Posted inଜାତୀୟ

ସ୍ବାମୀ ଚାହୁଁଥିଲେ ଛାଡପତ୍ର, ସ୍ତ୍ରୀ କହିଲେ ମୁଁ ଛାଡପତ୍ର ପରେ ମରିବାକୁ ଚାହୁଁନାହିଁ ଜଜ୍‌ ସାହେବ,ଆବେଦନ ଖାରଜ…

ନୂଆଦିଲ୍ଲୀ,୧୨।୧୦ : ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଉଭୟ ସ୍ବାମୀ-ସ୍ତ୍ରୀ ଏକ ଆଇନଗତ ଲଢ଼େଇ ଲଢୁଥିଲେ। ପୂର୍ବତନ ବାୟୁସେନା ଅଧିକାରୀ ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ଚାହୁଁଥିଲେ। ବର୍ତ୍ତମାନ ତାଙ୍କର ବୟସ ୮୯ବର୍ଷ । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସ୍ତ୍ରୀଙ୍କୁ ମଧ୍ୟ ୮୨ବର୍ଷ ହୋଇଛି। ଯେତେବେଳେ ସୁପ୍ରିମକୋର୍ଟରେ ବିତର୍କ ଆରମ୍ଭ ହେଲା, ସ୍ତ୍ରୀ ବିଚାରପତିଙ୍କୁ ତାଙ୍କର ହୃଦୟ ଇଚ୍ଛା ପ୍ରକାଶ କରିଥିଲେ, ସେ ଛାଡପତ୍ର ପରେ ମରିବାକୁ ଚାହୁଁନାହାଁନ୍ତି। ତାଙ୍କ ଭାବନାକୁ ସମ୍ମାନ ଜଣାଇ ସୁପ୍ରିମକୋର୍ଟ ସ୍ବାମୀଙ୍କ ଆବେଦନକୁ ଖାରଜ କରିଛନ୍ତି।

 

ଏହି ଦମ୍ପତି ଚଣ୍ଡିଗଡ଼ରେ ରୁହନ୍ତି। ସେମାନଙ୍କ ବିବାହକୁ ୬୦ ବର୍ଷ ବିତିଗଲାଣି। ସେମାନେ ୧୯୬୩ରେ ବିବାହ କରିଥିଲେ। ଜାନୁଆରୀ ୧୯୮୪ରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ମାଡ୍ରାସକୁ ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ସେମାନଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ସ୍ବାଭାବିକ ଚାଲିଥିଲା। ଯେତେବେଳେ ତାଙ୍କ ସ୍ତ୍ରୀ ତାଙ୍କ ସାଙ୍ଗ ଯିବାକୁ ଅମଙ୍ଗ ହେଲେ ସେମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ପ୍ରଥମେ ସେ ତାଙ୍କ ଶାଶଘର ଲୋକମାନଙ୍କ ସହିତ, ପରେ ପୁଅ ସହିତ ରହିବାକୁ ପସନ୍ଦ କଲେ ।

ଅନେକ ଉଦ୍ୟମ ସତ୍ତ୍ୱେ ମତଭେଦ ଏବଂ ବିବାଦର ସମାଧାନ ହୋଇପାରିଲା ନାହିଁ। ଶେଷରେ ସ୍ବାମୀ ୧୯୯୬ ରେ ସ୍ତ୍ରୀଙ୍କ ବିରୋଧରେ ଛାଡପତ୍ର ଆବେଦନ କରିଥିଲେ। ସ୍ତ୍ରୀ ଶିକ୍ଷକତା କରୁଥିଲେ। ପରେ ସେ ଅବସର ଗ୍ରହଣ କରିଥିଲେ। ନିମ୍ନ ଅଦାଲତରୁ ଏହି ମାମଲା ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏବଂ ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଆଇନଗତ ପ୍ରକ୍ରିୟା ୨୩ବର୍ଷ ନେଇଥିଲା।

ପ୍ରକୃତରେ ସ୍ବାମୀ ସ୍ତ୍ରୀଙ୍କର କ୍ରୁରତାର ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଥିଲେ। ସେ ପ୍ରମାଣ କରି ପାରିଲେ ନାହିଁ ତାଙ୍କସ୍ତ୍ରୀ ତାଙ୍କୁ ଛାଡିଛନ୍ତି। ବିବାହ ସମ୍ପୂୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ଛାଡପତ୍ର ମଞ୍ଜୁର କରିବାକୁ ସମ୍ବିଧାନର ଧାରା ୧୪୨ଅନୁଯାୟୀ ଏକ ନିର୍ଦ୍ଦେଶ ଜାରି କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ। ତେବେ ଛାଡପତ୍ରର କଳଙ୍କ’ସହିତ ସେ ଦୁନିଆ ଛାଡିବାକୁ ଚାହୁଁ ନ ଥିବା ସ୍ତ୍ରୀ କହିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କଲେ ସୋଫିଆ, କହିଲେ ନିଜ ସ୍ବାର୍ଥ ପାଇଁ…

କଟକ,୧୯ା୨: କଟକରେ ଜଣ୍ଡିସ୍‌ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ବାର୍ଥ ପାଇଁ…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌…

ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…

ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର….

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri