
ଗଜପତି,୯ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଜଣେ ମହିଳାଙ୍କ ଗଳାକାଟି ହତ୍ୟା କରିଛି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳା ଜଣଙ୍କ ହେଲେ ମୋନିକା ପାଇକ। ଘଟଣାସ୍ଥଳରୁ ସ୍ବାମୀ ନରେନ୍ଦ୍ର ପାଇକ ଫେରାର ହୋଇଯାଇଥିବା ବେଳେ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୋନିକାଙ୍କ ମୃତଦେହ ଘରେ ପଡ଼ିରହିଛି।
ମିଳିଥିବା ସୂଚନାନୁସାରେ, ଗାଇବାର ଝିଅ ମୋନିକାଙ୍କୁ ନୂଆଗଡ଼ ବ୍ଲକ କେରେଡାଙ୍ଗ ଗାଁର ନରେନ୍ଦ୍ର ପ୍ରେମ ବିବାହ କରିଥଲେ। ସେହିଦିନଠାରୁ ନରେନ୍ଦ୍ର ଗାଇବାରେ ଶ୍ୱଶୁର ଘରେ ରହିଆସୁଥିଲେ। ତେବେ ପରକୀୟା ପ୍ରୀତିକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଲାଗି ରହୁଥିଲା। ସୋମବାର ଭୋର୍ ସମୟରେ ଶାଶୁ ନାଳକୁ ଗାଧୋଇବା ପାଇଁ ଯିବାବେଳେ ଏହାର ସୁଯୋଗ ନେଇ ନରେନ୍ଦ୍ର ସ୍ତ୍ରୀ ମୋନିକାଙ୍କ ଗଳାକାଟି ହତ୍ୟା କରି ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ଘରେ ମୋନିକାଙ୍କ ମା’ ଏବଂ ୫ ବର୍ଷର ଝିଅ ରହିଛନ୍ତି। ଘଟଣାସ୍ଥଳରେ ସେରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।