ଶାଳପତ୍ରରେ ସୁସ୍ବାଦୁ ବ୍ୟଞ୍ଜନ

ବାରିପଦା ଅଫିସ, ୧୯ା୧୦: ସଜେଇ ହେଉଛି ବିଶ୍ୱ ଐତିହ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନ। ଆସନ୍ତା ନଭେମ୍ବର ୧ରେ ବିଧିବଦ୍ଧ ଭାବେ ପର୍ଯ୍ୟଟକଙ୍କ ପାଇଁ ଏହି ଅଭୟାରଣ୍ୟ ଖୋଲିବ। ଏନେଇ ୨୦ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତବର୍ଷ ପର୍ଯ୍ୟଟକମାନଙ୍କୁ ଶାଳପତ୍ର ପ୍ଳେଟ୍‌ ଓ ଦନାରେ ସୁସ୍ବାଦୁ ଖାଦ୍ୟ ପରଷାଯିବା ସହିତ ମାଟି ପାତ୍ରରେ ଚା’ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ା ସେହିପରି ଶିମିଳିପାଳ ମଧ୍ୟକୁ ପ୍ରବେଶ ନିମନ୍ତେ ଅନଲାଇନ ଯୋଗେ ଯାନବାହନ ଓ ରହିବା ପାଇଁ କଟେଜ୍‌ ବ୍ୟବସ୍ଥା କରାଯାଇଛି ା ସାନ୍ତାଳୀ ଆଦିବାସୀ କଟେଜ୍‌, ଟ୍ରି ହାଉସ୍‌ ଓ ବାଉଁଶ ଘର ସହିତ ସୁସ୍ବାଦୁ ଖାଦ୍ୟ ଲାଗି ଅଗ୍ରୀମ ବ୍ୟବସ୍ଥା କରାଯାଇଛି ା ୨୫ତାରିଖରେ ସ୍ବତନ୍ତ୍ର ୱେବ୍‌ସାଇଟ ଉନ୍ମୋଚନ କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଟି. ଅଶୋକ କୁମାର କହିଛନ୍ତି ା ୨୭୫୦ବର୍ଗ କି.ମି. ପରିମିତ ଶିମିଳିପାଳ ଅଭୟାରଣ୍ୟ ଅନନ୍ୟ ସୌନ୍ଦର୍ଯ୍ୟର ଗନ୍ତାଘର। ଏଠାକାର ବୃକ୍ଷଲତା, ଝରଣା, ଜଳପ୍ରପାତ, ହ୍ରଦ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଷ୍ଟିତ ପ୍ରକୃତିର ମନଲୋଭା ଦୃଶ୍ୟ ସାଙ୍ଗକୁ ଅତି ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିବା ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଥାଏ। ବାରିପଦାର ପିଠାବଟା ଓ ଯଶିପୁରର କାଳିଆମୀ ପ୍ରବେଶ ପଥ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ରାସ୍ତାଘାଟ ମରାମତି କାର୍ଯ୍ୟ ଚାଲୁ ରହିଛି। ଶିମିଳିପାଳରେ ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ସହ ବନ ସୁରକ୍ଷା ସମିତି ମାଧ୍ୟମରେ ଖାଦ୍ୟ ପରଷିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜେନାବିଲ, ଜାମୁଆଣି, କୁମାରୀ, ଗୁଡୁଗୁଡ଼ିଆ, ବରେହିପାଣି ଓ ରାମତୀର୍ଥଠାରେ ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ୫ଟି ନେଚର କ୍ୟାମ୍ପ ରହିଛି। ୫ଟି ବଫର ଜୋନ୍‌ରେ ରାତ୍ରୀଯାପନ କରିବା ପାଇଁ ମୋଟ ୫୯ଟି କୁଟୀର ବା କଟେଜ ରହିଥିବା ବେଳେ ପର୍ଯ୍ୟଟକଙ୍କ ମନମୋହିବା ପାଇଁ ସାନ୍ତାଳୀ ସମ୍ପ୍ରଦାୟର କୁଟୀର, ଆଦିବାସୀ କୁଟୀର, ବାଉଁଶ କୁଟୀର ଓ ଟ୍ରି ହାଉସ ଭଳି ଆକର୍ଷଣୀୟ ବ୍ୟବସ୍ଥା କରାଯାଇଛି। ଏହାର ବୁକିଂ ପାଇଁ ନୂତନ ଭାବେ ଅନ୍‌ଲାଇନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି ା ଶିମିଳିପାଳ ଡଟ୍‌ ଓଆର୍‌ଜି ୱେବ୍‌ ସାଇଟ୍‌ ଜରିଆରେ ପର୍ଯ୍ୟଟକମାନେ ରହିବା ଓ ଖାଇବାର ମଜା ନେଇପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମାଟି ପାତ୍ରରେ ଚା’ ସହିତ କଞ୍ଚା ଶାଳପତ୍ରର ପ୍ଲେଟ୍‌ ଓ ଦନାରେ ଖାଦ୍ୟ ପରଷିବାର ବ୍ୟବସ୍ଥା କରାଯାଇଛି।
ଅଭୟାରଣ୍ୟ ଭିତରକୁ ପଶିବା ପାଇଁ ସାଥିରେ ଗାଇଡ୍‌ ନେବା ବାଧ୍ୟତାମୂଳକ। ସେହିପରି ପଲିଥିନ, ଅଗ୍ନି ସଂଯୋଗକାରୀ ସାମଗ୍ରୀ, ଆମିଷ ଓ ମାଦକଦ୍ରବ୍ୟ ବ୍ୟବହାର ଉପରେ କଟକଣା କରାଯାଇଛି। ଅପରାହ୍ନ ୩ଟା ପୂର୍ବରୁ ପର୍ଯ୍ୟଟକମାନେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ସମସ୍ତେ ଚହଲା ସ୍ଥାନ ଛାଡ଼ିବା ପାଇଁ ବାଧ୍ୟତାମୂଳକ ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ୨ବର୍ଷ ହେଲା କରୋନା କଟକଣା ପାଇଁ ଶିମିଳିପାଳରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିଲା। ୨୦୨୧-୨୨ରେ ମୋଟ ୨୯,୮୯୯ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଓଡ଼ିିଶାରୁ ୧୮,୯୩୦ ଏବଂ ରାଜ୍ୟ ବାହାରୁ ୧୧,୬୧୦ ଓ ୩ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ଜଣାପଡ଼ିିଛି ା ସେମାନଙ୍କଠାରୁ ମୋଟ ୪୩,୩୧,୪୬୦ଟଙ୍କା ରାଜସ୍ବ ଆଦାୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri