Posted inଖେଳ

ଇଣ୍ଡିଆନ ସୁପରଲିଗ୍‌ : ହାଇଦ୍ରାବାଦ-ଜାମଶେଦପୁର ମ୍ୟାଚ ଡ୍ର

ଭାସ୍କୋ, ୨।୧୨-
ଆରିଡାନେ ସାଣ୍ଟାନାଙ୍କ ପରେ ପ୍ରତିପକ୍ଷ ଷ୍ଟିଫେନ୍‌ ଏଜେଙ୍କ ଗୋଲ ଯୋଗୁ ବୁଧବାର ହାଇଦ୍ରାବାଦ୍‌ ଏଫ୍‌ସି ଓ ଜାମଶେଦପୁର ଏଫସି ମଧ୍ୟରେ ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ହାଇଦ୍ରାବାଦ ୩ ମ୍ୟାଚରୁ ୧ ବିଜୟ ଓ ୨ ଡ୍ର ସହ ୫ପଏଣ୍ଟ ପାଇ ଟେବୁଲର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଓଡ଼ିଶା ଏଫସିକୁ ୧-୦ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ହାଇଦ୍ରାବାଦ ଏହାର ଦ୍ୱିତୀୟ ମ୍ୟାଚକୁ ବେଙ୍ଗାଲୁରୁ ଏଫସି ସହିତ ଗୋଲଶୂନ୍ୟ ଡ୍ର ରଖିଥିଲା। ଅନ୍ୟପକ୍ଷରେ ୩ ମ୍ୟାଚରୁ ୨ ଡ୍ର ଓ ୧ ପରାଜୟ ସହ ଜାମଶେଦପୁର ଟେବୁଲର ୮ମ ସ୍ଥାନରେ ରହିଛି।

ମ୍ୟାଚଟି ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ଫିନିଶିଂ ଠିକ୍‌ଭାବେ ହୋଇ ନ ପାରିବାରୁ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭର ଅଳ୍ପସମୟ ପରେ ୫୦ତମ ମିନିଟରେ ଆରିଡାନେ ସାଣ୍ଟାନା ଗୋଲ ଦେଇ ହାଇଦ୍ରାବାଦକୁ ଅଗ୍ରଣୀ କରାଇଥିଲେ। ବାମ ପଟରୁ ବଲ୍‌ ନେଇ ଆସିଥିବା ହଲିଚରଣ ନାର୍ଜାରେ ଜାମଶେଦପୁରର ଲାଲଡିନଲିଆନା ରେନ୍ଥଲେଇଙ୍କୁ ଚକ୍‌ମା ଦେଇ ବକ୍ସ ମଧ୍ୟରେ ପ୍ରବେଶ କରିଥିଲେ। ମାତ୍ର ପଓ୍ବନ କୁମାର ତାଙ୍କୁ ରୋକିବାରୁ ବଲ୍‌ ସାଣ୍ଟାନାଙ୍କ ନିକଟକୁ ଚାଲି ଆସିଥିଲା। ସାଣ୍ଟାନା ଏହାକୁ ନେଟ୍‌ ମଧ୍ୟକୁ ପ୍ରବେଶ କରାଇବାରେ ସଫଳ ହୋଇଥିଲେ। ଗୋଲ ପରିଶୋଧ ପାଇଁ ଜାମସେଦପୁରର ଉଦ୍ୟମ ଜୋରଦାର ହୋଇଥିଲା। ୮୫ତମ ମିନିଟରେ ଷ୍ଟିଫେନ ଏଜେ ଗୋଲ ଦେବାରୁ ମ୍ୟାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ନେରିଜୁସ ଭ୍ଲାସକିସ୍‌ ପାସ୍‌ ପାଇବାପରେ ବଲ୍‌କୁ ନିୟନ୍ତ୍ରଣରେ ରଖି କ୍ରସ୍‌ ଶଟ୍‌ ମାରିଥିଲେ। ମାତ୍ର ଚିଙ୍ଗଲେନସାନା ସିଂ ହେଡ୍‌ ଜରିଆରେ ତାହାକୁ କ୍ଲିୟର କରିଥିଲେ। ବଲ୍‌ ଓ୍ବିଲିୟମ ଲାଲନୁନ୍‌ଫେଲାଙ୍କ ନିକଟରେ ପଡ଼ିଥିଲା। ସେ ତାହାକୁ ଏଜେଙ୍କ ନିକଟରୁ ପଠାଇ ଦେଇଥିଲେ। ନାଇଜେରିଆନ ଏଜେ ପ୍ରତିପକ୍ଷ ଲକ୍ଷ୍ମୀକାନ୍ତ କାଟିମନିଙ୍କୁ ଅତିକ୍ରମ କରି ଗୋଲ ଦେବାରେ ସଫଳ ହୋଇଥିଲେ। ଗୋଲକିପର ପ୍ରତିରୋଧ କରିବାକୁ ସମୟ ପାଇ ନ ଥିଲେ। ଜାମସେଦପୁରର ରେନ୍ଥଲେଇ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ହାଇଦ୍ରାବାଦର ମହମ୍ମଦ ୟାସିର ହିରୋ ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ଶତକ ମାରି ବଡ଼ ରେକର୍ଡ କଲେ ତିଲକ ବର୍ମା: ଆଇପିଏଲ ଇତିହାସରେ…

ମୁମ୍ବାଇ,୨୦।୩: ତିଲକ ବର୍ମାଙ୍କ ବିସ୍ଫୋରକ ଶତକ ଏବଂ ନମନ ଧୀରଙ୍କ ଦୃଢ଼ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ…

ସମାଜସେବୀ ଅଜିତଙ୍କ ଅକାଳ ବିୟୋଗ: ଅଞ୍ଚଳରେ ଗଭୀର ଶୋକ

ଗଞ୍ଜାମ,୨୦।୪(ଅନାଥ ତରାଇ): ଗଞ୍ଜାମ ସହର ଓଡ଼ିଆ ଢମଣାସାହି ଅଞ୍ଚଳରେ ଆଜି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ତଥା ବଜରଙ୍ଗ…

ସିଦ୍ଧେଶ୍ୱର କଲ୍ୟାଣ ମଣ୍ଡପ ବିବାଦ: ପୋଲିସ ଉପସ୍ଥିତିରେ ଦଖଲ କଲା ବ୍ଲକ ପ୍ରଶାସନ, ପଞ୍ଚାୟତକୁ ହସ୍ତାନ୍ତର କରାଗଲା ଚାବି

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ରଘୁନାଥ ମନ୍ଦିର ନିକଟରେ ନବ ନିର୍ମିତ କଲ୍ୟାଣ ମଣ୍ଡପ ଦଖଲକୁ ନେଇ ଦୀର୍ଘ ବର୍ଷ…

ପାଇନ ଜଙ୍ଗଲରେ ନିଆଁ: ନିଦରେ ଶୋଇଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୪ (ଅରୁଣ ସାହୁ):ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଗୁଳଗୁଳି ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବାରୁ…

ଆଜି ଆମେରିକା-ଇରାନ ମଧ୍ୟରେ ହେବ ବଡ଼ ଡିଲ୍‌! ଟ୍ରମ୍ପଙ୍କ ଦାବି ପରେ ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୦।୪: ମଧ୍ୟପ୍ରାଚ୍ୟରେ ଅରାଜକତା ମଧ୍ୟରେ, ଆଶ୍ୱସ୍ତିର ଖବର ସାମ୍ନାକୁ ଆସୁଛି। ଇରାନ ଏହାକୁ ଅସ୍ବୀକାର କରିଚାଲିଥିବା ବେଳେ, ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଆମେରିକାର ରାଷ୍ଟ୍ରପତି…

ସୁସଜ୍ଜିତ ଡଙ୍ଗାରେ ନୌକା ବିହାର କଲେ ମଦନ ମୋହନ, ଉଠୁଛି ପଡୁଛି ସହର

ଗଞ୍ଜାମ,୨୦।୪(ବିଦ୍ୟାଧର ସାହୁ ): ଦୀର୍ଘ ୨୧ ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର । ସୋମବାର ଅକ୍ଷୟ ତୃତୀୟାରୁ…

ସିଜିମାଳିରେ କର୍ପୋରେଟ ପାଇଁ ସରକାରୀ ଦମନଲୀଳା: ଆଦିବାସୀଙ୍କ ଜଳ-ଜଙ୍ଗଲ ଜମି ହକ ପାଇଁ ଏକଜୁଟ ହେଲେ ଏମ୍‌ପି

ଥୁଆମୂଳ ରାମପୁର, ୨୦।୪ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଏବଂ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଳି ପାହାଡ଼ ଏବେ ଅଶାନ୍ତ ହୋଇପଡ଼ିଛି। ବେଦାନ୍ତ କମ୍ପାନୀ ପାଇଁ…

ଯାହାକୁ ଭଲ ପାଇ ବାହା ହୋଇଥିଲେ ସେ ଜୀବନ ନେଇଗଲେ, ନବବଧୂଙ୍କୁ ହତ୍ୟା ପରେ ଖଟରେ ଶୁଆଇ ଦେଇ…

ଥୁଆମୂଳ ରାମପୁର, ୨୦ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଦୋବେଡ଼ା ଗ୍ରାମରେ ଘଟିଥିବା ନବବଧୂ ବନିତା ନାଏକ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri