Posted inଫୁରସତ

ଗର୍ଭବତୀ ସ୍ତ୍ରୀଙ୍କ ପରୀକ୍ଷା ପାଇଁ ୧୧୭୬ କିମି ସ୍କୁଟି ଚଲାଇଲେ ସ୍ବାମୀ

ଗ୍ବାଲିଅର, ୩।୯: ଯଦି ଦୃଢ଼ ଇଚ୍ଛାଶକ୍ତି ଥାଏ ତେବେ ଅସମ୍ଭବ ବି ସମ୍ଭବପର ହୋଇଥାଏ। ଯାହାକୁ ଝାଡ଼ଖଣ୍ଡର ଧନଞ୍ଜୟ ମାଝି କରି ଦେଖାଇଛନ୍ତି। ଧନଞ୍ଜୟ ଝାଡ଼ଖଣ୍ଡରେ ରହୁଥିଲେ ମଧ୍ୟ ଏହି ସମୟରେ ତାଙ୍କର ଚର୍ଚ୍ଚା ମଧ୍ୟପ୍ରଦେଶରେ ଖୁବ୍‌ ଜୋରରେ ଚାଲିଛି। ସ୍ତ୍ରୀ ସୋନିଙ୍କ ପରୀକ୍ଷା ଲାଗି ଧନଞ୍ଜୟ ଝାଡ଼ଖଣ୍ଡର ଗୋଡାରୁ ୧୧୭୬ କିମି ସ୍କୁଟି ଚଲାଇ ମଧ୍ୟପ୍ରଦେଶର ଗ୍ବାଲିଅରରେ ପହଞ୍ଚିଛନ୍ତି।


ଚର୍ଚ୍ଚା ଏଥିପାଇଁ ହେଉଛି କି ସେ ତାଙ୍କର ୭ ମାସର ଗର୍ଭବତୀ ସ୍ତ୍ରୀଙ୍କ ଇଚ୍ଛା ପୂରଣ ଲାଗି ଗ୍ବାଲିଅର ପର୍ଯ୍ୟନ୍ତ ସ୍କୁଟି ଚଲାଇ ଯାଇଛନ୍ତି। ତାଙ୍କ ସ୍ତ୍ରୀ ସୋନି ବର୍ତ୍ତମାନ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେଶନ (ଡିଏଲ୍‌ଇଡି) ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। ସେପ୍ଟେମ୍ବର ୧୧ରୁ ତାଙ୍କ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷାରୁ ବଞ୍ଚିତ ହେବାକୁ ସୋନିଙ୍କ ଇଚ୍ଛା ନ ଥିଲା। ତେଣୁ ସ୍ତ୍ରୀଙ୍କୁ ପରୀକ୍ଷା ସ୍ଥଳରେ ପହଞ୍ଚାଇବା ଲାଗି ଧନଞ୍ଜୟ ଚିନ୍ତିତ ହୋଇପଡ଼ିଥିଲେ। ଧନଞ୍ଜୟ ଗୁଜରାଟରେ ରୋଷେୟା ଭାବେ କାମ କରୁଥିଲେ ମଧ୍ୟ କରୋନା ଲାଗି ତାଙ୍କ ଚାକିରି ଚାଲିଯାଇଛି। ଏଭଳି ପରିପ୍ରେକ୍ଷୀରେ ତାଙ୍କ ଆର୍ଥିକସ୍ଥିତି ମଧ୍ୟ ଏତେ ସ୍ବଚ୍ଛଳ ନାହିଁ। ସେହିଭଳି ବର୍ତ୍ତମାନ କରୋନା ଲାଗି ଟ୍ରେନ ଚଳାଚଳ ବନ୍ଦ ରହିଛି। ତେଣୁ ବ୍ୟକ୍ତିଗତ ଭାବେ ଗାଡ଼ି ଭଡ଼ା କରି ଝାଡ଼ଖଣ୍ଡରୁ ମଧ୍ୟପ୍ରଦେଶ ଯିବା ତାଙ୍କ ପକ୍ଷେ ସମ୍ଭବପର ନ ଥିଲା। ଫଳରେ ସ୍ତ୍ରୀଙ୍କ ଇଚ୍ଛା ପୂରଣ ଲାଗି ଶେଷରେ ଧନଞ୍ଜୟ ସ୍କୁଟି ଧରି ଝାଡ଼ଖଣ୍ଡରୁ ଗ୍ବାଲିଅର ଅଭିମୁଖେ ବାହାରିଥିଲେ। ୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ସ୍କୁଟିରେ ବସାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛନ୍ତି। ଗସ୍ତ ମଧ୍ୟରେ ସେ ବିହାର, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ପାହାଡ଼ି ଇଲାକା ଦେଇ ଯାତ୍ରା କରିଥିଲେ। ୨୮ ଅଗଷ୍ଟରୁ ସେ ଘରୁ ବାହାରି ୩୦ ଅଗଷ୍ଟରେ ଗ୍ବାଲିଅରରେ ପହଞ୍ଚିଥିଲେ। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଯେ, ପାଖରେ ଟଙ୍କାର ଅଭାବ ଥିବାରୁ ସେ ତାଙ୍କ ସ୍ତ୍ରୀଙ୍କ ଗହଣା ବନ୍ଧା ପକାଇ ୧୦ ହଜାର ଟଙ୍କା ଯୋଗାଡ଼ କରି ଏହି ଯାତ୍ରା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?