Posted inଜାତୀୟ

ଲୋକତନ୍ତ୍ରକୁ ମଜଭୁତ କରିବାକୁ ଭୋଟ ଦିଅନ୍ତୁ: ଓୱାସି

ହାଇଦ୍ରାବାଦ,୧ ।୧୨: ବୃହତ ହାଇଦ୍ରାବାଦ ନଗର ନିଗମ(ଜିଏଚ୍‌ଏମ୍‌ସି) ନିର୍ବାଚନ ଏବେ ରାଷ୍ଟ୍ରୀୟ ରାଜନୀତିର କେନ୍ଦ୍ର ପାଲଟି ଯାଇଛି । ଏବେ ସମସ୍ତଙ୍କ ନଜର ଏହି ନିର୍ବାଚନ ଫଳାଫଳ ଉପରେ ରହିଛି । ମଙ୍ଗଳବାର ୧୫୦ ୱାର୍ଡ ପାଇଁ ମତଦାନ ଆରମ୍ଭ କରାଯାଇଛି । ଏହା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ । ପ୍ରାୟ ୭୪,୪୪,୨୬୦ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏହି ନିର୍ବାଚନରେ ୧୫୦ ଆସନରେ ୧,୧୨୨ ପ୍ରର୍ଥୀ ରହିଛନ୍ତି । ମତ ଗଣନା ୪ ଡିସେମ୍ବରରେ ହେବ । ଏହି ନିର୍ବାଚନ ପାଇଁ ବିଧାନସଭା ନିର୍ବାଚନ ଭଳି ପ୍ରଚାର ହୋଇଥିବା ବେଳେ ରାଷ୍ଟ୍ରୀୟ ସ୍ତରର କେତେଜଣ ନେତା ମଧ୍ୟ ପ୍ରଚାରରେ ଭାଗ ନେଇଥିଲେ । ଏବେ ଏହି ନର୍ବାଚନକୁ ନେଇ ଏଆଇଏମ୍‌ଆଇଏମ୍ ନେତା ଅସଉଦ୍ଦିନ ଓୱେସି ବହୁ ସଂଖ୍ୟାରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି । ହାଇଦ୍ରାବାଦର ବିଶିଷ୍ଟ ସଂସ୍କୃତିର ପରିଚୟ ପାଇଁ, ଦେଶର ଲୋକତନ୍ତ୍ରକୁ ମଜଭୁତ କରିବାକୁ ଓ ଏକ ଶାନ୍ତିପୂର୍ଣ୍ଣ ହାଇଦ୍ରାବାଦ ପାଇଁ ମତଦାନ କରନ୍ତୁ ବୋଲି ସେ କହିଛନ୍ତି । ଏଆଇଏମ୍‌ଆଇଏମ୍‌ର ଅଧ୍ୟକ୍ଷ ତଥା ଏମ୍‌ପି ଓୱେସି ନିଜେ ଭୋଟ ଦେଇଛନ୍ତି । ଆଉ ଭୋଟ ଦେଇ ସାରିବା ପରେ ସେ କହିଛନ୍ତି, ମୁଁ ହାଇଦ୍ରାବାଦ ଜନତାଙ୍କୁ ଅନୁରୋଧ କରୁଛି ଲୋକତନ୍ତ୍ରକୁ ମଜଭୁତ କରିବାକୁ ଭୋଟ ଦିଅନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଟ୍ରେନରେ ଖାଦ୍ୟ ହେବ ମହଙ୍ଗା

ମୁମାଇ,୧୫।୧୧: ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଚା’ ଜଳଖିଆ ଓ ଭୋଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ରେଲୱେ ବୋର୍ଡର ପର୍ଯ୍ୟଟନ ଓ...

ହାଇଦ୍ରାବାଦ୍‌: ଅପହରଣ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ପଚରାଉଚୁରା

ହାଇଦ୍ରାବାଦ୍‌,୬।୧- ପୂର୍ବତନ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରବୀଣ ରାଓ ଓ ତାଙ୍କ ଦୁଇ ଭାଇଙ୍କୁ ଅପହରଣ ପରେ ଉଦ୍ଧାର କରିଛି ହାଇଦ୍ରାବାଦ୍‌ ପୋଲିସ। ଏହାର ଘଣ୍ଟାକ ପରେ...

କୋଭିଡ୍‌ ଟେଷ୍ଟକୁ ନୁହେଁ ନିର୍ବାଚନ ରାଲିକୁ ପ୍ରାଧାନ୍ୟ ଦେଉଛନ୍ତି ନେତା

ଚେନ୍ନାଇ,୨୪।୩ : ତାମିଲନାଡୁ ବିଧାନସଭା ନିର୍ବାଚନରେ ବିରୁଧାଚାଲମ ଆସନରେ ଛିଡ଼ା ହୋଇଛନ୍ତି ଡିଏମ୍‌ଡିକେ ମୁଖ୍ୟ ବିଜୟକାନ୍ତଙ୍କ ପତ୍ନୀ ପ୍ରେମଲଥା। ତାଙ୍କ ସହକର୍ମୀମାନେ କରୋନାରେ ଆକ୍ରାନ୍ତ ଥିବା...

ମାଡାମ୍‌ ତୁସାଦ୍‌ ମ୍ୟୁଜିୟମ୍‌ ହେବ ବନ୍ଦ

ନୂଆଦିଲ୍ଲୀ,୨୯।୧୨: ରାଜଧାନୀ ଦିଲ୍ଲୀର କର୍ନଟ ପ୍ଲେସ୍‌ଠାରେ ଥିବା ମାଡାମ୍‌ ତୁସାଦ୍‌ ମ୍ୟୁଜିୟମ୍‌କୁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀରେ ଏହି ମ୍ୟୁଜିୟମ୍‌ ପର୍ଯ୍ୟଟକଙ୍କ...

ମଦ୍ୟପାନ ଅଭ୍ୟାସ: ମହିଳାଙ୍କ ମଧ୍ୟରେ ୨ ଗୁଣା ବଢ଼ିଛି, ପୁରୁଷଙ୍କ କ୍ଷେତ୍ରରେ ଅଧା କମିଛି

ଅହମଦାବାଦ,୧୧।୧: ଗୁଜରାଟରେ ଗତ ୫ ବର୍ଷ ମଧ୍ୟରେ ମହିଳାଙ୍କ ମଧ୍ୟରେ ମଦ୍ୟପାନ ଅଭ୍ୟାସ ଦୁଇଗୁଣା ବଢ଼ିଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ଅଧା କମିଛି। ଜାତୀୟ ପରିବାର...

ମାଙ୍କଡ଼ ତଡ଼ିବା ପାଇଁ ଭାଲୁ ପୋଷାକ ପିନ୍ଧିଲେ ଆଇଟିବିପି ଯବାନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସେମାନେ ଲୋକଙ୍କ ଘରେ ପଶି ଖାଦ୍ୟ ପଦାର୍ଥ ଛଡ଼ାଇ ନେବା ସହିତ ନାନା ପ୍ରକାର ହଇରାଣ କରୁଛନ୍ତି।...

ଜେନେରେଟର ବ୍ୟବହାର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୧୪।୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ ଦ୍ରୁତବେଗରେ ବଢ଼ି ଚାଲିଥିବା ବାୟୁ ପ୍ରଦୂଷଣକୁ ରୋକିବା ଲାଗି ବୁଧବାର ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଏକ...

ଏଠି ଦ୍ୱିତୀୟ ବିବାହ ଗ୍ରହଣଯୋଗ୍ୟ

ଭାରତରେ ଦ୍ୱିତୀୟ ବିବାହ ଆଇନ ସମ୍ମତ ନୁହେଁ। ପ୍ରଥମ ସ୍ତ୍ରୀ ଥିବା ପର୍ଯ୍ୟନ୍ତ ଜଣେ ଦ୍ୱିତୀୟ ବିବାହ କରିପାରିବେ ନାହିଁ। ହେଲେ ରାଜସ୍ଥାନ ବାଡମେର ଜିଲା...

Advertisement


Archives

Model This Week