ସ୍ବାମୀ, ଦିଅର ଦେଉଥିଲେ ଶାରୀରିକ ନିର୍ଯାତନା: ମହିଳା ନେଲେ ଏମିତି ପଦକ୍ଷେପ

ବେଙ୍ଗାଲୁରୁ,୨୬ା୯: ବେଙ୍ଗାଲୁରୁର ବୋମାନାହାଲ୍ଲିରୁ ତିନି ସପ୍ତାହ ତଳେ ରହସ୍ୟଜନକ ଭାବେ ଜଣେ ମହିଳା ନିଖୋଜ ହୋଇଯାଇଥିଲେ। ହଠାତ୍‌ ପୋଲିସ ନିକଟରେ ପହଞ୍ଚି ଯେଉଁ ବୟାନ ଦେଇଛନ୍ତି ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ।


ବରିଷ୍ଠ ପୋଲିସ ଅଧିକାରୀ କୁହନ୍ତି, ଏହି ମହିଳା ଜଣକ ଦିଲ୍ଲୀର ଗ୍ରାହକ ସେବା କେନ୍ଦ୍ରରେ କାର୍ଯ୍ୟ କରନ୍ତି। ମହିଳା ଫେରିବା ପରେ ପୋଲିସକୁ ନିସ୍ତାର ମିଳିଛି। ବମାନହାଲ୍ଲି ଜୋନ୍‌ର ସ୍ବତନ୍ତ୍ର ଅଧିକାରୀ କ୍ୟାପ୍ଟେନ ପି.ମଣିଭାନନ କହିଛନ୍ତି, ୨୮ ବର୍ଷୀୟା ଏହି ମହିଳା ଜଣକ ନିଜ ଓକିଲଙ୍କ ସହିତ ପୋଲିସ ନିକଟରେ ବୟାନ ଦେବାକୁ ଆସିଥିଲେ। ଯାହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ମହିଳା ଜଣକ ପୋଲିସକୁ କହିଛନ୍ତି, ତାଙ୍କ ସ୍ବାମୀ ଏବଂ ଦିଅର ଶାରୀରିକ ନିର୍ଯାତନା ଦେଉଥିଲେ। ତେଣୁ ମହିଳା ଜଣକ କରୋନା ପରୀକ୍ଷା କରିବା ପାଇଁ ଆମ୍ବୁଲାନ୍ସ ଡାକି ଘରୁ ଚାଲିଯାଇଥିଲେ। ଘରୁ ପଳାଇବା ପଛରେ ବିହାରର ୨ ବନ୍ଧୁଙ୍କ ସହାୟତା ଲୋଡ଼ିଥିଲେ। ଏନେଇ ମହିଳାଙ୍କ ଶାଶୁଘର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ମହିଳା ଜଣକ କହିଛନ୍ତି, ତାଙ୍କର ବୈବାହିକ ଜୀବନ ଭଲରେ କଟୁ ନ ଥିଲା। ତେଣୁ ସେ ଶାଶୁଘରେ ରହିବା ପାଇଁ ଚାହୁଁ ନ ଥିଲେ। ସେ କରୋନା ପରୀକ୍ଷା କରିବା ଆଳ କରି ଏକ ଆମ୍ବୁଲାନ୍ସ ଡକାଇ ଘରୁ ବାହାରି ଯାଇଥିଲେ। ବେଙ୍ଗାଲୁରୁ ମହାନନଗର ପ୍ରଶାସନିକ ଏବଂ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି, ଏହି ମାମଲା କରୋନା ସହିତ ଜଡ଼ିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଶେଲି ଓବେରୟ ଏଏପିର ମେୟର ପ୍ରାର୍ଥୀ

ନୂଆଦିଲ୍ଲୀ,୨୪।୧୨: ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିପୁଳ ସଫଳତା ହାସଲ ପରେ ଶୁକ୍ରବାର ଶେଲି ଓବେରୟଙ୍କୁ ମେୟର ପ୍ରାର୍ଥୀ...

ଭାଜପା ସହ ମିଶି ନିର୍ବାଚନ ଲଢିବେ କ୍ୟାପଟେନ

ଚଣ୍ଡିଗଡ଼,୬ ।୧୨: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ସୋମବାର ବଡ ଘୋଷଣା କରିଛନ୍ତି । ତାଙ୍କ ଦଳ...

ଶିକ୍ଷାନୁଷ୍ଠାନରେ ଆତ୍ମହତ୍ୟା ଘଟଣା: ସିଜେଆଇଙ୍କ ଉଦ୍‌ବେଗ

ହାଇଦ୍ରାବାଦ,୨୬।୨: ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଘଟଣା ବଢ଼ୁଥିବାରୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଶନିବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜୀବନ ହାରୁଥିବା ପିଲାମାନଙ୍କ...

୦.୧୮%ଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୦ା୧: ଭାରତରେ ଦିଆଯାଉଥିବା କରୋନା ଟିକା ସୁରକ୍ଷିତ। ଏବେ ସୁଦ୍ଧା ସାଢ଼େ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଭାକ୍ସିନ ଦିଅ।ଯାଇସାରିଛି। ସେମାନଙ୍କ ମଧ୍ୟରୁ ମାତ୍ର...

ରାଜଧାନୀରେ ଯୁବକଙ୍କୁ ଗଳାକାଟି ହତ୍ୟା, କାର୍ଟୁନରେ ଗୁଡ଼ାଇ ଫିଙ୍ଗିଦେଲେ

ଭୁବନେଶ୍ୱର,୨।୬(ବ୍ୟୁରୋ): ସ୍ଥାନୀୟ ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀ ନିକଟରେ ଥିବା ଏକ ହର୍ଟିକଲ୍‌ଚର କ୍ୟାମ୍ପସ ଭିତରୁ ଶନିବାର ରାତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।...

ପ୍ରବାସୀ ଭାରତୀୟଙ୍କୁ ଅନ୍‌ଲାଇନ ଭୋଟିଂ ଅଧିକାର ଦେଇ ପାରନ୍ତି ମୋଦି ସରକାର

ନୂଆଦିଲ୍ଲୀ,୨୬ ।୩: କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଲୋକ ସଭାର ପ୍ରଶ୍ନକାଳ ସମୟରେ ବିଦେଶରେ ରହୁଥିବା ଭାରତୀୟଙ୍କୁ ଅନଲାଇନ ମତଦାନ ଅଧିକାର ଦେବା ସମ୍ପର୍କରେ...

ବିବାଦରେ ପ୍ରଫେସରଙ୍କ ବିକିନି ଫଟୋ

କୋଲକାତା, ୧୧ା୮: କୋଲାକାତାରେ ଥିବା ସେଣ୍ଟ ଜାଭିୟର୍ସ ୟୁନିଭର୍ସିଟିର ଜଣେ ୩୦ ବର୍ଷୀୟା ମହିଳା ପ୍ରଫେସରଙ୍କୁ ଅଜବ କାରଣ ପାଇଁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ...

ହିନ୍ଦୁ ଦେବତାଙ୍କୁ ଥଟ୍ଟା ଅଭିଯୋଗ: ଅଭିନେତା ଗିରଫ

ମୁମ୍ବାଇ, ୨୬ା୧: ହିନ୍ଦୁ ଦେବଦେବୀଙ୍କୁ ଥଟ୍ଟା କରିବା ଅଭିଯୋଗରେ ଭାରତୀୟ ହାସ୍ୟ ଅଭିନେତା ମୁନାଓ୍ବର ଫାରୁକିଙ୍କୁ ଗିରଫ କରାଯାଇଛି। ତେବେ ଯେଉଁ ଶୋରେ ସେ ଏପରି...

Advertisement
Archives

Model This Week