Posted inଜାତୀୟ

କ୍ଷମତାର ଭୋକ ବିପଜ୍ଜନକ: ଯଶଓ୍ବନ୍ତ

ରାୟପୁର,୨।୭:ମହାରାଷ୍ଟ୍ରର ରାଜନୈତିକ ଘଟଣାକ୍ରମକୁ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ‘କ୍ଷମତା ପାଇଁ ଏକ ବିପଜ୍ଜନକ କ୍ଷୁଧା’ ବୋଲି ଅବିହିତ କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମ୍‌ସି ନେତା ଯଶଓ୍ବନ୍ତ କହିଛନ୍ତି, ମହାରାଷ୍ଟ୍ରରେ ଯାହାସବୁ ଘଟିଗଲା ଆପଣମାନେ ତାହା ଦେଖିଛନ୍ତି। ଏହା ଆମ ଗଣତନ୍ତ୍ରର ଗୁରୁତ୍ୱ ବଢ଼ାଇଛି କି? ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ସମାଜରେ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବା ପାଇଁ ଉଦ୍ୟମ ଚଳାଉଥିବାବେଳେ ଭାରତକୁ ଜଣେ ନୀରବଦ୍ରଷ୍ଟା ତଥା ପ୍ରଧାନମନ୍ତ୍ରୀଙ୍କ କଥାରେ ପରିଚାଳିତ ରାଷ୍ଟ୍ରପତି ଦରକାର ନାହିଁ। ଏହି ସାମ୍ବିଧାନିକ ପଦବୀର ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି। ତେଣୁ ଏହି ପଦବୀରେ ଆସିନ ହେଉଥିବା ବ୍ୟକ୍ତି ନିଜ ସାମ୍ବିଧାନିକ ଦାୟିତ୍ୱ ତୁଲାଇପାରିବା ଦରକାର। ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଲେ ନିଜ ଦାୟିତ୍ୱ ତୁଲାଇ ପାରିବେନି ବୋଲି ଯଶଓ୍ବନ୍ତ ସନ୍ଦେହ ପ୍ରକଟ କରିଛନ୍ତି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, ଭାଜପା ଯଦି ପୂର୍ବରୁ ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ବିରୋଧୀ ଦଳଗୁଡ଼ିକ ସହିତ ଆଲୋଚନା କରିଥାନ୍ତା ତେବେ ବିରୋଧୀଙ୍କ ପକ୍ଷରୁ ଆଉ କାହାକୁ ପ୍ରାର୍ଥୀ କରାଯାଇ ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?