ଜାତିରେ ମୁଁ ଯବନ

କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ, ହସ୍ତାକନ୍ୟା ନକ୍ଷତ୍ର, ୧୯୨୩ ମସିହା। ଆଗର କଟକ ଜିଲାର ବାଗଲପୁର ଗଁା। ହାରାମଣି ଦେବୀ ଓ ଖୋସାଲି ଚରଣ ଦାସଙ୍କର କୋଳମଣ୍ଡନ କରିଥିଲେ, ବହୁଜନଙ୍କର ପ୍ରିୟ ଚିତ୍ତଭାଇ, ପ୍ରଫେସର ଚିତ୍ତରଞ୍ଜନ ଦାସ। ଆଭୂମା ବିସ୍ତାରର କାଳଖଣ୍ଡରେ ଏକ ଉଜ୍ଜ୍ୱଳ ନକ୍ଷତ୍ରର ପରାକାଷ୍ଠାରେ ତାଙ୍କର ପରିଚିତ ଠୋ ଠୋ ହୋଇ ହସୁଥିବା ଜଣେ-ଯବନର ପରିଚୟରେ । ଯେ ଯବନର ପରିଚୟ ଏକ ପୂର୍ଣ୍ଣାର୍ଘ ନୈବେଦ୍ୟର ଥାଳି। ସେ ଥାଳିର ପ୍ରତିଟି ଉପାଦାନ ଅତ୍ୟନ୍ତ ମୌଳିକ। ଜାତି ଅଛି ଅଥଚ ଜାତି ନାହିଁ, କାହାରି ରକତର ସ୍ବୀକାର ନୁହେଁ, ମାତ୍ର ରୁଧିର ଅଛି ବୋଲି ତ ଦେଖୁ ଦେଖୁ କେବା ସହୁ, ଭୂଇଁଟିଏ ଅଛି ସିନା ବୋଲି କେତେ କେତେ ଦେଶ ଦୂରକୁ ନିକଟ ଲାଗନ୍ତି। ପ୍ରତିଟି ବାନା ଶିଖରଶ୍ଚୁମ୍ବୀ ପତିତପାବନର ସ୍ପର୍ଶ ଦିଅନ୍ତି। ତେଣୁ ଯବନର ଆଘ୍ରାଣ, ଯବନର ସ୍ବପ୍ନ ଏକ ମିତ୍ରପଣର ଅଭୁଲା ଡୋରରେ ନିଜର ପରିଚୟ କେବେ ବି ଖୋଜି ନ ଥିଲା। ମହିମାର ଗରିମାରେ ସେ ପରିଚୟ ଝରା ଶେଫାଳିକୁ ନେଇ ଆଞ୍ଜୁଳା ପୂର୍ଣ୍ଣ କରିଥିଲା।
ଭିନ୍ନ ଏକ ଧାତୁର ମଣିଷ ଶୁଭଚିନ୍ତକ ପ୍ରିୟ ଚିତ୍ତଭାଇ। ଅକଳ୍ପନୀୟ ଈର୍ଷା-ଅସୂୟାର ଯନ୍ତ୍ରଣାକୁ ବେଖାତିର କରୁଥିବା ନମ୍ର ବନ୍ଧୁତାର ସେ ଏକ ଅଭୁଲା ପରିଚୟ। ଆଜୀବନ ଶିକ୍ଷକତାକୁ ସାଦରେ ବରଣ କରିନେଇଥିବା ସେ ଥିଲେ ଅନନ୍ୟ ବନ୍ଧୁତାର ସ୍ମାରକୀ ଶିଳାଲେଖ। ଖୁବ୍‌ ଲେଖନ୍ତି ଓ ଖୁବ୍‌ ପଢ଼ନ୍ତି ମଧ୍ୟ। ଏହି ଦୁଇ କରାୟତ୍ତ ଶୃଙ୍ଖଳାକୁ ସେ ତପସ୍ୟାଲବ୍ଧ କରିଥିଲେ। ତପସ୍ୟା ହେତୁରେ ଜିଜ୍ଞାସା କରିଥିଲେ। ତପଃଶକ୍ତିର ମଞ୍ଜିକୁ ସାଉଁଟି ନେଇଥିଲେ। ତେଣୁ ଯେତିକି ପରିମାଣରେ ବିନୟୀ ଥିଲେ ଠିକ୍‌ ସେତିକି ପରିମାଣରେ ଉଦାର, ନିର୍ଭୀକ ମଧ୍ୟ ଥିଲେ। ଜରୁରିକାଳୀନ ପରିସ୍ଥିତିରେ ‘ଧରିତ୍ରୀ’ର ସମ୍ପାଦକୀୟକୁ ଚିହ୍ନରା-ଲୋକ ଏହା କାହାର ଲେଖା ବୋଲି ଠଉରାଇପାରୁଥିଲେ। ମନେପଡ଼ନ୍ତି ଓଡ଼ିଶାର ପ୍ରିୟ ବ୍ୟକ୍ତିତ୍ୱ ଦାଶରଥି ପଟ୍ଟନାୟକ-ଦାସିଆ ଅଜା। ବିଚାର ଓ ବିବେକକୁ କ୍ଷତାକ୍ତ କରିବାର ଧୂରୀଣ ଶିଳ୍ପୀଙ୍କୁ ସେ ବେଶ୍‌ ଠଉରାଇ ପାରିଥିଲେ। ଆଗ୍ରା ଗ୍ରାମୀଣ ବିଶ୍ୱବିଦ୍ୟାଳୟ, ବିଚ୍‌ପୁରୀରୁ ସେ ଅନେକ ଥର ଚିଠି ଲେଖନ୍ତି ଦାସିଆ ଅଜାଙ୍କୁ ଏବଂ ବୁଲାଇ ନେଇଛନ୍ତି ଅନେକ ଅଭୀପ୍‌ସୁ ବିଦେଶାଗତ ବନ୍ଧୁଙ୍କୁ ସେହି ସାରସ୍ବତ ପୁଣ୍ୟପୀଠକୁ।
ଶିକ୍ଷକ ଜୀବନର ଉତ୍ତରଣ ପଥରେ ‘ଯବନ’ର ଯେଉଁ ଉଚ୍ଛଳ ଓ ଉଜ୍ଜ୍ୱଳ ଦୃଷ୍ଟିଭଙ୍ଗୀ ସେ ଆହରଣ କରିଥିଲେ, ତାହା ଥିଲା ସକାଳର ପ୍ରାର୍ଥନା। ସକାଳ ଆମ ଭୌତିକ ଜୀବନର ଏକ ପବିତ୍ରତମ କ୍ଷଣ। ମାତ୍ର ସକାଳ ସେତିକିରେ ସୀମାବଦ୍ଧ ନ ଥିଲା, ସେତିକିରେ ପରିପୂର୍ଣ୍ଣ ନ ଥିଲା। ଭିନ୍ନ ଏକ ମନୋଭୂମିରେ ସେ ସକାଳକୁ ପ୍ରତି ନିୟତ ଭରପୂର ଚକ୍ଷୁରେ ଦେଖୁଥିଲେ। ଏକ ଭରପୂର ଖୁସିରେ ଆପ୍ଲୁତ ହୋଇ ବିମୋହିତ ହୋଇ ଦେଖୁଥିଲେ। ଲକ୍ଷ୍ମୀଙ୍କର ମହିମାରେ ପର୍ବତକୁ ଦେଖୁଥିଲେ, ସାଗରକୁ ଦେଖୁଥିଲେ ଏବଂ ସ୍ପର୍ଶଲାଭ କରୁଥିଲେ ମଣିଷର ଅନେକାଂଶ ସମ୍ଭାବନାକୁ ନେଇ। ସେଥିପାଇଁ ସମ୍ଭାବନାର ଘେର ଭିତରେ ଅନେକ କଥା ଓ ବ୍ୟଥାର ବ୍ୟଞ୍ଜନା ତାଙ୍କୁ ଧରାଦେଉଥିଲା।
ଅନନ୍ୟ ଉଚ୍ଚାରଣର ପଥିକ ପ୍ରିୟ ଚିତ୍ତଭାଇଙ୍କର ଗତିପଥକୁ ଛୁଇଁପାରିବାର ଏକ ମାଧ୍ୟମ ତାଙ୍କ ଜେଲ-ଜୀବନର କବିତା ଖାତା ଓ ଟିପା ଖାତାକୁ ଦେଖିଲେ ଜାଣିହୁଏ। କୋଡ଼ିଏ ବର୍ଷର କିଶୋର ପ୍ରାଣରେ ଧରା ଓ ଧାରାର ଅଞ୍ଜନ କିଏ ପିନ୍ଧାଇଥିଲା କେଜାଣି। କଇଁ କଇଁ ହୋଇ ଅଶ୍ରୁ ଢାଳୁଥିବା ସେ ପ୍ରାଣର ନିବେଦନକୁ ବେଶ୍‌ ପ୍ରତ୍ୟକ୍ଷ କରିହୁଏ, ତାରିଖ ନିର୍ଦ୍ଦିଷ୍ଟ ହୋଇଥିବା ସେ କବିତାଗୁଡ଼ିକରୁ । ଏକଶହରୁ ବେଶି ହେବ ସେ କବିତାଗୁଡ଼ିକର ସଂଖ୍ୟା। ଗୋଟିଏ କବିତା ଖାତାର ସମୟକାଳ ୧୯୪୩ ମସିହା। ଜେଲ୍‌ ଅଧୀକ୍ଷକ ତହିଁରେ ସ୍ବାକ୍ଷର କରି ପୃଷ୍ଠାର ନିର୍ଦ୍ଧାରଣ କରିଛନ୍ତି କାରାଗାରର ନିୟମ ଅନୁସାରେ।
ସ୍ବାଧୀନତା ସଂଗ୍ରାମରେ ନିଜକୁ ଭାଗୀଦାରି କରାଇବା ନ ଥିଲା କେବେହେଲେ ଉନ୍ମାଦନା। ଥିଲା ଜୀବନର ଏକ ପୂର୍ଣ୍ଣ ନିଷ୍ପତ୍ତି। ସେହି ନିଷ୍ପତ୍ତି ଦେଶକୁ ଗଢ଼ିବାର ଏକ ସକରୁଣ ଆଖି ଦେଇଥିଲା, ବ୍ୟାକୁଳତା ବି ଆଣିଦେଇଥିଲା।
ମହାମତ୍ା ଗାନ୍ଧୀଙ୍କ ରଚନାମତ୍କ କାର୍ଯ୍ୟଧାରା, ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଶାନ୍ତିନିକେତନର ବ୍ୟାପ୍ତି ଓ ଗଭୀରତା ଯୁବକ ଚିତ୍ତରଞ୍ଜନଙ୍କୁ ସେତେବେଳେ ବହୁଭାବରେ ପାଗ କରି ଆଣିଥିଲା। ଦେଶକୁ ଦେଖିବା ସହ ସଂସାରକୁ ବୁଝିବାରେ ସେ ଅନ୍ୟ ଏକ ବାସନାର ବ୍ରତୀ ହୋଇଥିଲେ। ଏହି ବାସନା ସହ ୟୁରୋପର ଭ୍ରମଣ ଏବଂ ଅଧ୍ୟୟନ, ସାମାଜିକ, ଆଧ୍ୟାମତ୍ିକ ବ୍ୟବସ୍ଥା ଚିତ୍ତରଞ୍ଜନଙ୍କ ଚିତ୍ତକୁ ଅନେକ ପୁଞ୍ଜି ଆଣିଦେଇଥିଲା। ସେତେବେଳକୁ ସେ ନିଷ୍ପତ୍ତି ଘେନିଥିଲେ ଶିକ୍ଷକର ଜୀବନକୁ ଆପଣେଇବା ପାଇଁ। ତେଣୁ ୟୁରୋପ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଯୁବକ ଚିତ୍ତରଞ୍ଜନଙ୍କ ଯେଉଁ ସୁଖ୍ୟାତି ବିଷୟରେ ଅବଗତ ହୋଇଥିଲେ, ତାହାକୁ କାର୍ଯ୍ୟକାରୀ କରିବା ଲାଗି ସଙ୍ଗେ ସଙ୍ଗେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବାଧିକାରୀ ଜଗଦ୍‌ବନ୍ଧୁ ମହାପାତ୍ରଙ୍କୁ ବିଶେଷଭାବେ ପଠାଇଥିଲେ ରାଷ୍ଟ୍ରଦୂତ ପଦବୀ ଗ୍ରହଣ ଲାଗି। ଥରେ ନୁହେଁ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ଚିଠି ନେଇ ଆସିଲେ ଜଗଦ୍‌ବନ୍ଧୁ ମହାପାତ୍ର ଏବଂ ଫେରିଗଲେ ଶୂନ୍ୟ ହସ୍ତରେ। ଉତ୍ତର ଥିଲା, ‘ମୁଁ ଜଣେ ଶିକ୍ଷକ ହେବାକୁ ସ୍ଥିର କରିସାରିଛି।’ ସେହି ସୂତ୍ରରେ ଜୀବନ-ବିଦ୍ୟାଳୟର ପ୍ରତିଷ୍ଠା (୧୯୫୪) ଥିଲା ତାଙ୍କ ସ୍ବପ୍ନ ସାକାର ହେବାର ଉଷାକାଳ। ମାତ୍ର ଓଡ଼ିଶାରେ ଆସ୍ଥାନ କାହିଁ। ଜୀବନ ବିଦ୍ୟାଳୟର ସ୍ମୃତି ସାରା ଜୀବନ ଆପ୍ଳୁତ କରିଥିଲା ଶିକ୍ଷକ ଚିତ୍ତରଞ୍ଜନଙ୍କୁ। ଜୀବନ-ବିଦ୍ୟାଳୟ, ଆଗ୍ରା-ଗ୍ରାମୀଣ ବିଶ୍ୱବିଦ୍ୟାଳୟ, ପୂର୍ଣ୍ଣାଙ୍ଗ ଶିକ୍ଷା ଆନ୍ଦୋଳନ, ବିଦେଶକୁ ପରିଦର୍ଶକ ଅଧ୍ୟାପକ ଜୀବନ (ପଶ୍ଚିମ ଜର୍ମାନୀ) ଏସବୁ ଅନନ୍ୟ ଚିତ୍ତରଞ୍ଜନଙ୍କ ଜୀବନର ଅଲିଭା ଦାଗଭଳି। ଆଉ ଏକ ଦୃଷ୍ଟିରେ ତାଙ୍କୁ ଅନାଉଥିବା ପ୍ରତ୍ୟେକ ସତୀର୍ଥଙ୍କର ଏହା ଏକ ଅବଶ୍ୟ ଆଲୋଚ୍ୟ ବିଷୟ। ଦେଶ ସ୍ବାଧୀନତାକୁ ଆହ୍ବାନ ରୂପେ ଗ୍ରହଣ କରିଥିବା ଚିତ୍ତରଞ୍ଜନଙ୍କ ଦେହ ଓ ମନ କେବେହେଲେ ସ୍ବୀକାର କରୁ ନ ଥିଲା ରାଜନୀତିକ ଓ ପ୍ରଶାସନିକ ଅଙ୍କୁଶର ଅଧୀନ ହେବା ପାଇଁ। ସମ୍ମାନନୀୟ ସୁରେନ୍ଦ୍ରନାଥ ଦ୍ୱିବେଦୀ ରାଜ୍ୟପାଳ ପଦବୀ ଅଳଙ୍କୃତ କରିବା ପରେ ଦିନେ ସାକ୍ଷାତ୍‌ କରିବାର ଅବସରରେ ପହଞ୍ଚନ୍ତି ବିଶ୍ୱନୀଡ଼ମ୍‌ରେ। ରାଜ୍ୟପାଳଙ୍କ ପାଇଁ ବିଧି-ବ୍ୟବସ୍ଥାକୁ ସେ ଦୂରରେ ଛାଡ଼ି ପହଞ୍ଚତ୍ଥିଲେ ଅଗ୍ନି ସ୍ଫୁଲିଙ୍ଗ ଚିତ୍ତରଞ୍ଜନଙ୍କ ନିକଟରେ ଏବଂ ଯାହା ହେବାର ଥିଲା ତାହା ହିଁ ଘଟିଥିଲା। ନିଜର ଖେଦ, ଅସନ୍ତୋଷ ଖୁବ୍‌ ଆଚ୍ଛା ଆଚ୍ଛା ପ୍ରକାଶ ଚିତ୍ତରଞ୍ଜନଙ୍କ କଣ୍ଠରେ ସେଦିନ ସକ୍ରିୟ ହୋଇଉଠିଥିଲା। ସେଥିପାଇଁ ଯବନର ଜୀବନରେ ଠୋ ଠୋ ହୋଇ ହସିପାରୁଥିଲେ ଚିତ୍ତରଞ୍ଜନ।
ମୌଳିକ ରଚନା, ଅନୁବାଦ ସାହିତ୍ୟ, ଡାଏରୀ, କବିତା ଆଦି ବିଭିନ୍ନ ଦିଗକୁ ସ୍ପର୍ଶ କରି ଚିତ୍ତରଞ୍ଜନଙ୍କ ରଚନା ହାରାହାରି ୨୪୦ ଖଣ୍ଡରୁ ଆହୁରି ବେଶି ହେବ। ମଗ୍ନ ମଣିଷର ବ୍ୟଥା ଓ ବ୍ୟଞ୍ଜନାକୁ ନେଇ ଭରପୂର ତାଙ୍କର ବିଶ୍ଳେଷଣ ଓ ଆଲୋଚନା, କାହା ସହ ତୁଳନା କଲେ ନିରାଶ ହେବାକୁ ପଡ଼େ, ମାତ୍ର ନିଜକୁ ନିଜ ପାପୁଲି ଉପରେ ଦେଖିବାର ସାହସ ଜୁଟାଇ ଆଣେ ସେସବୁ ଲେଖା। ହାଣ୍ଡିକୁ ଟିଙ୍କା ମାରି ତାହାର ନିଦାପଣ ଦେଖିଲା ପରି ଚିତ୍ତରଞ୍ଜନଙ୍କ ଲେଖାର ନିଦାପଣ ଆମ ଅନେକଙ୍କ ପାଖ ମାଡ଼େ ନାହିଁ, ମାତ୍ର ହାତରେ ପଡ଼ିବା ତ ଦୂରର କଥା। ଜଣାପଡ଼େ ସେ ଚାଲିଛନ୍ତି ଆଗେ ଆଗେ ଶିଳାତୀର୍ଥର ସନ୍ଧାନରେ, ମୁଁ ଚାଲିଛି ଆମତ୍ାଭିଭୂତ ହୋଇ ସେ ଯାତ୍ରା ପଥରେ। ତେଣୁ କେବଳ ଓଡ଼ିଆ ସାହିତ୍ୟର ପରାକାଷ୍ଠା ଭିତରେ ତାଙ୍କୁ ଅସ୍ମିତା ଦେବା କେବଳ ଅନ୍ୟାୟ ହେବନାହିଁ ଅଯଥାର୍ଥ ହିଁ ହେବ। କାରଣ ତାଙ୍କ ଜୀବନ-ଉତ୍ତରତାର ଚର୍ଯ୍ୟା ପଦଥିଲା, ନିୟତ ହୋଇ ଉଠିବାରେ, ସାଙ୍ଗଟିଏ ହୋଇ କଥା ଦେବାରେ, କଥା ରଖିବାରେ, କଥା ଶୁଣିବାରେ ଏବଂ ସେହି କଥାକୁ ଗୋଟି ଗୋଟି କରି ଲେଖିଦେବାରେ। କେବଳ ଓଡ଼ିଶା ଭିତରେ କି ଓଡ଼ିଶା ବାହାରେ ନୁହେଁ, ସଂସାର ବୋଲି ଯାହା ବୁଝାପଡ଼େ, ଚିତ୍ତରଞ୍ଜନ ଅନେକଙ୍କ ନିକଟକୁ ଚିଠି ଲେଖିଛନ୍ତି। ହିମାଳୟର ହାଟ କଲ୍ୟାଣୀ ଗଁା ଠିକଣାର ପ୍ରାପ୍ତି ପ୍ରିୟ ଛାତ୍ର ସଦନଙ୍କୁ କିମ୍ବା ନାଗପୁରର ରମେଶ ଘୋଡ଼େ କିମ୍ବା ମାନପୁରର ଶଶିଭୂଷଣଙ୍କୁ। ସେ ସବୁ ଚିଠିର ମହନୀୟତା ଓ ଔଜ୍ଜ୍ୱଲ୍ୟ ଆଜି ଅନେକଙ୍କ ନିକଟରେ ସୁରକ୍ଷିତ ଏବଂ ସମ୍ମାନସ୍ପଦ ଭାବରେ ସଂରକ୍ଷିତ।
ଦିନ ଚାଲିଯାଏ। ଚିହ୍ନ ରହିଯାଏ। ସାରା ସଂସାର ନିମନ୍ତେ ପ୍ରାର୍ଥନା ପରି ଉକୁଟି ଉଠୁଥିବା ପ୍ରିୟ ଚିତ୍ତଭାଇଙ୍କ ନିକଟରେ ଆମ ସମସ୍ତଙ୍କର ପ୍ରଣାମ।

  • ଡ. ଚନ୍ଦନ କୁମାର ସିଂହ
    ବିଷମ କଟକ, ରାୟଗଡ଼,
    ମୋ: ୮୨୪୯୬୫୭୭୭୮

Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri