ୟେମେନ ସଂଘର୍ଷରେ ଶହେ ମୃତ

ସାନା, ୮ା୩: ୟେମେନ ସେନା ଏବଂ ହୁତି ଗ୍ରୁପ୍‌ ମଧ୍ୟରେ ସଂଘର୍ଷ ଘଟି ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଶହେ ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ତାଇଜ୍‌‌ ସହ ମାରିବ୍‌ର ବିଭିନ୍ନ ସ୍ଥାନରେ ଶନିବାର ସଂଘର୍ଷ ହୋଇଥିଲା। ହୁତିମାନେ ମାରିବ୍‌ ଏବଂ ତାଇଜରେ ସରକାରଙ୍କ ନିୟନ୍ତ୍ରଣାଧୀନ ଅଞ୍ଚଳରେ ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରୁଥିଲେ ବୋଲି ସେନା କହିଛି। ଏହାକୁ ବନ୍ଦ କରାଯିବାକୁ ୟେମେନ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଯୋଗୁ ୬୦ ହୁତି ସଦସ୍ୟ ଏବଂ ୩୬ ସୈନ୍ୟ ନିହତ ହୋଇଛନ୍ତି। ୟେମେନ ସରକାରଙ୍କ ସହ ମେଣ୍ଟ କରିଥିବା ସାଉଦି ଆରବର ଯୁଦ୍ଧବିମାନ ଯୋଗେ ମାରିବ୍‌ର ବିଭିନ୍ନ ସାଇଟ୍‌ରେ ହୁତି ଗ୍ରୁପ୍‌ ଉପରେ ପ୍ରାୟ ୨୬ ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଛି। ୨୦୧୪ରୁ ୟେମେନରେ ଗୃହଯୁଦ୍ଧ ଚାଲିଥିବାବେଳେ ହୁତିମାନେ ଦେଶର ବିଭିନ୍ନ ଅଞ୍ଚଳକୁ ଦଖଲ କରିଛନ୍ତି। ସେମାନଙ୍କ କାର୍ଯ୍ୟକଳାପ ଉପରେ ରୋକ ଲଗାଯିବାକୁ ସେନା ପକ୍ଷରୁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ରୋକିବାକୁ ବାଇଡେନ୍‌ଙ୍କ ନୂଆ ପ୍ରୟାସ

ୱାଶିଂଟନ,୨୫ ।୧: କରୋନା ମହାମାରୀ ଏବେବି ଆମେରିକାରେ ଥମିବାର ନାଁ ନେଉନାହିଁ । ସଂକ୍ରମଣ ସଂଖ୍ୟାରେ ବେଳକୁ ବେଳେ ବୃଦ୍ଧି ହେଉଥିବାରୁ ନବ ନିର୍ବାଚିତ ରାଷ୍ଟ୍ରପତି...

ମୃତ୍ୟୁ ଏଠି ଅପରାଧ

ବିଶ୍ୱରେ କିଛି ଦେଶ ଅଛି, ଯେଉଁଠି ଇଚ୍ଛାମୃତ୍ୟୁକୁ ମିଳିଛି ଆଇନଗତ ସ୍ବୀକୃତି। ହେଲେ ଏମିତି ଦେଶ ଅଛି, ଯେଉଁଠି ମୃତ୍ୟୁକୁ ଅପରାଧ ବୋଲି ବିବେଚନା କରାଯାଏ।...

୧୭ ଦେଶରେ ଭାରତର ମ୍ୟୁଟାଣ୍ଟ

ଓ୍ବାଶିଂଟନ, ୨୯।୪(ଆଇଏଏନ୍‌ଏସ୍‌): ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଡବଲ ମ୍ୟୁଟାଣ୍ଟ କୋଭିଡ୍‌ ଭୂତାଣୁ ବି୧୬୧୭ ଅନୂ୍ୟନ ୧୭ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)...

ଭାରତ ଗସ୍ତରେ ଆମେରିକାର ପ୍ରତିରକ୍ଷା ସଚିବ

ୱାଶିଂଟନ/ନୂଆଦିଲ୍ଲୀ,୧୯।୩: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ୩ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶନିବାର...

ହଲୋଇନ ଫେଷ୍ଟିଭାଲରେ ଦଳାଚକଟା. ହୃଦଘାତରେ ୧୪୯ ମୃତ, ଶୋକ ପ୍ରକାଶ କଲେ ବାଇଡେନ, ସୁନକଙ୍କ ସମେତ ସାରା ବିଶ୍ୱର ଅନେକ ନେତା

ସିଓଲ,୩୦ ।୧୦: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଚାଲିଥିବା ହଲୋଇନ୍ ଫେଷ୍ଟିଭାଲରେ ଦଳାଚକଟାରେ ଏପର୍ଯ୍ୟନ୍ତ ୧୪୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି...

୨୦୨୩ରେ ପ୍ରବଳ ତାତି: ୩ ବର୍ଷ ପରେ ଫେରୁଛି ଏଲ ନିନୋ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧ : ପାଣିପାଗ ଘଟଣା ଏଲ ନିନୋ ୩ ବର୍ଷ ପରେ ଫେରିବାକୁ ଯାଉଛି। ଏହା ଯୋଗୁ ୨୦୨୩ ରେ, ପୃଥିବୀକୁ ପ୍ରବଳ ଉତ୍ତାପର ସମ୍ମୁଖୀନ...

ଭାରତର ଆର୍ଥିକ ନୀତିକୁ ପ୍ରଶଂସା କଲେ ଆଇଏମ୍‌ଏଫ୍‌ ମୁଖ୍ୟ

ୱାଶିଂଟନ,୧୫।୧: କରୋନା ଭାଇରସ ସମୟରେ ଭାରତର ଆର୍ଥିକ ନୀତିକୁ ପ୍ରଶଂସା କରିଛନ୍ତି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ଖ୍ରୀଷ୍ଟିନା ଜର୍ଜିଆଭା। କରୋନା ଏବଂ ଏହାର ଅର୍ଥନୈତିକ...

ଲଣ୍ଡନରେ ପହଞ୍ଚିଲା ହନୁମାନ ଚାଳିଶା ବିବାଦ

ଲଣ୍ଡନ/ନୂଆଦିଲ୍ଲୀ,୨ ।୫: ଲଣ୍ଡନର କିଛି ହିନ୍ଦୁ ସଙ୍ଗଠନ ହନୁମାନ ଚାଳିଶା ପାଠକୁ ସମର୍ଥନ କରିଛନ୍ତି । ଏହାସହ ଦେଶର କିଛି ରାଜ୍ୟର ରାଜ୍ୟ ସରକାରଙ୍କୁ ନିନ୍ଦା...

Advertisement
Archives

Model This Week