୧୪ ବର୍ଷ ଜେଲଦଣ୍ଡ ଭୋଗି ଘରକୁ ଫେରିଥିଲେ, ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ କଲେ ହତ୍ୟା

ବେତନଟୀ,୧।୧୧(ସ୍ବ.ପ୍ର.): ସମ୍ପର୍କୀୟକୁ ହତ୍ୟା କରି ଭୋଗିଥିଲେ ୧୪ ବର୍ଷ ଜେଲଦଣ୍ଡ । ଚାରି ମାସ ତଳେ ଘରକୁ ଫେରି ପୁଣି ସ୍ତ୍ରୀଙ୍କୁ ନିର୍ମମ ଭାବେ କରିଛନ୍ତି ହତ୍ୟା। ଏଭଳି ଚାଞ୍ଚଲ୍ୟକାର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଆମ୍ବଗଡ଼ିଆ ପଞ୍ଚାୟତର ପୁରୁଣାପାଣି ଗ୍ରାମରେ । ମୃତ ମହିଳା ହେଲେ ବୈଶାଖୀ ସିଂ(୫୫) l ଅଭିଯୁକ୍ତ ପତ୍ନୀହନ୍ତା ସ୍ବାମୀ ଗୌରମୋହନ ସିଂ(୬୫)ଙ୍କୁ ପୋଲିସ ଗିରଫ କରିଛି । ତେବେ ପ୍ରାଥମିକ ତଦନ୍ତରୁ ସେ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଶୋଇଥିବା ସମୟରେ କୁରାଢ଼ୀରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ସବୁଦିନ ପରି ସୋମବାର ରାତିରେ ଗୌରମୋହନ ଓ ପରିବାର ଲୋକ ଖାଇପିଇ ଶୋଇବାକୁ ଯାଇଥିଲେ l ଗୋଟିଏ କୋଠରୀରେ ଗୌରମୋହନ ଓ ବୈଶାଖୀ ଏକତ୍ର ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ଅଭିଯୁକ୍ତ ସ୍ବାମୀ ନିଦରୁ ଉଠି କିଛି ସମୟ ବସିଥିଲେ। କିଛି ଭାବିବା ପରେ ପାଖରେ ଥିବା ଏକ କୁରାଢ଼ି ଆଣି ବୈଶାଖୀଙ୍କ ମୁଣ୍ଡକୁ ନିଜ ବଳ ଅନୁଯାଇ ପ୍ରହାର କରିଥିଲେ। ଫଳରେ ବୈଶାଖୀଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଅଳ୍ପ ସମୟ ମଧ୍ୟରେ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ହେଲେ ଗୌରମୋହନ ସ୍ତ୍ରୀଙ୍କ ଶବ ପାଖରେ ସକାଳ ହେବା ପର୍ଯ୍ୟନ୍ତ ସେମିତି ଜଗି ବସିଥିଲେ l ସକାଳ ହେବା ପରେ ବୈଶାଖୀଙ୍କ ସାନପୁଅ କମଳାକାନ୍ତ ଘର କବାଟ ଖୋଲିବାକୁ କବାଟ ବାଡେଇ ଥିଲେ। ବାପା କବାଟ ଖୋଲିଲା ପରେ ନିଜ ମା’ଙ୍କ ରକ୍ତ ଜୁଡୁବୁଡୁ ମରଶରୀରକୁ ଦେଖି ହତବାକ୍‌ ହୋଇଯାଇଥିଲେ ପୁଅ କମଳାକାନ୍ତ। ପରେ ବାପାକୁ ଅଟକ ରଖି ପାଖ ସେ ପଡୋଶୀଙ୍କୁ ଡାକିବା ସହିତ ସଙ୍ଗେ ସଙ୍ଗେ ବୈଶିଙ୍ଗା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ସହିତ ମାରଣାସ୍ତ୍ର ଓ ରକ୍ତଭିଜା କମଳ ଜବତ କରିଥିଲେ। ଏଥିସହ ପତ୍ନୀହନ୍ତା ଗୌରମୋହନକୁ ଗିରଫ କରିଥିଲେ। ଏନେଇ ପୁଅ କମଳାକାନ୍ତଙ୍କ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ଗୌରମୋହନକୁ କୋର୍ଟ ଚାଲାଣ କରି ପୋଲିସ ଘଟଣା ସମ୍ପର୍କରେ ଅଧୀକ ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ୨୦୦୬ରେ ବାଲେଶ୍ୱର ଜିଲା ରାଇବଣିଆ ଥାନା ଅଞ୍ଚଳରେ ନିଜ ସମ୍ପର୍କୀୟକୁ ହତ୍ୟା କରି ୧୪ ବର୍ଷ ଜେଲ ଦଣ୍ଡ ଭୋଗିଥିଲେ ଗୌରମୋହନ। ଏଇମାତ୍ର ଚାରି ମାସ ତଳେ ଜେଲରୁ ସେ ମୁକୁଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?