ଶତାଧିକ ଏକର ତରଭୁଜ ଚାଷ ନଷ୍ଟ

ମାଲକାନଗିରି,୨୦ା୩ (ଡି.ଏନ୍‌.ଏ.): ଚଳିତ ବର୍ଷ ମାଲକାନଗିରି ଜିଲାରେ ବହୁ ଚାଷୀ ତରଭୁଜ ସହ ପୋଟଳ, କାକୁଡି ଓ ଅନ୍ୟାନ୍ୟ ପନିପରିବା ଚାଷ କରିଥିଲେ। ଭଲ ଫସଲ ମଧ୍ୟ ହୋଇଥିଲା। ତରଭୁଜ ସହ ଅନ୍ୟ ପନିପରିବା ଅମଳ ହେଲେ ଏହାକୁ ବିକ୍ରି କରି ବେଶ୍‌ କିଛି ଅର୍ଥ ଲାଭ ପାଇବେ। ଏହା ସେମାନଙ୍କ ଫସଲ ପାଇଁ କରିଥିବା ଋଣ ଶୁଝିବାରେ ସହାୟକ ହେବ ବୋଲି ଆଶା ରଖିଥିଲେ। ମାତ୍ର ଅଦିନ କାଳବୈଶାଖୀ ଝଡ ବର୍ଷା ଯୋଗୁ ସେମାନଙ୍କ ସବୁ ଆଶା ମଉଳିଯାଇଛି। ଏବେ ଚାଷୀମାନେ ଚିନ୍ତାରେ ରହିଛନ୍ତି।
ମାଲକାନଗିରି ଜିିଲାରେ ଗତ ୧୬ ତାରିଖରୁ ଆକାଶ ମେଘାଚ୍ଛନ୍ନ ରହି ଅଳ୍ପ କେତୋଟି ସ୍ଥାନରେ ଝିପି ଝିପି ବର୍ଷା ହୋଇଥିଲା। ତେବେ ଶନିବାର ରାତିରେ ପ୍ରବଳ ବର୍ଷା ହେବା ଯୋଗୁ ଜିଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତଗୁଡିକରେ ବହୁ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଜିଲାର ପଡିଆ, କାଲିମେଳା, ମାଲକାନଗିରି, ମାଥିଲି, ଚିତ୍ରକୋଣ୍ଡା ଆଦି ବ୍ଲକରେ ପ୍ରବଳ ବର୍ଷା ହୋଇଛି। ଚିତ୍ରକୋଣ୍ଡା ବ୍ଲକରେ କୁଆପଥର ପଡିଛି। ସେହିପରି ମାଲକାନଗିରି ସଦର ବ୍ଲକ ଏମ୍‌ଭି-୧୧ ଗ୍ରାମ ନିକଟସ୍ଥ ଦାନିଗୁଡା, ଟେକଗୁଡା ଓ କୋଇଲିପାରି ଅଞ୍ଚଳରେ ଚାଷୀଙ୍କ ଏକର ଏକର ଚାଷ ଜମିରେ ଲାଗିଥିବା ତରଭୁଜ ଫସଲ କ୍ଷତି ହୋଇଛି। ଚାଷୀ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଋଣ ଆଣି ଜମିରେ ତରଭୁଜ ଚାଷ କରିଥିଲେ। ଅଦିନିଆ ବର୍ଷାରେ ଫସଲ ଉଜୁଡିଯିବା ପରେ ଏବେ ତରଭୁଜ ଚାଷୀ ଚିନ୍ତାରେ ପଡିଛନ୍ତି। କେବଳ ତରଭୁଜ ନୁହେଁ ଉକ୍ତ ଅଞ୍ଚଳରେ ହୋଇଥିବା ପୋଟଳ, କାକୁଡି ସହ ଅନ୍ୟାନ୍ୟ ପନିପରିବା ଚାଷ ମଧ୍ୟ ବର୍ଷା ଯୋଗୁ ନଷ୍ଟ ହୋଇଛି। ମୁଗ ଚାଷ ବି କ୍ଷତିରୁ ବାଦ ପଡିନି। ଝଡବର୍ଷା ହେତୁ ମାଲକାନଗିରି, ପଡିଆ, ମାଥିଲି ଅଞ୍ଚଳରେ ଅନେକ କଚ୍ଚା ଘର କାନ୍ଥ ଭୁଶୁଡି ପଡିଛି। ବହୁ ଲୋକଙ୍କ ଘର ଛାତ ଏବଂ ବିଦ୍ୟାଳୟ ଟିଣ ଛପର ଉଡିଯାଇଛି। ସେସବୁ ଅଞ୍ଚଳରେ ତହସିଲଦାର, ରାଜସ୍ବ ନିରୀକ୍ଷକ ଓ କର୍ମଚାରୀ ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରୁଛନ୍ତି। କ୍ଷୟକ୍ଷତି ଆକଳନ ପରେ ସବୁ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri