ଖୋର୍ଦ୍ଧାରେ ଚାଲିଛି ଶତାଧିକ ବେଆଇନ ଖଣି, କ୍ରଶର

ଖୋର୍ଦ୍ଧା ଅଫିସ,୨୧ା୪: ଖୋର୍ଦ୍ଧା ଜିଲାରେ ବେଆଇନ ଭାବେ ପଥର ଖନନ ଓ ମାଙ୍କଡ଼ା ପଥର ଚୋରା ଚାଲାଣ ବଢିବାରେ ଲାଗିଛି। ଏନ୍‌ଜିଟି ଛାଟ ପରେ ଜିଲା ପ୍ରଶାସନ ପକ୍ଷରୁ ଧରପଗଡ଼ ଜୋରଦାର ଆରମ୍ଭ ହୋଇଥିଲା। ବେଆଇନ ଭାବେ ଚାଲାଣ ହେଉଥିବା ଲଘୁ ଖଣିଜ ପଦାର୍ଥ ଉପରୁ ଜରିମାନା ଆଦାୟ କରାଯାଇଥିଲା। ମାତ୍ର ଏବେ ପୁଣି ପ୍ରଶାସନ କୋହଳ ହୋଇପଡ଼ିଛି।
ପ୍ରତିଦିନ ଉଭୟ ଖୋର୍ଦ୍ଧା- ନୟାଗଡ଼ ୫୭ ନଂ ଏବଂ ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥରେ ରାତିରେ ଟ୍ରକ, ହାଇୱା ଯୋଗେ ପଥର ଚୋରା ଚାଲାଣ ହେଉଛି। ପ୍ରଶାସନ, ପୋଲିସ ଓ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଛି। ଶ୍ରୀମନ୍ଦିର ପ୍ରଶାସନର ପଥର ଖଣି ଉପରେ ମାଫିଆଙ୍କ ନଜର ରହିଛି। ଖୋର୍ଦ୍ଧାରେ ଶ୍ରୀମନ୍ଦିର ପ୍ରଶାସନର ୪୬ରୁ ଊର୍ଦ୍ଧ୍ୱ ପଥର ଖଣି ରହିଛି। ଏନ୍‌ଜିଟି ଏବଂ ପରିବେଶ ମଞ୍ଜୁରୀ ମିଳି ନ ଥିବାରୁ ପଥର ଖଣି ଲିଜ୍‌ ଦିଆଯାଇପାରୁନାହିଁ। ଅନ୍ୟପଟେ ବିନା ପଞ୍ଜୀକରଣରେ କାଇପଦର, ନିଜିଗଡ଼ ତାପଙ୍ଗ, ଟାଙ୍ଗୀ, ଖୋର୍ଦ୍ଧା, ଜଟଣୀ, ଭୁବନେଶ୍ୱର ସହର ତଳି, ବୋଲଗଡ଼ ଓ ବେଗୁନିଆ ପ୍ରଭୃତି ଅଞ୍ଚଳରୁ ଚୋରା ମାଙ୍କଡ଼ା ପଥର ଚାଲାଣ ହେଉଛି। ଚୋରା ଚାଲାଣ ରୋକିବା ଲାଗି ପ୍ରଶାସନିକ ସ୍ତରରେ ପୋଲିସ ଏବଂ ରାଜସ୍ବ ଅଧିକାରୀମାନଙ୍କୁ ନେଇ ମିଳିତ ଟାସ୍କଫୋର୍ସ ଗଠନ କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ଆଖିଦୃଶିଆ ସୁଫଳ ମିଳିନାହିଁ। ନିଜିଗଡ଼ ତାପଙ୍ଗରେ ବେଆଇନ ଭାବେ ୪୦୦ରୁ ଊର୍ଦ୍ଧ୍ୱ ସରକାରୀ ଜମି, ଜଙ୍ଗଲ ଜମି, କାଜୁ ଜଙ୍ଗଲ ଏବଂ ଶ୍ରୀମନ୍ଦିର ପ୍ରଶାସନ ଜମି, ପଥର ଖଣିରୁ ପଥର ଚୋରା ଚାଲାଣ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଏନ୍‌ଜିଟି ଏନେଇ ଜିଲା ପ୍ରଶାସନକୁ ସତ୍ୟପାଠ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ସତ୍ୟପାଠରେ ଏନଜିଟି ଜିଲା ପ୍ରଶାସନର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ ସହ ଭର୍ତ୍ସନା କରିଥିଲେ। ପରବର୍ତ୍ତୀ ସମୟରେ ପଥର ଚୋରା ଚାଲାଣ ସମ୍ପର୍କରେ ଜିଲା ପ୍ରଶାସନ ସ୍ବୀକାର କରିଥିଲା। ରାଜ୍ୟ ପ୍ରଦୂଷଣ ବୋର୍ଡ, ଆଞ୍ଚଳିକ ବିଭାଗ, ଜଙ୍ଗଲ ବିଭାଗ, ପୋଲିସ ମହାନିର୍ଦ୍ଦେଶକ, ଜିଲା ପ୍ରଶାସନକୁ ନେଇ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ ଲାଗି ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ଆଦାୟ କରାଯିବା ସହ ଏକାଧିକ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିଲା। ଏହା ପଛରେ ରହିଥିବା ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି। କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚ ୨୦ରୁ ଖୋର୍ଦ୍ଧାରେ ପଥର ଖଣି ବନ୍ଦ ରହିଥିଲା। ଏହା ସତ୍ତ୍ୱେ ପଥର ଚୋରା ଚାଲାଣ ଚାଲିଥିଲା। ସେହିପରି ବିନା ପରିବେଶ ମଞ୍ଜୁରୀ ଏବଂ ଜିଲା ପ୍ରଶାସନର ଅନୁମତିରେ ଖୋର୍ଦ୍ଧାରେ ପ୍ରାୟ ୧ହଜାରରୁ ଉର୍ଦ୍ଧ୍ୱ କ୍ରଶର ୟୁନିଟ ଚାଲିିଛି। କୁରାଢମଲ୍ଲ, କାଇପଦର, ନିଜିଗଡ଼ ତାପଙ୍ଗ ପ୍ରଭୃତି ଅଞ୍ଚଳରେ ଶତାଧିକ କ୍ରଶର ୟୁନିଟ ରହିଛି। ଦୈନିକ ୨୪ ଘଣ୍ଟା ଏଠାରେ ପଥର କଟା ଚାଲିଛି। କାହା ଛତ୍ରଛାୟା ତଳେ ଏସବୁ କାରବାର ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, ବେଆଇନ ପଥର ଚୋରା ଚାଲାଣ ରୋକିବା ଲାଗି ଚଢାଉ କରାଯାଉଛି। ସମସ୍ତ ତହସିଲଦାରଙ୍କୁ ଚଢାଉ ଓ ଜରିମାନା ଆଦାୟ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବେଆଇନ କ୍ରଶର ୟୁନିଟ୍‌ ବନ୍ଦ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?