ଟେଲିଗ୍ରାମ ସିଇଓଙ୍କ ଶତାଧିକ ‘ଜୈବିକ ପିଲା’

ଦୁବାଇ,୩୧।୭: ସୋସିଆଲ ମିଡିଆ ମେସେଜିଂ ପ୍ଲାଟ୍‌ଫର୍ମ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ତଥା ସିଇଓ ପାବେଲ୍‌ ଡ୍ୟୁରୋବ୍‌(୩୯)ଙ୍କ ୧୦୦ରୁ ଅଧିକ ଜୈବିକ ପିଲା ରହିଛନ୍ତି। ଦୁବାଇର ଏହି ପ୍ରଭାବଶାଳୀ ଉଦ୍ୟୋଗୀ ଟେଲିଗ୍ରାମରେ ନିଜ ୫.୭ ମିଲିୟନ ସବ୍‌ସ୍କ୍ରାଇବରଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ପାବେଲ୍‌ କହିଛନ୍ତି, ଆଜିକୁ ୧୫ ବର୍ଷ ତଳେ ଜଣେ ବନ୍ଧୁ ଏକ ଅଜବ ଅନୁରୋଧ ନେଇ ତାଙ୍କ ନିକଟକୁ ଆସିଥିଲେ। ପ୍ରଜନନ ଜନିତ କିଛି ସମସ୍ୟା ଯୋଗୁ ଉକ୍ତ ବନ୍ଧୁ ଓ ତାଙ୍କ ସ୍ତ୍ରୀ ପିଲା ଜନ୍ମ କରିବାକୁ ସକ୍ଷମ ହେଉ ନ ଥିଲେ। ତେଣୁ ସନ୍ତାନ ଜନ୍ମ ପାଇଁ ଶୁକ୍ରାଣୁ ଦାନ କରିବାକୁ ସେ ପାବେଲ୍‌ଙ୍କୁ ଅନୁରୋଧ କରିଥିଲେ। ଏନେଇ ଅଧିକ ତଥ୍ୟ ହାସଲ କରିବାକୁ ସେ ନିକଟସ୍ଥ ଆଇବିଏଫ୍‌ (ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ୍‌) କ୍ଲିନିକ୍‌କୁ ଯାଇଥିଲେ। ଉକ୍ତ କ୍ଳିନିକ୍‌ର ମୁଖ୍ୟ ଡାକ୍ତର କହିଥିଲେ, ଏପରି ବହୁ ଦମ୍ପତି ରହିଛନ୍ତି, ଯେଉଁମାନେ ବିଭିନ୍ନ ଶାରୀରିକ ସମସ୍ୟା ଯୋଗୁ ସନ୍ତାନ ଜନ୍ମର ସୌଭାଗ୍ୟ ପାଉନାହାନ୍ତି। ଶୁକ୍ରାଣୁ ଦାନ ହିଁ ଏହାର ଏକମାତ୍ର ସମାଧାନ। ଶାରୀରିକ ଭାବେ ସୁସ୍ଥ ଥିବାରୁ ଡାକ୍ତର ତାଙ୍କୁ ଶୁକ୍ରାଣୁ ଦାନ କରିବାକୁ ପରାମର୍ଶ ଦେଇଥିଲେ। ପରେ ପାବେଲ୍‌ ଉକ୍ତ ଆଇବିଏଫ୍‌ କ୍ଲିନିକ୍‌ ସହ ଚୁକ୍ତିନାମାରେ ସ୍ବାକ୍ଷର କରି ନିଜର ଶୁକ୍ରାଣୁ ଦାନ କରିଥିଲେ। ଏବେ ତାଙ୍କ ଦ୍ୱାରା ଦାନ କରାଯାଇଥିବା ଶୁକ୍ରାଣୁ ସାହାଯ୍ୟରେ ୧୨ ଦେଶରେ ୧୦୦ରୁ ଅଧିକ ଜୈବିକ ପିଲା ଜନ୍ମ ହୋଇଛନ୍ତି। ତେବେ ବର୍ତ୍ତମାନ ସେ ଶୁକ୍ରାଣୁ ଦାନ କରିବା ବନ୍ଦ କରିସାରିଥିଲେ ମଧ୍ୟ ଗୋଟିଏ କ୍ଲିନିକ୍‌ରେ ତାଙ୍କ ସ୍ପର୍ମ ଗଚ୍ଛିତ ହୋଇରହିଛି, ଯାହା ମାଧ୍ୟମରେ ଅନ୍ୟ କେତେକ ଦମ୍ପତି ମଧ୍ୟ ସନ୍ତାନ ଲାଭ କରିପାରିବେ।
ନିଜ ଜୈବିକ ପିଲାଙ୍କୁ ନେଇ ଭବିଷ୍ୟତରେ ରହିଥିବା ଯୋଜନାକୁ ମଧ୍ୟ ପାବେଲ୍‌ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଡିଏନ୍‌ଏକୁ ଓପନ ସୋର୍ସ କରିବାକୁ ଯୋଜନା କରୁଛନ୍ତି। ଏହା ଦ୍ୱାରା ତାଙ୍କ ଜୈବିକ ସନ୍ତାନସନ୍ତତି ପରସ୍ପରକୁ ଖୋଜି ପାଇପାରିବେ। ତେବେ ଶୁକ୍ରାଣୁ ଦାନ କରୁଥିବାରୁ ଅନେକ ବ୍ୟକ୍ତି ତାଙ୍କ ଉପରେ ପ୍ରଶ୍ନ ଉଠାନ୍ତି ବୋଲି ଏହି ପୋଷ୍ଟରେ ଟେଲିଗ୍ରାମ ସିଇଓ କହିଛନ୍ତି। ସନ୍ତାନହୀନତା ସମସ୍ୟା ସହ ଜୁଝୁଥିବା ଲୋକଙ୍କ ଜୀବନରେ ଖୁସି ଆଣିବା ପାଇଁ ସେ ଏହି କାର୍ଯ୍ୟ କରିଛନ୍ତି, ଏଥିରେ ଲଜ୍ଜିତ ହେବାର ନାହିଁ ବୋଲି ପାବେଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଶୀ ଖୁଣ୍ଟର ସମ୍ମୁଖୀନ ହେବେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି? ଅଡୁଆରେ ଶେଖ ହାସିନାଙ୍କ ଶେଷ ସହଯୋଗୀ

ଢାକା,୨୭।୭: ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସମ୍ପ୍ରତି ଇସ୍ତଫା ଦେଇଛନ୍ତି। ବାଂଲାଦେଶରେ ବିପ୍ଳବ ପରେ, ସେ ଶେଖ ହାସିନାଙ୍କ ଅନ୍ତର୍ନିହିତ ସଦସ୍ୟ ମଧ୍ୟରୁ କ୍ଷମତାରେ ଥିବା ଶେଷ…

ଶନି ବଳୟର କଣିକା ସଂଗ୍ରହ କରିବ ଏଆଇ ରୋବୋଟିକ୍‌ ସିଷ୍ଟମ୍‌

ୱାଶିଂଟନ,୨୭ା୭: ଶନି ଗ୍ରହର ସୃଷ୍ଟି, ଏହାର ଚାରିପାଖରେ ଥିବା ବିଶାଳ ବଳୟ ଏବଂ ବ୍ରହ୍ମାଣ୍ଡରେ ଗ୍ରହଗୁଡ଼ିକର ବିକାଶ ସମ୍ପର୍କରେ ଲୁଚି ରହିଥିବା ଅନେକ ରହସ୍ୟର ପର୍ଦ୍ଦାଫାଶ କରିବା…

ସମୁଦ୍ର ପଥ ପୁଣି ଅଶାନ୍ତ! ଜାହାଜ ଉପରେ ଆକ୍ରମଣ ପରେ, ଇରାନର ବଡ଼ ଚେତାବନୀ

ତେହରାନ,୨୭।୭: କାସ୍ପିଆନ ସାଗରରେ ଏକ ଇରାନୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ୟୁକ୍ରେନକୁ କଡ଼ା…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋହିତ ସାଗର ଜଳିଗଲେ ବି ‘ଇରାନର କୁମ୍ଭକର୍ଣ୍ଣ’ ଭାରତର କିଛି କ୍ଷତି କରିପାରିବ ନାହିଁ

ତେହରାନ/ନୂଆଦିଲ୍ଲୀ,୨୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପର୍ଯ୍ୟନ୍ତ କେବଳ ହର୍ମୁଜ ପ୍ରଣାଳୀ ଜାହାଜ ଚଳାଚଳ ପାଇଁ ବନ୍ଦ ଥିଲା, କିନ୍ତୁ ଏହି ସଂଘର୍ଷର…

୩ ବର୍ଷ ପାଇଁ ଏଚ୍‌-୧ବି ଭିଜା ବନ୍ଦ ଲାଗି ଆମେରିକା ସିନେଟ୍‌ରେ ବିଲ୍‌ ଆଗତ

ଓ୍ୱାଶିଂଟନ,୨୬ା୭: ଆମେରିକା ସିନେଟ୍‌ରେ ଏକ ନୂଆ ବିଧେୟକ ଆସିଛି। ଏହି ବିଲ୍‌ ଅନୁଯାୟୀ ଆଗାମୀ ୩ବର୍ଷ ପାଇଁ ନୂତନ ଏଚ୍‌-୧ବି ଭିଜା ସେବା ବନ୍ଦ ରଖିବାକୁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri