେନ୍ସା କଲେଜରେ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ଇଂଲିଶରେ ପି.ଜି. କରିଥିଲି। ପି.ଜି. ପରୀକ୍ଷା ସରିଥାଏ ହେଲେ ରେଜଲ୍ଟ ବାହାରି ନ ଥାଏ। ତା’ରି ଭିତରେ ମୋତେ ଗୋପାଳପୁରରେ ନୂଆ କରି ଖୋଲିଥିବା ‘ଜାତୀୟ ଶିକ୍ଷା ମହାବିଦ୍ୟାଳୟରେ’ ଇଂଲିଶ ଅଧ୍ୟାପିକା ଭାବେ ଚାକିରି ମିଳିଲା। ଏହା ଥିଲା ୧୯୯୫ ମସିହାର କଥା। ସେତେବେଳେ ମାତ୍ର ୧୦୦୦ ଟଙ୍କା ଦରମା ଆକାରରେ ମିଳୁଥିଲା। ପ୍ରଥମ ମାସ ଦରମା ପାଇଲା ପରେ ସାନ ଭାଇ ସାଙ୍ଗେ ରେଷ୍ଟୁରାଣ୍ଟ ଯାଇ ମନ ଖୁସିରେ ଖାଇଥିଲି। ସେଠାରେ ମାତ୍ର ଦୁଇ ବର୍ଷ କାମ କରିବା ପରେ ମୋ ବାହାଘର ହୋଇଗଲା। ଶାଶୁଘର ରାଇରଙ୍ଗପୁରରେ ହୋଇଥିବାରୁ ବାଧ୍ୟ ହୋଇ ଚାକିରି ଛାଡ଼ିବାକୁ ପଡିଲା। ତା’ପରଠୁ ସାଂସାରିକ ଜଞ୍ଜାଳ ଭିତରେ ଏମିତି ବାନ୍ଧି ହୋଇଗଲି ଯେ, ଆଉ କେଉଁଠି ଚାକିରି କରିବାକୁ ସମୟ ବାହାର କରିପାରିଲିନି। ଚାକିରି ସିନା କରିପାରିଲିନି ହେଲେ ଗୀତ ଗାଇବା ଛାଡ଼ିନି କି ଛାଡ଼ି ପାରିବିନି। କାରଣ ଏହା ମୋର ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ। କହିବାକୁ ଗଲେ ମୋର ଆଉ ଏକ ପରିଚୟ ହେଲା ସୁନାମଧନ୍ୟା କଣ୍ଠଶିଳ୍ପୀ ସ୍ବରୂପା ଚକ୍ରବର୍ତ୍ତୀଙ୍କର ମୁଁ ହେଲି ଝିଅ। ତେଣୁ ଗୀତ କ୍ଷେତ୍ରରେ ମୋର ପ୍ରଥମ ଗୁରୁ ହେଲେ ମୋ ମା’। ତା’ପରେ କ୍ରମେ ଗୁରୁ କମଲ୍‌ ବରନ୍‌ ଚେଲ୍‌, ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀ, ଗୁରୁ ହରମୋହନ ଖୁଣ୍ଟିଆ ଆଦିଙ୍କଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିଖିଥିଲି। ଏପରି କି ଶାସ୍ତ୍ରୀୟ ସଙ୍ଗୀତରେ ମୁଁ ବିଶାରଦ ମଧ୍ୟ କରିଛି। କିନ୍ତୁ
