୨୦୩୦ ପୂର୍ବରୁ ଚନ୍ଦ୍ରରେ ବାସ କରିବ ମଣିଷ

ଓ୍ବାଶିଂଟନ୍‌, ୨୨ା୧୧:ଚନ୍ଦ୍ରରେ ଜୀବଜଗତ ତିଷ୍ଠିବା ସମ୍ଭାବନା ନେଇ ବୈଜ୍ଞାନିକମାନଙ୍କ ଅଧ୍ୟୟନ ଜାରି ରହିଛି। ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ସମ୍ବନ୍ଧରେ ବହୁ ତଥ୍ୟ ବିଶେଷଜ୍ଞଙ୍କ ହସ୍ତଗତ ହୋଇଥିଲେ ହେଁ ଅନେକ କଥା ଏ ପର୍ଯ୍ୟନ୍ତ ଅଜଣା ରହିଛି। ଏ ଦିଗରେ ବୈଜ୍ଞାନିକମାନେ ସେମାନଙ୍କ ପ୍ରୟାସ ଜାରି ରଖିଛନ୍ତି। ମଣିଷ ଚନ୍ଦ୍ରରେ ବାସ କରିବା ଲାଗି ଯେଉଁ ସ୍ବର୍ଣ୍ଣିମ ମୁହୂର୍ତ୍ତକୁ ଅପେକ୍ଷା କରିିଛି, ତାହା ଖୁବ୍‌ ଶ୍ରୀଘ୍ର ପୂରଣ ହେବାକୁ ଯାଉଛି। ୨୦୩୦ ପୂର୍ବରୁ ମଣିଷ ଚନ୍ଦ୍ରରେ ବାସ କରିବ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) କହିଛି। ଖାଲି ମଣିଷ ନୁହେଁ, ବିଭିନ୍ନ ପ୍ରକାର ଜୀବଜନ୍ତୁ ଓ ଉଦ୍ଭିଦ ଚନ୍ଦ୍ର ପୃଷ୍ଠରେ ବିକଶିତ ହେବେ।
ଆମେରିକୀୟ ଏଜେନ୍ସି ଓରିଓନ୍‌ ଲୁନାର ସ୍ପେସ୍‌କ୍ରାଫ୍ଟ ପ୍ରୋଗ୍ରାମର ମୁଖ୍ୟ ହୋଓ୍ବାର୍ଡ ହୁ କହିଛନ୍ତି ଯେ, ଆସନ୍ତା ୧୦ ବର୍ଷରୁ କମ୍‌ ସମୟ ମଧ୍ୟରେ ମଣିଷ ଚନ୍ଦ୍ରରେ ବାସ କରିବ। ଜୀବଜନ୍ତୁଙ୍କ ଜୀବନଯାପନ ମଧ୍ୟ ସମ୍ଭବପର ହେବ, ଯେଉଁମାନଙ୍କୁ ମଣିଷ ନିଜ କାର୍ଯ୍ୟରେ ସହଯୋଗୀ ଭାବେ ବ୍ୟବହାର କରିବେ। ଆଗାମୀ ଦିନରେ ଚନ୍ଦ୍ର ପୃଷ୍ଠକୁ ନାସା ମଣିଷ, ଉଦ୍ଭିଦ ପଠାଇବ। ସେମାନେ ଅତିବେଶିରେ କେତେଦିନ ଏହି ପ୍ରାକୃତିକ ଉପଗ୍ରହରେ ରହୁଛନ୍ତି ତାହାର ପର୍ଯ୍ୟବେକ୍ଷଣ କରିବାକୁ ଯାଉଛି।
ନାସା ପକ୍ଷରୁ ଚନ୍ଦ୍ରକୁ ପ୍ରେରଣ କରାଯାଇଥିବା ଆର୍ଟେମିସ୍‌-୧ ସ୍ପେସ୍‌ ଫ୍ଲାଇଟ୍‌ରେ ଓରିଓନ୍‌ ଛଡ଼ାଯାଇଛି। ଓରିଓନ୍‌ ଚନ୍ଦ୍ର ସମ୍ବନ୍ଧରେ ଅଧିକ ତଥ୍ୟ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ। ଆର୍ଟେମିସ୍‌-୧ ସଫଳ ହେବା ପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ଆର୍ଟେମିସ୍‌ ୨ ଓ ୩ ଉପଗ୍ରହ ଚନ୍ଦ୍ରକୁ ପଠାଇବା ଯୋଜନା ରଖିଛି। ଏହି ମିଶନ୍‌ ମଣିଷକୁ ଚନ୍ଦ୍ରରେ ପହଞ୍ଚାଇବା ଦିଗରେ ବିଶ୍ୱବାସୀଙ୍କ ପାଇଁ ଏକ ଯାନ ସଦୃଶ କାର୍ଯ୍ୟ କରିବ ବୋଲି ହୋଓ୍ବାର୍ଡ ହୁ ମତ ପ୍ରକାଶ କରିଛନ୍ତି। ଚନ୍ଦ୍ର ବ୍ୟତୀତ ମଙ୍ଗଳ ଗ୍ରହ ସମ୍ବନ୍ଧରେ ଅଧିକ ତଥ୍ୟ ହାସଲ କରିବା ଦିଗରେ ମଧ୍ୟ ନାସା କାମ କରୁଛି। ଏହି ବିଶେଷ ପ୍ରକାର ମିଶନରେ ବ୍ୟବସାୟିକ ଓ ଅନ୍ତର୍ଜାତୀୟ ସହଯୋଗୀଙ୍କୁ ସାମିଲ କରାଯାଉଛି, ଯାହାଫଳରେ ମିଶନର କାର୍ଯ୍ୟପ୍ରଣାଳୀରେ ବ୍ୟଗ୍ରତା ଆସିବ। ଆଗାମୀ ପିଢ଼ି ଉତ୍ସାହିତ ହୋଇ ଏ ଦିଗରେ କାର୍ଯ୍ୟ କରିବା ଲାଗି ଆଗ୍ରହ ପ୍ରକଟ କରିବେ ବୋଲି ନାସା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri