ଖୋର୍ଦ୍ଧାରେ ଚାଲିଛି ଶତାଧିକ ବେଆଇନ ଖଣି, କ୍ରଶର

ଖୋର୍ଦ୍ଧା ଅଫିସ,୨୧ା୪: ଖୋର୍ଦ୍ଧା ଜିଲାରେ ବେଆଇନ ଭାବେ ପଥର ଖନନ ଓ ମାଙ୍କଡ଼ା ପଥର ଚୋରା ଚାଲାଣ ବଢିବାରେ ଲାଗିଛି। ଏନ୍‌ଜିଟି ଛାଟ ପରେ ଜିଲା ପ୍ରଶାସନ ପକ୍ଷରୁ ଧରପଗଡ଼ ଜୋରଦାର ଆରମ୍ଭ ହୋଇଥିଲା। ବେଆଇନ ଭାବେ ଚାଲାଣ ହେଉଥିବା ଲଘୁ ଖଣିଜ ପଦାର୍ଥ ଉପରୁ ଜରିମାନା ଆଦାୟ କରାଯାଇଥିଲା। ମାତ୍ର ଏବେ ପୁଣି ପ୍ରଶାସନ କୋହଳ ହୋଇପଡ଼ିଛି।
ପ୍ରତିଦିନ ଉଭୟ ଖୋର୍ଦ୍ଧା- ନୟାଗଡ଼ ୫୭ ନଂ ଏବଂ ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥରେ ରାତିରେ ଟ୍ରକ, ହାଇୱା ଯୋଗେ ପଥର ଚୋରା ଚାଲାଣ ହେଉଛି। ପ୍ରଶାସନ, ପୋଲିସ ଓ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଛି। ଶ୍ରୀମନ୍ଦିର ପ୍ରଶାସନର ପଥର ଖଣି ଉପରେ ମାଫିଆଙ୍କ ନଜର ରହିଛି। ଖୋର୍ଦ୍ଧାରେ ଶ୍ରୀମନ୍ଦିର ପ୍ରଶାସନର ୪୬ରୁ ଊର୍ଦ୍ଧ୍ୱ ପଥର ଖଣି ରହିଛି। ଏନ୍‌ଜିଟି ଏବଂ ପରିବେଶ ମଞ୍ଜୁରୀ ମିଳି ନ ଥିବାରୁ ପଥର ଖଣି ଲିଜ୍‌ ଦିଆଯାଇପାରୁନାହିଁ। ଅନ୍ୟପଟେ ବିନା ପଞ୍ଜୀକରଣରେ କାଇପଦର, ନିଜିଗଡ଼ ତାପଙ୍ଗ, ଟାଙ୍ଗୀ, ଖୋର୍ଦ୍ଧା, ଜଟଣୀ, ଭୁବନେଶ୍ୱର ସହର ତଳି, ବୋଲଗଡ଼ ଓ ବେଗୁନିଆ ପ୍ରଭୃତି ଅଞ୍ଚଳରୁ ଚୋରା ମାଙ୍କଡ଼ା ପଥର ଚାଲାଣ ହେଉଛି। ଚୋରା ଚାଲାଣ ରୋକିବା ଲାଗି ପ୍ରଶାସନିକ ସ୍ତରରେ ପୋଲିସ ଏବଂ ରାଜସ୍ବ ଅଧିକାରୀମାନଙ୍କୁ ନେଇ ମିଳିତ ଟାସ୍କଫୋର୍ସ ଗଠନ କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ଆଖିଦୃଶିଆ ସୁଫଳ ମିଳିନାହିଁ। ନିଜିଗଡ଼ ତାପଙ୍ଗରେ ବେଆଇନ ଭାବେ ୪୦୦ରୁ ଊର୍ଦ୍ଧ୍ୱ ସରକାରୀ ଜମି, ଜଙ୍ଗଲ ଜମି, କାଜୁ ଜଙ୍ଗଲ ଏବଂ ଶ୍ରୀମନ୍ଦିର ପ୍ରଶାସନ ଜମି, ପଥର ଖଣିରୁ ପଥର ଚୋରା ଚାଲାଣ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଏନ୍‌ଜିଟି ଏନେଇ ଜିଲା ପ୍ରଶାସନକୁ ସତ୍ୟପାଠ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ସତ୍ୟପାଠରେ ଏନଜିଟି ଜିଲା ପ୍ରଶାସନର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ ସହ ଭର୍ତ୍ସନା କରିଥିଲେ। ପରବର୍ତ୍ତୀ ସମୟରେ ପଥର ଚୋରା ଚାଲାଣ ସମ୍ପର୍କରେ ଜିଲା ପ୍ରଶାସନ ସ୍ବୀକାର କରିଥିଲା। ରାଜ୍ୟ ପ୍ରଦୂଷଣ ବୋର୍ଡ, ଆଞ୍ଚଳିକ ବିଭାଗ, ଜଙ୍ଗଲ ବିଭାଗ, ପୋଲିସ ମହାନିର୍ଦ୍ଦେଶକ, ଜିଲା ପ୍ରଶାସନକୁ ନେଇ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ ଲାଗି ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ଆଦାୟ କରାଯିବା ସହ ଏକାଧିକ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିଲା। ଏହା ପଛରେ ରହିଥିବା ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି। କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚ ୨୦ରୁ ଖୋର୍ଦ୍ଧାରେ ପଥର ଖଣି ବନ୍ଦ ରହିଥିଲା। ଏହା ସତ୍ତ୍ୱେ ପଥର ଚୋରା ଚାଲାଣ ଚାଲିଥିଲା। ସେହିପରି ବିନା ପରିବେଶ ମଞ୍ଜୁରୀ ଏବଂ ଜିଲା ପ୍ରଶାସନର ଅନୁମତିରେ ଖୋର୍ଦ୍ଧାରେ ପ୍ରାୟ ୧ହଜାରରୁ ଉର୍ଦ୍ଧ୍ୱ କ୍ରଶର ୟୁନିଟ ଚାଲିିଛି। କୁରାଢମଲ୍ଲ, କାଇପଦର, ନିଜିଗଡ଼ ତାପଙ୍ଗ ପ୍ରଭୃତି ଅଞ୍ଚଳରେ ଶତାଧିକ କ୍ରଶର ୟୁନିଟ ରହିଛି। ଦୈନିକ ୨୪ ଘଣ୍ଟା ଏଠାରେ ପଥର କଟା ଚାଲିଛି। କାହା ଛତ୍ରଛାୟା ତଳେ ଏସବୁ କାରବାର ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, ବେଆଇନ ପଥର ଚୋରା ଚାଲାଣ ରୋକିବା ଲାଗି ଚଢାଉ କରାଯାଉଛି। ସମସ୍ତ ତହସିଲଦାରଙ୍କୁ ଚଢାଉ ଓ ଜରିମାନା ଆଦାୟ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବେଆଇନ କ୍ରଶର ୟୁନିଟ୍‌ ବନ୍ଦ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri