ନଦୀ ଉପରେ ଶତାଧିକ ବାଉଁଶ ଭାଡ଼ି ଶୌଚାଳୟ

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ପ୍ରମୁଖ ଶିଳ୍ପସହର ପାରାଦୀପ ପୌରାଞ୍ଚଳକୁ ୨୦୧୮ରେ ବାହ୍ୟ ମଳମୁକ୍ତ ଭାବେ ଘୋଷଣା କରାଯାଇଛି। ଏପରି କି ସ୍ବଚ୍ଛ ସହର ଭାବେ ଦୁଇଥର ରାଷ୍ଟ୍ରପତି ପୁରସ୍କାର ପାଇସାରିଲାଣି। ବାସ୍ତବରେ ତା’ର ବିପରୀତ ଚିତ୍ର ପୌରାଞ୍ଚଳରେ ଦେଖିବାକୁ ମିଳୁଛି। ଏବେ ବି ଅନେକ ବସ୍ତିର ଲୋକମାନେ ଖୋଲାରେ ଶୌଚ କରୁଛନ୍ତି। ଷଣ୍ଢକୁଦ ବସ୍ତି, ନୂଆବଜାର ଲୋକମାନେ ସମୁଦ୍ର ବେଳାଭୂମିରେ ଏସବୁ ଘଟଣା ଦେହସୁହା ହୋଇଗଲାଣି। ଏବେ ଅଠରବାଙ୍କି ଲକପଡା ବସ୍ତିରେ କୌତୂହଳପୂର୍ଣ୍ଣ ଶୌଚାଳୟ ଦେଖିବାକୁ ମିଳିଛି। ଏହି ବସ୍ତି ସଂଲଗ୍ନ କାଳିଆବୁଦା ନଦୀ ଉପରେ ବାଉଁଶ ଭାଡିରେ ଶତାଧିକ ଶୌଚାଳୟ ନିର୍ମାଣ କରାଯାଇଛି। ଉପରୋକ୍ତ ବସ୍ତିର ପ୍ରାୟ ୧୮୫ ପରିବାର ଏସବୁ ଶୌଚାଳୟକୁ ଯାଉଛନ୍ତି। ନଦୀ ଉପରେ ବାଉଁଶ ବନ୍ଧାହୋଇ ଛୋଟ ଘର ଭଳି କରାଯାଇଛି। ତା’ର ଚତୁଃପାଶର୍‌ବରେ କଳା ପଲିଥିନ ଘେରା ଯାଇଛି। ସେଠାକୁ ଯିବା ପାଇଁ କୂଳଠାରୁ ବାଉଁଶ ପୋଲ ହୋଇଛି। ସେଥିରେ କୌଣସି ପାଇଖାନା ଲାଗିନାହିଁ। ମଳତ୍ୟାଗ ପାଇଁ ଭାଡିରେ କିଛି ଅଂଶ ଫାଙ୍କା ରହିଛି। ଏମିତି ହାଇଟେକ ମଡେଲ ଶୌଚାଳୟ ଦ୍ୱାରା ସମ୍ପୃକ୍ତ ନଦୀ ଜଳ ପ୍ରଦୂଷିତ ହେଉଥିବା ସାଧାରଣରେ ଅଭିଯୋଗ ହୁଏ। କୈବର୍ତ୍ତ ଷୋଳଭାଇ ସଭା ସଂଗଠନ ପକ୍ଷରୁ ଉକ୍ତ ନଦୀକୁ ନିଲାମରେ ନିଆଯାଇ ମାଛଚାଷ କରାଯାଉଛି।
ସୂଚନାଯୋଗ୍ୟ, ବସ୍ତି ଲୋକଙ୍କ ପାଇଁ ପାରାଦୀପ ପୌରପାଳିକା ପକ୍ଷରୁ ଏପର୍ଯ୍ୟନ୍ତ ୨୫୨୭ ବକ୍ତିଗତ ଶୌଚାଳୟ କରାଯାଇଛି। ଏହାବାଦ ଗୋଷ୍ଠୀ ଓ ସର୍ବସାଧାରଣରେ ବ୍ୟବହାର ନିମନ୍ତେ ୪୭ ଶୌଚାଳୟ କରାଯାଇଛି। ସେଥିରୁ ୩୯ଟି ସ୍ବୟଂ ସହାୟକ ଗୋଷ୍ଠୀ ଓ ୮ଟି ସୁଲଭ ଶୌଚାଳୟ ପରିଚାଳନା କରୁଛନ୍ତି। ଅଠରବାଙ୍କି ଲକ୍‌ପଡା ପାଇଁ ପ୍ରାୟ ୩୦୦ ବ୍ୟକ୍ତିଗତ ଶୌଚାଳୟ ଓ ୩ ଗୋଷ୍ଠୀଗତ ଶୌଚାଳୟ ଯୋଗାଇ ଦିଆଯାଇଛି। ଏତଦ୍‌ବ୍ୟତୀତ ଏସାରଷ୍ଟିଲ (ଏବେର ଏଏମ୍‌ଏନ୍‌ଏସ୍‌) ପକ୍ଷରୁ ମଧ୍ୟ ଶତାଧିକ ଶୌଚାଳୟ ନିର୍ମାଣ କରାଯାଇଥିବା ନେଇ ବିଭିନ୍ନ କାନ୍ଥ ବାଡରେ ଲଗାଯାଇଥିବା ସୂଚନା ଫଳକରେ ଦର୍ଶାଯାଇଛି। ଏତେପରେ ମଧ୍ୟ ଲୋକମାନେ ନଦୀ ଉପରେ ଅସ୍ଥାୟୀ ଶୌଚାଳୟ ବ୍ୟବହାର କରୁଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ କହିଛନ୍ତି, ପୌରପାଳିକା ପକ୍ଷରୁ ଏପରି ଶୌଚାଳୟକୁ ୨୦୧୯ ଓ ୨୦ରେ ଦୁଇଥର ଉଚ୍ଛେଦ କରାଯାଇଥିଲା। ଏହାସତ୍ତ୍ୱେ ଲୋକମାନେ ଅଭ୍ୟାସ ବଦଳାଉ ନାହାନ୍ତି। ଏନେଇ ସେଗୁଡ଼ିକୁ ପୁଣି ଉଚ୍ଛେଦ କରାଯିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri