ସୁଧୁରିଲେ ନାହିଁ ପ୍ରାଣୀଧନ ନିରୀକ୍ଷକ; ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିବା ପରେ ଗଲେ ଜେଲ୍‌…

ଦିଗପହଣ୍ଡି, ୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ପ୍ରାଣୀଧନ ନିରୀକ୍ଷକ ଶୁଭକାନ୍ତ ରାଉତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଶୁଭକାନ୍ତଙ୍କ ଘର କେନ୍ଦ୍ରାପଡା ଜିଲା ମହାକାଳପଡା ଥାନା ଅର୍ନ୍ତଗତ ବଡପଲ୍ଲି ଗ୍ରାମ ହୋଇଥିବା ବେଳେ ସେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ଯ୍ୟ କରନ୍ତି। ସେ ସେଠାରେ ଏକ ଭଡାଘରେ ରହୁଥିବା ଜଣାପଡିଛି।
ସୂଚନାନୁଯାୟୀ, ଗତ ୨୦୧୯ରେ ବାହାଘର ପରେ ବିଭିନ୍ନ ସମୟରେ ଶୁଭକାନ୍ତ ତାଙ୍କ ସ୍ତ୍ରୀ ତଅପୋଇଙ୍କୁ ମାରପିଟ କରୁଥିବା ନେଇ ପୂର୍ବରୁ ତଅପୋଇ କେନ୍ଦ୍ରାପଡ଼ା ଥାନାରେ ଲିଖିତ ଏତଲା କରିଥିଲେ। ଏନେଇ ମକଦ୍ଦମା ରୁଜୁ ହେବାପରେ ଶୁଭକାନ୍ତ ସେଠାକାର କୋର୍ଟରେ ଆଗାମୀ ଦିନରେ ସ୍ତ୍ରୀଙ୍କୁ ମାରପିଟ କରିବେ ନାହିଁ ବୋଲି ସତ୍ୟପାଠ ଦାଖଲ କରି ଜାମିନରେ ମୁକୁଳିଥିଲେ। ପରେ ଏଭଳି ଏକ ସମାନ ଘଟଣାରେ ମହାକାଳପଡା ଥାନାରେ ଉଭୟଙ୍କ ମଧ୍ୟରେ ମିଳାମିଶା ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଉଭୟଙ୍କ ଔରସରୁ ଏକମାତ୍ର ଝିଅର ଆବଶ୍ୟକ ଯତ୍ନ ନେଇ ଖୁସିରେ ରଖିବାକୁ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥାନାରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଶୁଭକାନ୍ତ ଓ ତଅପୋଇ କିଛିଦିନ ଭଲରେ ରହିବା ପରେ ୨୦୨୦ ମସିହାରୁ ପୁଣି ଥରେ ସେମାନଙ୍କ ମଧ୍ୟରେ ପାରିବାରିକ ବିବାଦ ଆରମ୍ଭ ହୋଇଥିଲା। ଗତ ଶୁକ୍ରବାର ଗୋକର୍ଣ୍ଣପୁର ଭଡ଼ାଘରେ ପୁଣି ଶୁଭକାନ୍ତ ତାଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିବା ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଥିଲା। ସ୍ତ୍ରୀ ତଅପୋଇଙ୍କ ଏତଲା ଆଧାରରେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ. ୩୮୧/୨୫ ଅନୁଯାୟୀ ଅଭିଯୁକ୍ତ ଶୁଭକାନ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଶନିବାର ଅପରାହ୍ନରେ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସୋଫିଆ ମିଶ୍ର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଶୁଭକାନ୍ତଙ୍କୁ ଦିଗପହଣ୍ଡି ସବଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ସରକାରୀ ଜମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗଲେ ଜେଲ, ଫୋର୍ସ ମୁତୟନ

ଦିଗପହଣ୍ଡି, ୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ସରକାରୀ ଜମି ଦଖଲ ଏବଂ ଚାଷକୁ ନେଇ…

କମେ ଗାଁ ଜଙ୍ଗଲରୁ ହାତୀଛୁଆର ମୃତଦେହ ଉଦ୍ଧାର: ନର୍ଲା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ…

ନର୍ଲା, ୭।୮(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ କମେ ଗାଁ ଜଙ୍ଗଲରୁ ଶୁକ୍ରବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।…

“କାମ କର, ନଚେତ୍ ଅନ୍ୟପାଇଁ ବାଟ ଛାଡ଼”: କଡ଼ା ଚେତାବନୀ ଦେଇ…

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ ଏବଂ ଜାତୀୟ ସ୍ତରର ପ୍ରମୁଖ ଦଳୀୟ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri