Posted inଖେଳ

ଇଂଲଣ୍ଡଙ୍କୁ ଚେତାଇଲେ ନାସିର ହୁସେନ: କହିଲେ ଭାରତ…

ଚେନ୍ନାଇ,୧୧।୨: ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟରେ ୨୨୭ରନ୍‌ରେ ବିଜୟ ଲାଭ କରିଥିଲା ଇଂଲଣ୍ଡ ଦଳ। ବୋଲିଂ, ଫିଲ୍ଡିଂ ଏବଂ ବ୍ୟାଟିଂକୁ ନେଇ ଖେଳାଳିମାନଙ୍କ ପ୍ରଶଂସା କରାଯାଉଛି। ଘରୋଇ ମଇଦାନରେ ଭାରତକୁ ପରାସ୍ତ କରିବା ପ୍ରଶଂସାର କଥା ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଦ୍ୱିତୀୟ ମ୍ୟାଚ୍‌କୁ ହାତେଇବା ପାଇଁ ଉଭୟ ଦଳ ଚେଷ୍ଟା କରିପାରନ୍ତି ବୋଲି କୁହାଯାଉଥିବା ବେଳେ ଇଂଲଣ୍ଡର ପୂର୍ବ ଅଧିନାୟକ ନାସିର ହୁସେନ୍‌ ଦଳକୁ ଚେତାଇଛନ୍ତି।

ଆସନ୍ତା ମ୍ୟାଚ୍‌ରେ ଇଂଲଣ୍ଡଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। କାରଣ ଭାରତ ଘରୋଇ ମ୍ୟାଚ୍‌କୁ ଜିତିବାକୁ ପୂର୍ଣ୍ଣ ପ୍ରୟାସ କରିବ। ଅଷ୍ଟ୍ରେଲିଆରେ ଦଳ ପ୍ରଥମ ମ୍ୟାଚ୍‌ ହାରିବା ପରେ ଜୋରଦାର ପ୍ରଦର୍ଶନ କରି ସିରିଜ୍‌ ହାତେଇଥିଲା। ଏଣୁ କିଛି ବି ହୋଇପାରେ। ଏହାଛଡ଼ା ଇଂଲଣ୍ଡକୁ ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତିବାକୁ ହେବ ବୋଲି ମଧ୍ୟ ହୁସେନ କହିଛନ୍ତି।

ସ୍କାଇ ସ୍ପୋଟ୍ସରେ ନିଜ ଭାବନା ବ୍ୟକ୍ତ କରି ସେ କହିଛନ୍ତି, ଇଂଲଣ୍ଡ ସମସ୍ତଙ୍କୁ ଭୂଲ ପ୍ରମାଣିତ କରିଛି। କିଛି ଲୋକ ଭାରତ ୪-୦ରେ ସିରିଜ୍‌ ଜିତିବ ବୋଲି କହିଥିଲେ। କେହି ବି ଇଂଲଣ୍ଡ ଜିତିବ ବୋଲି କହି ନ ଥିଲେ। ଭାରତରେ ଟେଷ୍ଟ କ୍ରିକେଟ ଜିତିବା କଷ୍ଟକର। ଏହାସତ୍ତ୍ୱେ ତାଙ୍କ ଦଳ ବେଶ୍‌ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ଅଙ୍କିତ ବାଲିୟାନ ହତ୍ୟାକାଣ୍ଡ: ୫ଦିନରେ ପୋଲିସ ଏନକାଉଣ୍ଟରରେ ୨ ସୁଟର ନିହତ

ଚଣ୍ଡିଗଡ଼,୩୧।୮: ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି। ଅଭିଯୁକ୍ତମାନଙ୍କୁ ସୁମିତ…

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri