Posted inଫୁରସତ

ସ୍ତ୍ରୀଙ୍କ ଇଚ୍ଛା ପୂରଣ କଲେ ସ୍ବାମୀ: ରାମ ମନ୍ଦିର ନିର୍ମାଣ ପାଇଁ ୭ ଲକ୍ଷର ଗହଣା ବିକ୍ରି କରି କଲେ ଦାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଭଗବାନ ରାମଙ୍କ ଭବ୍ୟ ମନ୍ଦିର। ଏଥିନେଇ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଶ୍ରଦ୍ଧାଳୁମାନେ ମନ୍ଦିର ନିର୍ମାଣ ନେଇ ଦାନ କରୁଛନ୍ତି। ଏହି କ୍ରମରେ ରାଜସ୍ଥାନର ଜୋଧପୁରରେ ରହୁଥିବା ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ତାଙ୍କର ୭ ଲକ୍ଷ ଟଙ୍କାର ଗହଣା ବିକ୍ରି କରି ଦାନ କରିଛନ୍ତି। ଏଭଳି କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରାମ ମନ୍ଦିର ନିର୍ମାଣ ପାଇଁ ସମର୍ପଣ ନିଧି ଅଭିଯାନ ଜାରି ରହିଛି। ଭକ୍ତମାନେ ସ୍ବଇଚ୍ଛାରେ ଟଙ୍କା ଦାନ କରୁଛନ୍ତି। ସେହିଭଳି ଜୋଧପୁରରେ ରହୁଥିବା ଆଶା କମ୍ବର ଜଣେ ରାମଭକ୍ତ। ସେ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ହେବା ଦେଖିବାକୁ ଚାହୁଁଥିଲେ। ହେଲେ ନିକଟରେ ୫୪ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା। ରୋଗଗ୍ରସ୍ତ ଥିବା ବେଳେ ସେ ସ୍ବାମୀ ଓ ପୁଅଙ୍କୁ ନିଜର ଶେଷ ଇଚ୍ଛା ବିଷୟରେ କହିଥିଲେ। ରାମ ମନ୍ଦିର ଲାଗି ସେ କିଛି ଦାନ ଦେବାକୁ ଚାହୁଁଥିବା କହିଥିଲେ। ପରିବାରଲୋକେ ସମର୍ପଣ ନିଧି ରାଶି ଏକତ୍ରିତ କରୁଥିବା ଦଳଙ୍କୁ ଏ ନେଇ ଜଣାଇଥିଲେ। ହେଲେ ଫେବୃୟାରୀ ୪ ତାରିଖରେ ଆଶାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କର ଗହଣା ବିକ୍ରି କରି ସ୍ବାମୀ ୭ଲକ୍ଷ ୮ ହଜାର ଟଙ୍କା ଜମା କରିଥିଲେ। ଏବେ ଏହି ଟଙ୍କା ସେ ସ୍ତ୍ରୀଙ୍କ ଶେଷଇଚ୍ଛା ପୂରଣ କରିବାକୁ ଯାଇ ଦାନ କରିଛନ୍ତି। ଆଶାଙ୍କ ଭଗବାନଙ୍କ ପ୍ରତି ଶ୍ରଦ୍ଧା ଅନେକଙ୍କୁ ଭାବବିହ୍ବଳ କରୁଥିବା ବେଳେ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

ଭାରତୀୟ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ: ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୩ା୭ (ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଇରାନ୍‌ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ହୋଇଛି ଏତେ ଡଲାର, ଜାଣିଲେ ହୋଇଯିବେ ତାଜୁବ

ୱାଶିଂଟନ, ୨୩ା୭: ଇରାନ୍‌ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଏପର୍ଯ୍ୟନ୍ତ ପ୍ରାୟ ୩୭.୫ ବିଲିୟନ ଡଲାର (ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହୋଇସାରିଛି। ଆମେରିକା…

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri