ବାର୍‌ହା ଫାଶରେ ପଡ଼ି ମୃତ୍ୟୁ ପରେ ଶିକାରୀମାନେ ଲୁଚାଇ ଦେଇଥିଲେ ମୃତଦେହ

ସଇଁତଲା/ବଲାଙ୍ଗୀର/ଟିଟିଲଗଡ, ୧୯ା୧୦(ରାଖାଲ ପ୍ରସାଦ ଶତପଥି/ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ସଇଁତଳା ଥାନା ପୋଲିସ ନିଖୋଜ ଜବଦୁ ବଗର୍ତ୍ତୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିଛି। ଜଙ୍ଗଲ ଭିତରରେ ଶିକାରୀ ଲଗାଇଥିବା ବାର୍‌ହା ଫାଶରେ ପଡି ଜବଦୁଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାଟି ସଇଁତଳା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସଇଁତଳା ଥାନା କୁମ୍ଭାରୀ ଗ୍ରାମ ପଞ୍ଚାୟତ ଅଧୀନ ଡୁମେରମୁଣ୍ଡା ଗ୍ରାମର ଜବଦୁ ଜଙ୍ଗଲକୁ ଯାଇ ନିଖୋଜ ହୋଇଯାଇଥିବା ନେଇ ମଙ୍ଗଳବାର ତାଙ୍କ ସ୍ତ୍ରୀ ଡ଼ାଳିମ୍ବ ଥାନାରେ ଅଭିଯୋଗ କରିଥିଲେ। ଏପରିକି ଜବଦୁ ଏବଂ ତାଙ୍କ ଜଣେ ସମ୍ପର୍କୀୟ ଗେଥଲ କଠାର ଜଙ୍ଗଲ ଯାଇଥିବା ଚର୍ଚ୍ଚାର ହୋଇଥିଲା। ଟିଟିଲାଗଡ଼ ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର, ସଇଁତଳା ଥାନା ଅଧିକାରୀ ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଏବଂ ସଇଁତଳା ରେଞ୍ଜ କର୍ମଚାରୀମାନେ ଜଙ୍ଗଲକୁ ଯାଇ ଖୋଜାଖୋଜି କରିଥିଲେ। ଖୋଜାଖୋଜି ପରେ ମଧ୍ୟ ମଙ୍ଗଳବାର ସୁଦ୍ଧା ଜବଦୁଙ୍କ କୌଣସି ଖୋଜ ଖବର ମିଳି ନ ଥିଲା। ବୁଧବାର ବଲାଙ୍ଗୀର ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା।

ବୁଧବାର ସନ୍ଧ୍ୟାରେ ସଇଁତଳା ରେଞ୍ଜ କର୍ମଚାରୀ ଓ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଙ୍ଗଲ ଭିତରେ ଏକ ବୁଦା ମୂଳରୁ ଜବଦୁଙ୍କ ମୃତଦେହ ଥିବା ଖବର ପାଇଥିଲା। ପରେ ପୋଲିସ ସେଠାକୁ ଯାଇ ମୃତଦେହ ଜବତ କରାଯାଇଥିଲା। ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ତାର ଲଗାଇ ବସାଯାଇଥିବା ଫାଶରେ ପଡି ଜବଦୁଙ୍କ ମୃତ୍ୟୁ ହୋଇଥିଲା। ପରେ ଶିକାରୀମାନେ ଧରା ପଡିଯିବା ଭୟରେ ତାଙ୍କ ମୃତଦେହ ଫାଶରୁ ଉଠାଇ ଜଙ୍ଗଲ ଭିତର ବୁଦାମୂଳରେ ଲୁଚାଇ ଫେରାର ହୋଇଯାଇଥିବା ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା।

ଗୁରୁବାର ଟିଟିଲାଗଡ଼ ହସ୍ପିଟାଲରେ ଜବଦୁଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ୨୦୨୧ ମେ ୨୨ ତାରିଖରେ ମୃତ ଜବଦୁ କରମତଲା ଫରେଷ୍ଟର ସୁଧୀର ଜେନାଙ୍କ ସହ ରାତ୍ର ପାଟ୍ରୋଲିଂ କରୁଥିବା ପାରା ଫରେଷ୍ଟ ଗାର୍ଡ଼ ଯୁଗେଶ୍ୱର ଓରଫ ଜଟିଆ ବୁଡେକଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ଜଟିଆଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଜବଦୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଗତ କିଛି ମାସ ତଳେ ସେ ଜାମିନରେ ଜେଲରୁ ବାହାରି ଥିଲେ। ଘଟଣାରେ ଜଣକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ଅଧିକାରୀ ଆଲୋକ ଭୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବିନ୍ଦ୍ର ଜାଡେଜାଙ୍କୁ ଖୋଜିଥିବା କୋଚ୍‌ଙ୍କଠାରୁ ଶିଖିଥିଲେ କ୍ରିକେଟ, ଏବେ ପାକିସ୍ତାନଠାରୁ ବିଜୟ ଛଡ଼ାଇ ଆଣି ଚର୍ଚ୍ଚାରେ Mohit Ulva

ନୂଆଦିଲ୍ଲୀ,୧୪।୧୧: ଭାରତ ଏବଂ ପାକିସ୍ତାନ କ୍ରିକେଟ୍ କହିଲେ ସାଧାରଣତଃ ସିନିୟର୍ ପୁରୁଷ କ୍ରିକେଟ୍ ଦଳର ମୁକାବିଲାକୁ ବୁଝାଯାଏ, କିନ୍ତୁ ଆଗାମୀ ଦିନରେ ଅଣ୍ଡର-୧୯ ଏସିଆ କପ୍ ୨୦୨୬ର…

ଲୁଚାଇ ରଖିଥିଲେ ମାଓବାଦୀ: ମାଟିତଳୁ ମିଳିଲା ବିସ୍ଫୋରକ

ନୂଆପଡ଼ା,୧୪ା୧୧ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଥାନା ଅନ୍ତର୍ଗତ ପାଟଧରା ଓ ଗର୍ଜନପାଣି ସଂରକ୍ଷିତ ଜଙ୍ଗଲରେ କେତେଜଣ ଯବାନଙ୍କ ସହ ମାଓବାଦୀ ନିହତ ହୋଇଥିଲେ। ହେଲେ…

ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚିଲା ସହାୟତା

ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ଦ୍ୱାରା ପୁରୀଠାରେ ପ୍ରତିଷ୍ଠିତ ନୀଳାଚଳ ସାରସ୍ବତ ସଙ୍ଘ କେନ୍ଦ୍ର ଆସନ ମନ୍ଦିର ବୀରତୁଙ୍ଗ ସହାୟତାରେ…

ଜୟପୁରରେ ବଡ଼ ଧରଣର ଲୁଟ୍‌

ଜୟପୁର,୧୪ା୧୧(ପବନ ପାଣିଗ୍ରାହୀ)- କୋରାପୁଟ ଜିଲା ଜୟପୁର ସହରରେ ଜଣକ ଘର ଭିତରେ ପଶି ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ୧୮ ଲକ୍ଷ…

ଅଟୋକୁ ପଛପଟୁ ପିଟିଲା ଦ୍ରୁତଗାମୀ କାର; ୪ ଶିଶୁଙ୍କ ସମେତ ୧୩ ଯାତ୍ରୀ ଆହତ, ଦୁଇଜଣଙ୍କ ଅବସ୍ଥା…

ଛତ୍ରପୁର, ୧୪।୧୧(ପ୍ରଶାନ୍ତ କୁମାର ମିଶ୍ର / ଦିଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗଣ୍ଡାପଲ୍ଲୀ ନିକଟରେ ଶନିବାର ରାତିରେ…

ଫୋନ୍‌ ଟ୍ୟାପିଂ ଅଭିଯୋଗ ଉପରେ ସାମ୍‌ ପିତ୍ରୋଡାଙ୍କ ବଡ଼ ବୟାନ: ପ୍ରଧାନମନ୍ତ୍ରୀ ଏପରି…

ନୂଆଦିଲ୍ଲୀ,୧୪ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫୋନ୍‌କୁ ଟ୍ୟାପିଂ କରିଥିତ୍ବା ନେଇ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ରାଜନୈତିକ ଝଡ଼ ସୃଷ୍ଟି…

ଗୁରୁଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ: କେସିଙ୍ଗା ବ୍ଲକ ଯୁବ ସଭାପତି ଭାବେ ନିଯୁକ୍ତ ହେଲେ ରୋହିତ ସାହୁ

କେସିଙ୍ଗା, ୧୪।୧୧(ତୁମେଶ୍ୱର ସାହୁ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଯୁବନେତା ରୋହିତ କୁମାର ସାହୁଙ୍କୁ କେସିଙ୍ଗା ବ୍ଲକ ଯୁବ ସଭାପତି ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି।…

ବନ୍ୟା ପରିଚାଳନା ପ୍ରଭାବ: ୧୬ରେ ଜନଅଭିଯୋଗ ଶୁଣାଣି ବାତିଲ, ଭଞ୍ଜନଗର ଜଳସେଚନ ବିଭାଜନରେ ନୂଆ ଅଧୀକ୍ଷଣ ଯନ୍ତ୍ରୀଙ୍କ ଯୋଗଦାନ

ଭଞ୍ଜନଗର, ୧୪।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୯ ତାରିଖରେ ଘଟିଥିବା ଭୟାବହ ବନ୍ୟା ପରେ ବର୍ତ୍ତମାନ ବିପନ୍ନଙ୍କ ଥଇଥାନ, ପୁନରୁଦ୍ଧାର ଓ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?