ସଙ୍ଗୀତ ଜଗତର ସ୍ରଷ୍ଟା ଶ୍ରୀଯୁକ୍ତ କୃଷ୍ଣ ଗୋସ୍ବାମୀ ହେଲେ ମୋ ସଙ୍ଗୀତ ଦୁନିଆର ପ୍ରକୃତ ପିତାମାତା। ସଙ୍ଗୀତ କ୍ଷେତ୍ରରେ ଆଗକୁ ବଢିବା ପାଇଁ ତାଙ୍କଠାରୁ ବହୁତ କିଛି ଶିଖିଛି ଆଉ ବହୁ ପ୍ରେରଣା ବି ପାଇଛି। ତେଣୁ ପି.ଜି. ପଢ଼ା ପରେ ଅଡିସନ୍‌ ଦେଇ ଆକାଶବାଣୀରେ ଅନେକ ଗୀତ ଗାଇଛି। ଏପରି କି ମୁଁ ହେଉଛି ଆକାଶବାଣୀର ସ୍ବୀକୃତିପ୍ରାପ୍ତ ବି-ଗ୍ରେଡ୍‌ କଣ୍ଠଶିଳ୍ପୀ। କେବଳ ଆକାଶବାଣୀରେ ଗୀତ ଗାଉଥିଲି ତାହା ନୁହେଁ, ଛୋଟବେଳୁ ମା’ଙ୍କ ସାଙ୍ଗରେ ବିଭିନ୍ନ ଷ୍ଟେଜ୍‌ ପ୍ରୋଗ୍ରାମକୁ ଯାଇ ବି ଗୀତ ଗାଇଛି। ସ୍କୁଲ ଓ କଲେଜ ଫଙ୍କ୍‌ସନ୍‌ରେ ଗୀତ ଗାଇ ଅନେକ ପୁରସ୍କାର ମଧ୍ୟ ପାଇଛି। ହେଲେ ବାହାଘର ପରେ ଆଉ ବେଶି କିଛି ପ୍ରୋଗ୍ରାମ୍‌ କରିପାରିନି। ଘର, ପିଲାମାନଙ୍କୁ ସମୟ ଦେଇ ଅନେକ ବଡ଼ ବଡ଼ ସୁଯୋଗକୁ ହାତଛଡ଼ା କରି କେବଳ ଆକାଶବାଣୀ ସହ ଜଡ଼ିତ ହୋଇ ରହିଯାଇଛି। ତେବେ କେଉଁ ପୁଣ୍ୟବଳେ ଭାଇ ହେଲୁ ନାଉରୀ, ଜଗତର ନାଥ ତୋର ନାବେ ସବାରି (ଭଜନ), ତୁମେ ସତ୍ୟ ତୁମେ ଶିବ ତୁମେ ସୁନ୍ଦର (ଭଜନ), ଆ ମେଘ ବରଷି ଯା’ ମେଘ ବରଷି (ଆଧୁନିକ), ତୋ ବିନା ଚାନ୍ଦିନୀ ହେବନି (ଆଧୁନିକ) ଆଦି ହେଉଛି ମୁଁ ଗାଇଥିବା କେତୋଟି ଲୋକପ୍ରିୟ ଗୀତ; ଯାହା ଶ୍ରୋତାଙ୍କୁ ଆଜି ବି ଖୁବ୍‌ ଆନ୍ଦୋଳିତ କରିଥାଏ। ବାସ୍‌ ଏତିକି ତ ଜଣେ କଣ୍ଠଶିଳ୍ପୀ ପାଇଁ ଦରକାର; ତେଣୁ ମୁଁ ବହୁତ ଖୁସି ଅଛି।

ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଜଟଣୀ ଆଇଓସିଏଲ୍‌ ଟର୍ମିନାଲରେ ମକ୍‌ଡ୍ରିଲ୍‌ : ଖୋର୍ଦ୍ଧା, ବ୍ରହ୍ମପୁର, ପାରାଦୀପରେ ହେବ ପ୍ରକଳ୍ପ

ଜଟଣୀ, ୩୧ା୭ (ଡି.ଏନ.ଏ.): ପାରାଦୀପରେ ଏଲ୍‌ପିଜି ଇମ୍‌ପୋର୍ଟ ଟର୍ମିନାଲ,ଖୋର୍ଦ୍ଧାରେ ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ, ବ୍ରହ୍ମପୁରରେ ଅନ୍ୟ ତୈଳ କମ୍ପାନୀ ସହ ମିଶି ଡିପୋ ଟର୍ମିନାଲ ସ୍ଥାପନ...

ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଆକ୍ରାନ୍ତ

ଭଣ୍ଡାରିପୋଖରୀ,୩ା୫(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଶଗଡ଼ିିଆ ଗ୍ରାମର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଶନିବାର ଘରକୁ ଫେରିଛନ୍ତି। ତାଙ୍କୁ...

ଚିକିତ୍ସା ଲାଗି ଟଁକା ବାଧକ୍‌: ଗୁରୁତର ହେଉଛେ ସ୍ବାଧୀନର ଅବସ୍‌ତା

ବିନିକା,୧୫ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ମହଦା ଗଁାର ଶ୍ରୀରାମ ନଗର ପଡ଼ାର ଉତ୍ତମ ବିଶ୍ୱାଳକଁର ପୁଓ ସ୍ବାଧୀନ ବିଶ୍ୱାଳ(୪)। ସେ ଜନମ ବେଲେ...

ଖେଳାଳିଙ୍କୁ ପଡ଼ିଆ ମନା, ବ୍ୟବସାୟୀଙ୍କୁ ଅନୁମତି

ଭଞ୍ଜନଗର,୧୭।୨(ଡି.ଏନ.ଏ.): ଭଞ୍ଜନଗର କବିସମ୍ରାଟ ଆଥ୍‌ଲେଟିକ୍‌ ଆସୋସିଏଶନ ଦ୍ୱାରା ପରିଚାଳିତ ଭଞ୍ଜନଗର ଜେଲ ପଡ଼ିଆକୁ ବାଣିଜ୍ୟ ମେଳା ପାଇଁ ଅନୁମତି ଦିଆଯାଇଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ...

ବ୍ୟାଙ୍କରୁ ୭୩ ହଜାର ଟଙ୍କା ଚୋରି

ଶଙ୍କରାଖୋଲ,୨ା୭(ଡି.ଏନ୍‌.ଏ.)-ଚକାପାଦ ଥାନା ଚକାପାଦ ଭାରତୀୟ ଷ୍ଟେଟବ୍ୟାଙ୍କରୁ ସୋମବାର ସକାଳେ ୭୩ ହଜାର ୮୫ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କର ଫିଲ୍ଡ ଅଫିସର ମନୋରଞ୍ଜନ...

ବିଭିନ୍ନ ଅବ୍ୟବସ୍ଥାରେ ଡାଏଲିସିସ ଓ୍ବାର୍ଡ

କେନ୍ଦୁଝର, ୨୧ା୬ (ସ୍ବ.ପ୍ର.)-କିଡନୀ ରୋଗୀଙ୍କୁ ମାଗଣା ଡାଇଲିସିସ ସୁବିଧା ଦେବା ସରକାର କେନ୍ଦୁଝର ଜିଲା ମୁଖ୍ୟାଳୟ ଡାକ୍ତରଖାନାରେ ଡାଇଲିସିସି ଓାର୍ଡ ଖୋଲିଛନ୍ତି। ୧୦ ବେଡ ବିଶିଷ୍ଟ...

ମଣ୍ଡି ପରିଚାଳନାରେ ଅନିୟମିତତା ମହଙ୍ଗା ପଡ଼ିଲା

ଜୁନାଗଡ଼,୨୮।୬: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦାସିଗାଁ ପ୍ୟାକ୍ସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ବିଷ୍ଣୁ ପ୍ରସାଦ ସାହୁଙ୍କୁ ଜିଲା ପ୍ରଶାସନ ପକ୍ଷରୁ ନିଲମ୍ବିତ କରାଯାଇଛି। ମଣ୍ଡି...

ମାଣ୍ଡିଆ ଚାଷ ସଚେତନତା ରଥର ଶୁଭାରମ୍ଭ

ଖପ୍ରାଖୋଲ, ୨ା୧୨(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟଠାରେ ଆତ୍ମା ବଲାଙ୍ଗୀର, ମିଲେଟ ମିଶନ, ଓ୍ବାସନ୍‌ ଓ ଓ୍ବାଇସିଡିଏର ମିଳିତ ଆନୁକୂଲ୍ୟରେ ମାଣ୍ଡିଆ...

Advertisement
Archives

Model This Week