ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ଜେଲ୍‌ ଗଲେ ସ୍ବାମୀ

ଦିଗପହଣ୍ଡି,୩୦ା୧୦:(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଓ୍ବାର୍ଡ ନଂ.୨ ଅଧୀନ ମେଦିରି ସାହିରେ ରହୁଥିବା ଶଙ୍କର ନାୟକଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କେସ୍‌ ନଂ ୪୨୧/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି।

ପ୍ରାୟ ୫ ମାସ ତଳେ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା କୁଲାଙ୍ଗି ଗ୍ରାମର ଦେବ ନାୟକଙ୍କ କନ୍ୟା ରଚନା ଦିଗପହଣ୍ଡି ମେଦିରିି ସାହିର ରଘୁ ନାୟକଙ୍କ ପୁଅ ଶଙ୍କରଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। କିଛିଦିନ ଖୁସିରେ କଟିବା ପରେ ଶଙ୍କର ସଦା ସର୍ବଦା ଅଧିକ ଯୌତୁକ ପାଇଁ ତାଙ୍କୁ ମାଡ଼ ମାରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ତାଙ୍କ ଚରିତ୍ରରେ ସନ୍ଦେହ କରି ଗତ ଜୁଲାଇ ୩୧ଅପରାହ୍ନରେ ତାଙ୍କ ସ୍ତ୍ରୀ ରଚନାଙ୍କୁ ସେ ନିସ୍ତୁକ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ନେଇ ଗତ ରବିବାର ରଚନା ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଶଙ୍କରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସୋଫିଆ ମିଶ୍ର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୫ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା: ଚୁନା ହୋଇଗଲା କାର

ଧୂଷୁରୀ,୧୬।୧୧,(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଛକ ନିକଟରେ ଆରଡି-ଭଦ୍ରକ ୩୫ ନମ୍ବର ରାଜ୍ୟ ରାଜପଥରେ...

‘ଫ୍ଲେଶ୍‌’ର ସ୍ରଷ୍ଟା

ହିତ୍ୟ କ୍ଷେତ୍ରରେ ବିଶ୍ୱର ସର୍ବମାନ୍ୟ ନୋବେଲ ପୁରସ୍କାର ପରେ ବୁକର୍‌ ପ୍ରାଇଜ୍‌ର ମର୍ଯ୍ୟାଦା ରହିଛି। ପ୍ରତିବର୍ଷ ଏହି ସମୟକୁ ସାହିତି୍ୟକ ଓ ସାହିତ୍ୟପ୍ରେମୀ ଅନାଇ ବସିଥାଆନ୍ତି...

ବାଜେଲୋକଙ୍କ ଜୟଗାନ

ଚଣ୍ଡ ଘୃଣା ସହ ଅଜସ୍ର ବିରକ୍ତି ସୂଚକ ‘ବାଜେଲୋକ’ର ଏ ଉଚ୍ଚାରଣ ଯେଉଁ ଚରିତ୍ର ପାଇଁ ଅଭିପ୍ରେତ, ତାଙ୍କର ପୁଣି ଜୟଗାନ। ଜଣଙ୍କ ପ୍ରତି ଅତୃପ୍ତି...

ନୂତନ ଭାରତର ସ୍ଥିତି

କିଛିବର୍ଷ ପୂର୍ବେ ନୀତି ଆୟୋଗ କହିଥିଲେ, ଭାରତର ର଼୍ୟାଙ୍କ ସୂଚିତ ହୋଇଥିବା ସମସ୍ତ ଅଣତିରିଶ(ପରବର୍ତ୍ତୀ ସମୟରେ ୩୨ ହୋଇଛି) ବିଶ୍ୱ ସୂଚକାଙ୍କ ପାଇଁ ଗୋଟିଏ ଏକକ,...

ନୂଆପଡ଼ା ଉପନିର୍ବାଚନ ପରେ ରାଜନୈତିକ ପରିବର୍ତ୍ତନର ସମ୍ଭାବନା, ଭାଙ୍ଗିଯିବ…

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ଓଡ଼ିଶା ରାଜନୀତିରେ ଅନେକ ରାଜନୈତିକ ଅଙ୍କ ବଦଳିବା ନେଇ ଏବେଠାରୁ ଚର୍ଚ୍ଚା ହେଲାଣି। ଯଦିଓ ଏବେ...

ଡିଏସ୍‌ପି, ଆଇଆଇସିଙ୍କ ବଦଳି ଅଙ୍କ ଛିଣ୍ଡୁନି

ଭୁବନେଶ୍ୱର,୧୬ା୧୧(ତ୍ରିନାଥ ମହାନ୍ତି): ରାଜ୍ୟ ପୋଲିସ ବିଭାଗରେ ସବୁକିଛି ଠିକ୍‌ଠାକ୍‌ ଚାଲିନାହିଁ। ଡିଏସ୍‌ପି, ଆଇଆଇସିଙ୍କ ବଦଳି ଓ ନୂଆ ଦାୟିତ୍ୱକୁ ନେଇ ଅଙ୍କ ଛିଣ୍ଡୁନି। ଫଳରେ ପଦୋନ୍ନତି...

ଜାତୀୟ ପ୍ରେସ୍‌ ଦିବସ: ଭ୍ରମାତ୍ମକ ଖବର ଓ ଗଣମାଧ୍ୟମର ବିଶ୍ୱସନୀୟତା

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ସଦା ଦେଶ ଓ ସମାଜ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସୁଛି। ସତ୍ୟର ସନ୍ଧାନ, ନିରପେକ୍ଷ ଖବର ପ୍ରସାରଣ...

ଜୟଙ୍କ ନେତୃତ୍ୱରେ ୧ ନମ୍ବର ଜିଲା ହେବ ନୂଆପଡ଼ା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ଭାଜପା ନୂଆପଡ଼ା ଉପନିର୍ବାଚନରେ ବିଜୟ ଲାଭ କରି ଇତିହାସ ରଚିଛି। ନୂଆପଡ଼ାବାସୀ ଭାଜପା ଉପରେ ଭରସା ଓ ବିଶ୍ୱାସ ରଖିଛନ୍ତି। ନୂଆପଡ଼ାରେ ଏଥର...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri