Advertisement
Posted inଜାତୀୟ

ନିଜ ସାଥୀଙ୍କ ଗୁଳିରେ ହାଇବ୍ରିଡ୍‌ ଆତଙ୍କବାଦୀ ନିହତ…

ଶ୍ରୀନଗର,୧୯।୧୦ : ଜମ୍ମୁ-କଶ୍ମୀରର ଶୋପିଆନରେ ଗ୍ରେନେଡ ଆକ୍ରମଣରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଗିରଫ ହୋଇଥିବା ହାଇବ୍ରିଡ ଆତଙ୍କବାଦୀ ଇମ୍ରାନ ବଶିର ଘନିଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଏନକାଉଣ୍ଟର ସମୟରେ ତାଙ୍କ ସାଥୀଙ୍କ ଗୁଳିରେ ବଶିରଙ୍କ ମୃତ୍ୟୁ ଘଟିଛି। ଶୋପିଆର ନୌଗାମ ଅଞ୍ଚଳରେ ସାଧାରଣ ନାଗରିକଙ୍କ ହତ୍ୟା ପରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ।

କଶ୍ମୀର ଜୋନ ପୋଲିସ ବୁଧବାର ଏକ ଟୁଇଟରେ କହିଛନ୍ତି, ଗିରଫ ହାଇବ୍ରିଡ ଆତଙ୍କବାଦୀ ଲୁଚିଥିବା ଇନପୁଟ ଆଧାରରେ ଘେରାବନ୍ଦୀ କରିବା ସହିତ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ।

ଏନକାଉଣ୍ଟର ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ଜବତ କରାଯାଇଥିବା ପୋଲିସ କହିଛି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲେଙ୍ଗାନାରେ ପ୍ରଥମଥର ବିବାହ କଲେ ସମଲିଙ୍ଗୀ ଯୋଡି

ହାଇଦ୍ରାବାଦ,୨୦।୧୨: ତେଲେଙ୍ଗାନାରେ ପ୍ରଥମଥର ସମଲିଙ୍ଗୀ ଯୋଡି ସୁପ୍ରିୟୋ ଚକ୍ରବର୍ତ୍ତୀ ଏବଂ ଅଭୟ ଡାଙ୍ଗ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରାୟ ଏକ ଦଶନ୍ଧି ଧରି ପ୍ରେମ...

ପ୍ରଧାନମନ୍ତ୍ରୀଙ୍କୁ ଗୃହ ଭିତରେ ଟିଏମ୍‌ସି ଏମ୍‌ପି କହିଦେଲେ ଏମିତି କଥା, ମିଳିଲା କଡ଼ା ଜବାବ

ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ର ବଜେଟ ୨୦୨୨-୨୩ ଉପସ୍ଥାପନ କରିଛନ୍ତି। ବଜେଟ ଉପସ୍ଥାପିତ ହେବା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ଗୃହକୁ...

ସୋନିଆଙ୍କୁ ଭେଟିଲେ ଷ୍ଟାଲିନ

ନୂଆଦିଲ୍ଲୀ,୧୮ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ ଶୁକ୍ରବାର ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ତାମିଲନାଡୁରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଡିଏମ୍‌କେ-କଂଗ୍ରେସ...

ଆଜାଦଙ୍କୁ କଶ୍ମୀର ଯିବାକୁ ଅନୁମତି

ନୂଆଦିଲ୍ଲୀ,୧୭-୯(ପି.ଟି.):ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ଯିବା ଲାଗି ସୁପ୍ରିମକୋର୍ଟ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ତେବେ ସେ...

ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଭାଜପା ଏମ୍‌ପି : କଟିଲା ୪୧ ହଜାର ଟଙ୍କା ଚାଲାଣ 

ନୂଆଦିଲ୍ଲୀ,୪।୮: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ମନୋଜ ତିୱାରୀ ଟ୍ରାଫିକ ନିୟମ ଭାଙ୍ଗିବା ମହଙ୍ଗା ପଡିଛି। ବିନା ହେଲମେଟରେ ବାଇକ ଚଳାଇବା ସମେତ ଅନ୍ୟ...

ଆଦିବାସୀଙ୍କ ସହିତ ନାଚିଲେ ରାହୁଲ…

ଭଦ୍ରାଚଳମ,୨୯।୧୦ : କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଶନିବାର ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେଲେଙ୍ଗାନାର ଭଦ୍ରାଚଳମରେ ଆଦିବାସୀ ସମ୍ପ୍ରଦାୟଙ୍କ ସେ ନାଚିଛନ୍ତି।...

ମୋଦିଙ୍କ ତିନି ଦିନିଆ ୟୁରୋପ ଗସ୍ତ

ନୂଆଦିଲ୍ଲୀ,୨ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୩ ଦିନିଆ ୟୁରୋପ ଗସ୍ତରେ ସୋମବାର ସକାଳୁ ଜର୍ମାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ...

ଡିଜେ ଜେନେରେଟରରୁ ଲାଗିଲା କରେଣ୍ଟ: ୧୦ କାଉଡିଆ ମୃତ

କୋଲକାତା,୧ ।୮: ପଶ୍ଚିମବଙ୍ଗର କୁଚବିହାରରେ ରବିବାର ବିଳମ୍ବିତ ରାତିରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଜଳଲାଗି କରିବାକୁ ଯାଉଥିବା ୧୦ ଶିବଭକ୍ତ(କାଉଡିଆ)ଙ୍କର କରେଣ୍ଟ...

Advertisement
Archives

Model This Week